ଇତିହାସ ରଚିଲେ ଟି ନଟରଜାନ, ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଖେଳାଳି

Published By : Prameya-News7 Bureau | January 15, 2021 IST

ବ୍ରିସବେନ ୧୫।୦୧: ଅଷ୍ଟ୍ରେଲିଆ ଗସ୍ତରେ ନେଟ୍‌ ବୋଲର ଭାବେ ଆସିଥିବା ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନ ଶୁକ୍ରବାର ୧୫ ତାରିଖରେ ଗୋଟିଏ ଗସ୍ତରେ ତିନୋଟି ଫର୍ମାଟ୍‌ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ କ୍ରିକେଟ୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। ତାମିଲନାଡୁର ଏହି ୨୯ ବର୍ଷୀୟ କ୍ରିକେଟ୍‌ରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପ୍ରମୁଖ ଖେଳାଳିଙ୍କ ଆହତ କାରଣରୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଗାବାରେ ବର୍ଡର-ଗାଭାସ୍କର ଟ୍ରଫିର ନିର୍ଣ୍ଣାୟକ ମୁକାବିଲା ଖେଳା ଯାଉଛି।

ଟି ନଟରାଜନ ଅଷ୍ଟ୍ରେଲିଆ ଗସ୍ତରେ ଡିସେମ୍ବର ୨ରେ କାନବେରାରେ ତୃତୀୟ ଦିନିକିଆରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଭାରତ ଉକ୍ତ  ମ୍ୟାଚ୍‌ରେ ୧୩ ରନରେ ବିଜୟୀ ହୋଇଥିଲା। ନଟରାଜନ ୧୦ ଓଭରରେ ୭୦ ରନ ଦେଇ ୨ଟି ଓ୍ଵିକେଟ୍  ନେଇଥିଲେ। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ କ୍ରିକେଟ୍ ଦଳର ପ୍ରମୁଖ ସଦସ୍ୟ ଥିଲେ। ଏହି ସିରିଜ୍‌ରେ ସେ ୬ ଓ୍ଵିକେଟ୍ ନେଇଥିଲେ। ଭାରତ ଟି-୨୦ ସିରିଜ୍‌କୁ ୨-୧ରେ ଜିତିଥିଲା।

wp:html /wp:html

ଟି-ନଟରାଜନଙ୍କ ଏହି ଖାସ୍ ଉପଲବ୍ଧି ଉପରେ ଆଇସିସି ଟ୍ଵିଟ୍ କରି ଲେଖିଛି ଯେ, ଟେଷ୍ଟ କ୍ରିକେଟ୍‌ରେ ଆପଣଙ୍କୁ ସ୍ଵାଗତ। ଟି ନଟରାଜନ ଗୋଟିଏ ହିଁ ଗସ୍ତରେ ତିନି  ଫର୍ମାଟ୍‌ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ କ୍ରିକେଟ୍‌ର ହେବାର ଉପଲବ୍ଧି ହାସଲ କରିଛନ୍ତି।

ତାମିଲନାଡୁର ଏହି ଦ୍ରୁତ ବୋଲର ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚ୍‌ରୁ ୮.୦୨ ଇକୋନୋମି ସହ ୧୬ ଓ୍ଵିକେଟ୍ ନେଇଥିଲେ। ସେ ଡେଥ୍ ଓଭରରେ ମଚତ୍କାର ବୋଲିଂ କରି ସଭିଙ୍କୁ ପ୍ରଭାବିତ କରିଥିଲେ। ସବୁଠୁ ବଡ କଥା ୨୦୧୪ ପରେ ଟେଷ୍ଟ କ୍ରିକେଟ୍‌ରେ ଜାହିର ଖାନଙ୍କ ପରେ ବାମହାତୀ ବୋଲର ଭାବେ ନଟରାଜନ ଦଳରେ ସାମିଲ ହୋଇଛନ୍ତି। ଜାହିରଙ୍କ ପରେ ଏ ଯାଏ ଜଣେ ହେଲେ ବି ବାମହାତୀ ବୋଲରଙ୍କୁ ଟେଷ୍ଟ ଦଳରେ ସୁଯୋଗ ମିଳିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.