Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସରକାରୀ ହସ୍ପିଟାଲର ଏ କି ବ୍ୟବସ୍ଥା ? ଜାତୀୟ ପତାକାକୁ ଅସମ୍ମାନ, ଭିଡିଓ ଭାଇରାଲ

19/09/2021 at 12:47 PM

ବ୍ରହ୍ମପୁର ୧୯/୦୯: ବ୍ରହ୍ମପୁର ପାତ୍ରପୁର ମେଡିକାଲରେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ । ଜାତୀୟ ପତାକାକୁ ସମ୍ମାନ ଦିଆଯାଉନଥିବା ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ହୋଇଥିବା ବେଳେ, ଆବର୍ଜନା ଭର୍ତ୍ତି ଷ୍ଟୋରରୁମରେ ପତାକାଟିକୁ ଫୋଫାଡ଼ି ଦିଆଯାଇଥିବା ଦେଖାଯାଉଛି । ସ୍ୱାଧୀନତା ଅବା ସାଧାରଣତନ୍ତ୍ର ଦିବସରେ ପତାଙ୍କ ଉତ୍ତୋଳନ ପରେ ଏହାକୁ ସମ୍ମାନର ସହ ସାଇତି କରି ରଖାଯିବା କଥା ।

କିନ୍ତୁ ଷ୍ଟୋରରୁମରେ ଫୋପାଡ଼ି ଦିଆଯିବା ଦ୍ୱାରା ମଇଳା ଓ ଧୂଳି ଧୁସର ହୋଇଥିବା ଅଭିଯୋଗ ହୋଇଛି । ଏଥିସହ ଆବର୍ଜନା ଭର୍ତ୍ତି ରୁମରେ ଏକ୍ସପାଇରୀ ନ ହୋଇଥିବା ମେଡ଼ିସିନ ମଧ୍ୟ ନଷ୍ଟ କରି ପକାଇ ଦିଆଯାଇଥିବା ଦେଖାଯାଉଛି । ଏହାକୁ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପଚାରିବା ବେଳେ ଜଣେ ମେଡିକାଲ କର୍ମଚାରୀ ବିନା ମାସ୍କରେ ରହିଥିବା ଦେଖାଯାଉଛି ।

କରୋନା ପରଠାରୁ ମେଡିକାଲ ପରିସରରେ ମାସ୍କ ବାଧ୍ୟତାମୂଳକ ଥିବା ବେଳେ ମାସ୍କ ପିନ୍ଧି ନଥିବାକୁ ନେଇ ଭିଡିଓ କରୁଥିବା ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ବି ହୋଇଛି । ତେବେ ଜାତୀୟ ପତାକାକୁ ଅସମ୍ମାନ ସହ ଏଭଳି ଅନିୟମିତତା ହେଉଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ହିଁ ଅପେକ୍ଷା ।

   Related Posts