Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ

23/10/2021 at 9:16 AM

ନୂଆଦିଲ୍ଲୀ ୨୩/୧୦: ସିରିଆରେ ଆମେରିକା ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହାମିଦ ଅଲ-ମାତରଙ୍କ ମୃତ୍ୟୁ । ସେଣ୍ଟ୍ରାଲ କମାଣ୍ଡର ପ୍ରବକ୍ତା ମେଜର ଜନ ରିଗସବି ନେଇ ସ୍ପଷ୍ଟ କରାଯାଇଛି । ଉତ୍ତର ପଶ୍ଚିମ ରିଗସବି ପକ୍ଷରୁ କୁହାଯାଇଛି ଆମେରିକା ଏହି ଏୟାର ଷ୍ଟ୍ରାଇକରେ ଏମ୍‌କ୍ୟୁ-୯ ବିମାନ ବ୍ୟବହାର କରିଥିଲା ।

ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ । ରିଗସବି ତାଙ୍କ ବୟାନରେ କହିଛନ୍ତି ଆମେରିକା ଓ ତା’ର ସହଯୋଗୀଙ୍କ ପାଇଁ ଅଲକାଏଦା ସବୁବେଳେ ବିପଦ ହୋଇ ରହୁଛି । ଅଲକାଏଦା ସିରିଆର ବ୍ୟବହାର ବାହାର ସହଯୋଗୀଙ୍କ ସହ କୋଅର୍ଡିନେଟ କରିବା ଓ ବାହାର ଅଭିଯାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛି । ଅଲକାଏଦା ସିରିଆକୁ ସିରିଆ, ଇରାକ ଓ ଏହାର ଆଗାମୀ ବିପଦକୁ ଆଧାର କରି ବ୍ୟବହାର କରୁଛି ।

ସୂଚନା ଥାଉକି, ସେପ୍ଟେମ୍ବର ୨୦ରେ, ଆମେରିକା ସିରିଆର ଇଡଲିବ ସହରରେ ଆଉ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ଅଲ-କାଏଦାର ନେତା ସଲିମ ଅବୁ-ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା । ଯୋଜନା ଏବଂ ପାଣ୍ଠିର ବ୍ୟବସ୍ଥା ପାଇଁ ସଲିମ ଅଲ-କାଏଦା ରେ କାମ କରୁଥିଲେ । ଏଥିସହ, ଦୁଇ ଦିନ ପୂର୍ବେ ଦକ୍ଷିଣ ସିରିଆରେ ଥିବା ଆମେରିକୀୟ ପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା । ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ ସେହି କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟା କି ନାହିଁ ତାହା ରିଗ୍ସବି କହି ନାହାଁନ୍ତି ।

   Related Posts