Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ହସ୍ପିଟାଲରେ ମିସାଇଲ ମାଡ : ୨ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ, ୩୭ରୁ ଉର୍ଦ୍ଦ୍ବ ଆହତ

13/06/2021 at 6:09 PM

ବେରୁତ ୧୩/ ୦୬ : ହସ୍ପିଟାଲରେ ଚାଲିଥିଲା ରୋଗୀମାନଙ୍କ ଚିକିତ୍ସା । ହଠାତ ହେଲା ବିସ୍ଫୋରଣ । କେହି କିଛି ବୁଝିବା ପୂର୍ବରୁ ହସ୍ପିଟାଲ ଉପରେ ହେଲା ଘନଘନ ବୋମା ମାଡ । ମାତ୍ର କେଇ ମିନିଟରେ ଚାଲିଗଲା ୨ ଜଣ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ୧୩ ଜଣଙ୍କ ଜୀବନ । ସିରିୟାର ଏକ ହସ୍ପିଟାଲରେ ମିସାଇଲ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରମଣ ପଛରେ କାହାର ହାତ ଅଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।


ଆକ୍ରମଣକୁ ନେଇ ତୁର୍କୀ ହତାୟ ରାଜ୍ୟର ରାଜ୍ୟପାଳ କହିଛନ୍ତି, ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏହି ଆକ୍ରମଣରେ ସିରିୟାନ କୁର୍ଦେଶ ସଂଗଠନକୁ ଦାୟୀ କରିଛି । ବ୍ରିଟେନର ମାନବାଧିକାର ସଂଗଠନ ‘ସିରିଆନ୍ ଅବଜରଭେଟରୀ ଫର୍ ହ୍ୟୁମାନ୍ ରାଇଟ୍ସ’ ଏହି ଆକ୍ରମଣରେ ୧୮ ଜଣ ପ୍ରାଣ ହରାଇଥିବା କହିଛି । ସିରିଆନ୍ ଆମେରିକାନ ମେଡିକାଲ୍ ସୋସାଇଟି (SAMS) କହିଛି ଯେ ଆଫ୍ରିନ୍ ସହରର ଅଲ-ଶିଫା ହସ୍ପିଟାଲରେ ଦୁଇଟି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ମିସାଇଲ ମାଡ ପରେ ହସ୍ପିଟାଲର ପଲିକ୍ଲିନିକ୍ ବିଭାଗ, ଜରୁରୀକାଳୀନ ବିଭାଗ ଏବଂ ପ୍ରସବ କକ୍ଷ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

कॉन्सेप्ट इमेज.


ହସ୍ପିଟାଲ ଉପରେ ଆକ୍ରମଣ ଘଟଣାର ତଦନ୍ତ ଦାବି କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସେପଟେ କୁର୍ଦ ସମୂହକୁ ଏହି ଘଟଣାରେ ଦାୟୀ କରିଛି ତୁର୍କୀ । ସିରିଆର ଡେମୋକ୍ରାଟିକ୍ ଫୋର୍ସର ମୁଖ୍ୟ ମଜଲୁମ୍ ଅବାଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ତାଙ୍କ ସୈନ୍ୟବାହିନୀ ଏହି ଆକ୍ରମଣରେ ସମ୍ପୃକ୍ତ ନାହିଁ । ଏହା ସହିତ ସେ ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ଆମେରିକା ସମର୍ଥିତ ଏସଡିଏଫ ନିର୍ଦ୍ଦୋଷ ଲୋକଙ୍କୁ ଟାର୍ଗେଟ କରୁଥିବା ଆକ୍ରମଣକୁ ନିନ୍ଦା କରେ। ସେ ଏହାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି।

   Related Posts