ବରିଷ୍ଠ IAS ଅଧିକାରୀଙ୍କ ନିକଟରେ କରୋନା ଲକ୍ଷଣ, କ୍ୱାରେଣ୍ଟାଇନ୍‌ରେ ୩୫ ଅଧିକାରୀ

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ ୦୪।୦୬: ଦେଶରେ କରୋନା ପ୍ରକୋପ ଜାରି ରହିଛି । ଧୀରେ ଧୀରେ ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ IAS ଅଧିକାରୀଙ୍କ ନିକଟରେ କରୋନା ଲକ୍ଷଣ ଦେଖିଦେଇଛି । ଯାହାଫଳରେ ରାୟସିନା ହିଲ୍ସର ସାଉଥ ବ୍ଲକରେ ଥିବା ମନ୍ତ୍ରାଳୟର ହଇଚଇ ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ IAS ଅଧିକାରୀଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା । ଅଧିକାରୀଜଣଙ୍କ ୧୯୮୫ ବ୍ୟାଚ୍‌ର IAS ଅଫିସର । ତେବେ ଅଧିକାରୀଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇଥିଲା । ଯାହାଫଳରେ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ୩୫ଜଣ ଅଧିକାରୀଙ୍କୁ  କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରକ୍ଷା ମନ୍ତ୍ରାଳୟରେ ପ୍ରଥମ ଅଧିକାରୀ ଯିଏକି, କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଏସଂପର୍କରେ କୌଣସି ଆଧିକୀରକ ବୟାନ ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ ।

ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୧୬ହଜାର ୮୨୭ଜଣ । ଆକ୍ଚିଭ୍‌ କେସ ୧ଲକ୍ଷ ୬ହଜାର ୯୫୭ଜଣ । ସେହିପରି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ଲକ୍ଷ ୪ହଜାର ୭୧ଜଣ । ଏହି ମହାମାରୀରେ ୬୦୭୫ଜଣ ପ୍ରାଣ ହରାଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.