Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଇସିସି ଟି-୨୦ ମହିଳା ବିଶ୍ବକପ୍ ଫାଇନାଲ୍ : ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

8/03/2020 at 11:42 AM

ମେଲବର୍ଣ୍ଣ ୮।୩: ମହିଳା ଦିବସରେ ମହାଲଢେଇ । ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ ରେ ଭାରତ ବନାମ ଅଷ୍ଟ୍ରେଲିଆ ଆଇସିସି ଟି-୨୦ ମହିଳା ବିଶ୍ବକପ୍ ଫାଇନାଲ୍ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ।

ତେବେ ୪ ଥର ବିଜେତା ଅଷ୍ଟ୍ରେଲିଆ ଆଗରେ ପ୍ରଥମ ଥର ଫାଇନାଲ୍ କୁ ଆସିଛି ଭାରତ। ବିଶ୍ବର ଏକ ନମ୍ବର ଦଳ, ଅୟୋଜକ ଦେଶ ଏବଂ ସର୍ବାଧିକ ଥର ବିଜେତା ହେଉଛି ଅଷ୍ଟ୍ରେଲିଆ।  ଉଦଘାଟନୀ ମ୍ୟାଚ୍ ରେ ଏହି ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ। ହରମନପ୍ରୀତ୍ କୌରଙ୍କ ଦଳ କିନ୍ତୁ ବାଜି ମାରି ପ୍ରଥମରୁ ଘରୋଇ ଦଳକୁ ଶକ୍ତ ଝଟକା ଦେଇଥିଲା । କଙ୍ଗାରୁ ଦଳ କିନ୍ତୁ ଗ୍ରୁପ୍  ‘ଏ’ରେ ଭାରତ ତଳକୁ ରହି ସେମିଫାଇନାଲ ପହଞ୍ଚିଯାଇଥିଲା । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ବର୍ଷା ଧୋଇନେବାରୁ ଭାରତ ଗ୍ରୁପ୍ ଟପ୍ପର ଭାବେ ଫାଇନାଲକୁ ଆସିଥିଲା । ଅଷ୍ଟ୍ରେଲିଆ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଡିଏଲ ନିୟମରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି ।

ମେଗ୍  ଲାନିଙ୍ଗ୍ ଙ୍କ ଅଷ୍ଟ୍ରେଲିଆ ଦଳ ବିଜୟକୁ ଅଭ୍ୟାସରେ ପରିଣତ କରିଥିବାରୁ ନର୍ଭସ ଭାରତ କେବଳ ଲିଗ୍  ବିଜୟକୁ ଦୋହରାଇ ଆଇସିସି ମୁକୁଟ ସ୍ବପ୍ନକୁ ସାକାର କରିବା ଆଶାରେ ରହିଛି । ଭାରତର ଭରସା ଶେଫାଳି ବର୍ମାଙ୍କ ବ୍ୟାଟିଂ ଏବଂ ସ୍ପିନରଙ୍କ ଉପରେ ନର୍ଭରଶୀଳ ରହିବ। ଅଧିନାୟିକା ହରମନପ୍ରୀତ୍ କୌର ଭଲ ପ୍ରଦର୍ଶନ କରୁନଥିଲେ ମଧ୍ୟ ବଡ଼ ମ୍ୟାଚ୍ ଖେଳାଳି ଭାବେ ପରିଚୟ ରଖିଥିବାରୁ ଫାଇନାଲରେ ଚମକିବେ ବୋଲି ଆଶା ରହିଛି। ଭାରତ କିନ୍ତୁ ମହିଳା ଦିବସରେ ଏହି ମହିଳା କ୍ରିକେଟରଙ୍କଠାରୁ ବଡ ପାଳି ଆଶାରେ ରହିଛି।

   Related Posts