Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟି-୧୦ ଲିଗ୍‌ ତାରିଖ ଘୋଷଣା, ଜାଣନ୍ତୁ କେବେ ଏବଂ କେଉଁଠାରେ ଖେଳାଯିବ ଦୁନିଆର ରୋଚକପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌

6/05/2021 at 7:53 PM

 ନୂଆଦିଲ୍ଲୀ, ୦୬/୦୫: କରୋନା କାୟା ଭିତରେ ସାରା ବଶ୍ୱ ଫସି ରହିଛି । ଏହାରି ଭିତରେ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଖେଳ ଜଗତ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି । କୌଣସି ବି ଖେଳର ପ୍ରତିଯୋଗିତା ହୋଇପାରୁନାହିଁ । କ୍ରିକେଟ୍‌ର ପ୍ରାୟ ଟୁର୍ଣ୍ଣାମେଣ୍ଟ୍ ସ୍ଥଗିତ ରଖାଯାଇଛି ।

ଫଟାଫଟ୍‌ କ୍ରିକେଟ୍‌ ନାମରେ ଜଣାଯାଉଥିବା ଟି-୧୦ ଲିଗ୍‌ ମଧ୍ୟ ବହୁ ମୁସ୍କିଲ୍‌ରେ ଆୟୋଜନ କରାଯାଇଥିଲା । କିନ୍ତୁ ଏହି ବର୍ଷ କରୋନା ବିଶ୍ୱର ଏକ ମନୋରଞ୍ଜନକାରୀ ପ୍ରତିଯୋଗିତା ଟି-୧୦କୁ ପ୍ରଭାବିତ କରିପାରିବ ନାହିଁ ବୋଲି ଆୟୋଜକ କହିଛନ୍ତି ।

ଆବୁଧାବି ଟି-୧୦ ଲିଗ୍‌ର ପଞ୍ଚମ ସଂସ୍କରଣ ଆରମ୍ଭ ହେବା ନେଇ ଘୋଷଣା ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ ୧୯ ନଭେମ୍ୱରରୁ ଆରମ୍ଭ ହେବାକୁ ଯାଉଛି । ଗତବର୍ଷ ଠାରୁ କ୍ରିକେଟ୍‌ ପ୍ରଂଶସକ ଏହି ଲିଗ୍‌କୁ ଅପେକ୍ଷା କରିଥିଲେ । ଯାହାର ତାରିଖ ଏବେ ଘୋଷଣା କରାଯାଇଛି । ୧୯ ନଭେମ୍ୱରରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ୍‌ ୨ ଡିସେମ୍ୱର ପର୍ଯ୍ୟନ୍ତ ଖେଳାଯିବ । ଏନେଇ ଆୟୋଜକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଲିଗ୍‌ର ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ ୟୁଏଇର ୫୦ତମ ରାଷ୍ଟ୍ରୀୟ ଦିବସରେ ହେବା ନେଇ ନିଶ୍ଟିତ ହୋଇଛି ।

ଆବୁଧାବିରେ ଖେଳାଯିବାକୁ ଥିବା ଏହି ଲିଗ୍‌ର ମ୍ୟାଚ୍‌ ସଂଖ୍ୟା ଅଧିକ ରହିଛି । ଗତ ସଂସ୍କରଣରେ ଏହା ୧୦ ଦିନ ଧରି ଖେଳାଯାଇଥିବା ବେଳେ ଚଳିତ ବର୍ଷ ଏହା ୧୫ ଦିନ ପର୍ଯ୍ୟନ୍ତ ଖେଳାଯିବ ।  

   Related Posts