ଭାରତରେ ପ୍ରଥମ ଥର ହେଲା 'ସିଷ୍ଟିକ ହାୟଗ୍ରୋମା'ର ସଫଳ ଅସ୍ତ୍ରୋପଚାର, ବିଶ୍ୱରେ ଏପର୍ଯ୍ୟନ୍ତ ରହିଛି ୭ଟିର ରେକର୍ଡ

Published By : Prameya-News7 Bureau | October 28, 2019 IST

ଜୟପୁର : ଦେଶରେ ପ୍ରଥମ ଥର ସିଷ୍ଟିକ ହାୟଗ୍ରୋମା (ଏକପ୍ରକାର ଗଣ୍ଠି)ର ସଫଳ ଅସ୍ତ୍ରୋପଚାର କରାଯାଇଛି। ରାଜସ୍ଥାନର ବୁନ୍ଦିସ୍ଥିତ ସରକାରୀ ହସ୍ପିଟାଲରେ ୨ ବର୍ଷର ଏକ ଝିଅଠାରେ ଡାକ୍ତରମାନେ କରିଥିବା ଅସ୍ତ୍ରୋପଚାର ସଫଳ ହୋଇଛି। ତେବେ ବିଶ୍ୱରେ ଏହିପରି ଏପର୍ଯ୍ୟନ୍ତ ୭ଟି ବିରଳ ଅସ୍ତ୍ରୋପଚାର ହୋଇଥିବା ଡାକ୍ତରମାନେ କହିଛନ୍ତି। ଏଥିରେ ଏହି ନୂଆ  ଅସ୍ତ୍ରୋପଚାରଟି ଏବେ ସାମିଲ ହୋଇଯିବ। ତେବେ ରାଜ୍ୟରେ ଏଆଇଆଇଏମସ୍ ଭଳି ସଂସ୍ଥାନ ଥାଇ ଏକ ସାଧାରଣ ସରକାରୀ ହସ୍ପିଟାଲରେ ଡାକ୍ତରମାନେ ଏହି ବିରଳ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ରଘୁ ଶର୍ମା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଡା. ଶର୍ମା ଏହି ଡାକ୍ତରମାନଙ୍କୁ ସମ୍ମାନୀତ କରାଯିବ ବୋଲି କହିଛନ୍ତି।

{"id":176056}

ବୁନ୍ଦି ଜିଲ୍ଲା ହସ୍ପିଟାଲର ବରିଷ୍ଠ ସର୍ଜନ ଡା. ଅନୀଲ ସୈନୀଙ୍କ ସୂଚନା ଅନୁସାରେ କେଶବପୁରା ଗାଁର ୨ ବର୍ଷର ଝିଅ ଖୁସୀର କହୁଣୀ ଓ କଲେଇ ମଝିରେ ୧୬.୫୦ ସେଣ୍ଟିମିଟର ଲମ୍ବା ଓ ୯.୫୦ ସେଣ୍ଟି ମିଟର ଚୌଡାର ଏକ ଗଣ୍ଠି ଥିଲା। ଏହି ଗଣ୍ଠି ତାର ଜନ୍ମଠାରୁ ଥିଲା, ଯାହା ଧିରେ ଧିରେ ବଡ ହେବାରେ ଲାଗିଥିଲା। ଫଳରେ ତାର ହାତ ଭାରି ହେବା ଯୋଗୁ ସେ ହାତ ଉଠାଇବାକୁ ମଧ୍ୟ କଷ୍ଟ ଅନୁଭବ କରୁଥିଲା। ଗତ ଅକ୍ଟୋବର ୧୪ ତାରିଖ ଦିନ ତାର ପିତା ଛୋଟୁ ଲାଲ ତାକୁ ହସ୍ପିଟାଲକୁ ନେଇ ଆସିଥିଲେ।

{"id":176057,"align":"center","width":281,"height":334}

ପରୀକ୍ଷା ନୀରିକ୍ଷା ବେଳେ ହାତ ଇନଫେକ୍ସନ ହୋଇଯାଇଥିବା ଜଣାପଡିଥିଲା। ସୋନାଗ୍ରାଫି କରିବା ବେଳେ ଝିଅଟି ବିରଳ ସିଷ୍ଟିକ ହାୟଗ୍ରୋମାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏ ନେଇ ଡା. ସୈନୀ  ଏମ୍ସର ଡାକ୍ତର କ୍ଷପ୍ର ସିପଲ, ଡା. ସୁଧୀର ଭଣ୍ଡାରୀ, ଅଧିକ୍ଷକ ଡି.ଏମ.ମିଣା ଆଦିଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେ ଶିଶୁଟିକୁ ଅନ୍ୟ ବଡ ସହରର ହସ୍ପିଟାଲକୁ ରେଫର କରିବା ବଦଳେ ବୁନ୍ଦି ହସ୍ପିଟାଲରେ ହିଁ ଅପରେସନ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଗତ ଅକ୍ଟୋବର ୨୫ ତାରିଖ ଦିନ ଏହାର ଅପରେଶନ କରିଥିବା ବେଳେ ତାହା ସଫଳ ହୋଇଥିବା କହିଛନ୍ତି।

{"id":176058,"align":"center","width":326,"height":439}

ଡା. ସୈନୀଙ୍କ କହିବା ଅନୁସାରେ ଲସିକା ତନ୍ତ୍ର (ଲିମ୍ଫୋଟିକ ସିଷ୍ଟମ)ରେ ଅସାଧାରଣ ବିକାଶ ଯୋଗୁ ଏଭଳି ହୋଇଥାଏ। ଏଥିରେ ଗଣ୍ଠି ଫୁଲିବାକୁ ଲାଗିଥାଏ । ଯଦି ଏହି ରୋଗ ହାତରେ ହୁଏ ତେବେ ହାତକୁ ଅଚଳ କରିପକାଏ। ସାଧାରଣତଃ ଏହା ଗଳା, ଛାତି, ପେଟ ଓ ଗୋଡରେ ହୋଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.