ଲୋର୍ଡସ୍‌ ଲିଓନ୍‌ ରେଡ୍ କାର୍ପେଟ୍‌ରେ ହାତ ଉଠାଇ ଦେଖାଇଲେ ଆର୍ମ ଫିଟ୍ : ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଫଟୋ

Published By : Prameya-News7 Bureau | September 15, 2021 IST

ମୁମ୍ବାଇ ୧୫/୦୯:  ମେଟ୍ ଗାଲାର ରେଡ୍‌ କାର୍ପେଟ୍‌ରେ ସବୁ ବେଳେ କିଛି ନା କିଛି ନୂଆ ଦେଖିବାକୁ ମିଳେ । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଜନକ ଲାଗେ । ସମସ୍ତଙ୍କ ଡ୍ରେସିଙ୍ଗ ସେନ୍ସ ତାଙ୍କ ବେଶ ପୋଷାକ ସୀମା ବାହାରେ ଥାଏ।  କିନ୍ତୁ ଏଥର ହଲିଉଡ୍‌ର ପପଷ୍ଟାର ତଥା ପ୍ରଖ୍ୟାତ ଗାୟିକା ମ୍ୟାଡୋନାଙ୍କ ଝିଅ ଲୋର୍ଡନ୍ ଲିଓନ୍ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।  ଯାହା ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

{"id":511835,"sizeSlug":"large","linkDestination":"none"}
News18 hindi

ଯେତେବେଳେ ୨୪ ବର୍ଷିୟ ମଡେଲ୍ ରେଡ୍ କାର୍ପେଟ୍‌ରେ ଚାଲିଲେ , ସେତେବେଳେ ତାଙ୍କ ପୋଷକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କେବଳ ଏତିକି ନୁହେଁ କ୍ୟାମେରା ଆଗରେ ଜୋରଦାର ପୋଜ୍‌ ଦେଇଥିଲେ  । ଯାହା ସମସ୍ତଙ୍କୁ ତାଜୁବ୍‌ କରିଥିଲା । ଯାହା ସାରା ବିଶ୍ବରେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

wp:gallery {"ids":[511810],"linkTo":"none"} /wp:gallery

ଲୋର୍ଡସ୍ ଲିଓନ୍  ପ୍ରଥମ ଥର ପାଇଁ ମେଟ୍‌ ଗାଲାରେ ଯୋଗ ଦେଇଥିଲେ । ଏଥିପାଇଁ ସେ ବିଳାସପୂର୍ଣ୍ଣ ଲେବଲ୍‌ର ମୋସିନୋ ବାଛିଥିଲେ । ଯାହା ଷ୍ଟାରକିର୍ଡ ପାଇଁ ଡ୍ରେସ୍ ତିଆରି କରିଥିଲେ । ଯାହାକି ସେ ବ୍ରାଇଟ୍‌ ପିଙ୍କ୍‌  କଲରର ଷ୍ଟଡିଡ୍‌ ଗାଉନ୍‌ ରେ ବ୍ରାଲେଟ୍‌ ଷ୍ଟାଇଲ୍‌ର ବ୍ଲାଉଜ୍‌ ପିନ୍ଧିଥିଲେ । ଯେଉଁଥିରେ ମେଟାଲିକ୍‌ ସ୍ପର୍ଶ ଦିଆଯାଇଥିଲା । ସେ ନ୍ୟୁଡ୍‌ ମେକଅପ୍ ସହିତ ନିଜର ଲୁକ୍ ପୂରା କରିଥିଲେ । ଏହା ସହ ଲୋର୍ଡସ୍ ତାଙ୍କ ନାଭିରେ ଏକ ପୁଷ୍ପରେ କ୍ରିଷ୍ଟାଲ୍ ଲଗାଇଥିଲେ ।

wp:gallery {"ids":[511809],"linkTo":"none"} /wp:gallery

ଏହା ବ୍ୟତୀତ ସେ ସେ ବିନା ଲଜ୍ଜାରେ ନିଜ ଆର୍ମପିଟ୍ ହେୟାର୍ ଦେଖାଇଥିଲେ । ସେ ତାଙ୍କ ଶରୀରର କେଶକୁ ଲୁଚାଇବାକୁ ମଧ୍ୟ ଚେଷ୍ଟା କରି ନଥିଲେ ।  ଯେଉଁ ଭଳି ଭାବରେ ସେ ନିଜର ଆତ୍ମବିଶ୍ବାସରେ ଏସବୁ କରୁଥିବାର ଦେଖା ଯାଇଥିଲା ସାରା ବିଶ୍ବରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରସିଦ୍ଧ ସେଲିବ୍ରିଟିମାନେ ମେଟ୍‌ ଗାଲା ୨୦୨୧ର ରେଡ୍‌ କାର୍ପେଟକୁ ଆଇକନିକ୍‌ ଡ୍ରେସରେ ସଜ୍ଜିତ କରିଥିଲେ । ନ୍ୟୁୟର୍କରେ ଥିବା ମେଟ୍ରୋପଲିଟାନ୍‌ ମ୍ୟୁଜିୟମ୍ ଅଫ୍ ଆର୍ଟରେ ଲୋର୍ଡ଼ସଙ୍କ ଉପସ୍ଥିତି ବିଷୟରେ ଖୁବ୍‌ ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.