ଯଦି ୫ଦିନ ଭିତରେ ଦେଖାଦିଏ ଏହି ୩ଟି ଲକ୍ଷଣ ତାହେଲେ ତୁରନ୍ତ କରୋନା ପରୀକ୍ଷା କରାନ୍ତୁ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭/୦୩ : କରୋନା ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି | ଏହି ମହାମାରୀରେ ପୀଡିତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏପିଏର୍ଯ୍ୟନ୍ତ ବିଶ୍ୱର ପ୍ରାୟ ୧୫୪ ଦେଶରେ ଏହି ଭାଇରସ ବ୍ୟାପି ସାରିଲାଣି ଏବଂ ପାଖାପାଖି ଦେଢ଼ ଲକ୍ଷ ଲୋକ ଏଥିରେ ଏକରନ୍ତ ହୋଇସାରିଲେଣି | ଏକ ରିପୋର୍ଟ ଅନୁଯାୟୀ, ଭାଇରସ ସଂକ୍ରମଣ ହେବାର ୫ଦିନ ଭିତରେ ଶରୀରରେ ୩ଟି ଲକ୍ଷଣ ଦେଖାଦେଇଥାଏ | ଏହି ୩ଟି ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ |

ଆସନ୍ତୁ ଜାଣିବା ସେହି ୩ଟି ଲକ୍ଷଣ କଣ କଣ :

୧. ଆମେରିକୀୟ ବୈଜ୍ଞାନିକଙ୍କ ଅନୁଯାୟୀ, କରୋନା ସଂକରଣ ହେବା ପରେ ପ୍ରଥମ ୫ଦିନ ଯାଏଁ ଶୁଖିଲା କାଶ ହୋଇଥାଏ |

୨. ଦ୍ୱିତୀୟରେ, ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ୱର ହୋଇଥାଏ ଏବଂ ଶରୀରର ତାପମାତ୍ରା ବହୁତ ବଢ଼ିଯାଇଥାଏ |

୩. ପ୍ରଥମ ୫ଦିନରେ ଆକ୍ରାନ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ | ଫୁସଫୁସରେ କଫ ଜମାଟ ବାନ୍ଧିଲେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ |

ନ୍ୟାସନାଲ ହେଲ୍ଥ ସେଣ୍ଟର (ଜାତୀୟ ସ୍ୱାସ୍ଥ୍ୟ କେନ୍ଦ୍ର ) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କରୋନା ଭାଇରସରେ ଏହିସବୁ ଲକ୍ଷଣ ଦେଖାଦେବା ସ୍ପଷ୍ଟ କରିଛନ୍ତି | ସଂକ୍ରମଣ ପରେ ଗୋଡହାତ ଘୋଳାବିନ୍ଧା ଏବଂ ଥଣ୍ଡା ମଧ୍ୟ ହୋଇଥାଏ |

ଚୀନର ବୁହାନ ସହର ବାହାରେ ପାଖାପାଖି ୫୦ ଅଞ୍ଚଳରେ ଏନେଇ ପରୀକ୍ଷା କରାଯାଇଥିଲା | ପରୀକ୍ଷା ସମୟରେ ହେଲ୍ଥ ଏକ୍ସପର୍ଟ ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସେଲ୍ଫ ଆଇସୋଲେଟ ରହିବା ପାଇଁ ପରାମର୍ଶ ଦେଇଥିଲେ |

ରିପୋର୍ଟ ଆଉ ଏକ କଥା ଦର୍ଶାଇ ଦିଆଯାଇଛି | ଭାଇରସରେ ଦେଖାଦେଉଥିବା ଲକ୍ଷଣ ଯଥା ଥଣ୍ଡା, କାଶ, ଜ୍ୱର, ଫ୍ଲୁ,, ଇନଫେକ୍ସନ, ନିମୋନିଆ ଆଦି ସାଧାରଣ ଥଣ୍ଡା, କାଶ କିମ୍ବା ଜ୍ୱର ସହ ପ୍ରାୟ ସମାନ | କିନ୍ତୁ ସାଧାରଣ ଥଣ୍ଡା, କାଶ, ଜ୍ୱରରେ ପୀଡିତ କିଛି ଦିନ ପରେ ସୁସ୍ଥ ହୋଇଯାଇଥାଏ କିନ୍ତୁ ନିମୋନିଆ କିଛି ସପ୍ତାହ ଯାଏଁ ରହେ |

କରୋନାରୁ ସୁରକ୍ଷିତ ରହିବା ପାଇଁ କିଛି କିଛି ସମୟ ବ୍ୟବଧାନରେ ନିଜ ହାତକୁ ଭଲ ଭାବେ ସାବୁନରେ ଧୋଇବା ଦରକାର | ମୁହଁ, ନାକରେ ବାରମ୍ବାର ହାତ ମାରିବେ ନାହିଁ ଏବଂ ଅଧିକ ଲୋକଙ୍କ ସଂସ୍ପର୍ଶରେ ନ ଆସିବା ପାଇଁ ଚେଷ୍ଟା କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.