ସୁସ୍ଥ ହେବା ପରେ ବି ଶରୀରରେ ଦେଖାଯାଉଛି କରୋନା ଲକ୍ଷଣ, ବୈଜ୍ଞାନିକଙ୍କ ଦାବି

Published By : Prameya-News7 Bureau | July 12, 2020 IST

ନୂଆଦିଲ୍ଲୀ, ୧୨।୦୭:  ହସ୍ପିଟାଲରୁ ସୁସ୍ଥ ହେବା ପରେ ମଧ୍ୟ ଆକ୍ରାନ୍ତଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି । ଜାମା ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଇଟାଲୀର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, କରୋନା ରୋଗ ଆରମ୍ଭ ହେବାର ୨ ମାସ ପରେ କିଛି ବ୍ୟକ୍ତି ଥକାପଣର ଶିକାର ହେଉଛନ୍ତି ।

ଇଟାଲୀରେ ୧୪୩ଜଣଙ୍କ ଉପରେ ଏକ ରିସର୍ଚ୍ଚ କରାଯାଇଥିଲା । ଏହି ବ୍ୟକ୍ତିମାନେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରିସର୍ଚ୍ଚରେ ଜଣାପଡିଥିଲା ଯେ, ୯୦ ପ୍ରତିଶତ ଲୋକ ସୁସ୍ଥ ହେବାର ୨ ମାସ ପରେ ବି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁଛି । ସେମାନେ ଥକାପଣ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ, ଗଳାରେ ପୀଡା ଅନୁଭବ କରୁଛନ୍ତି ।

ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ସୁସ୍ଥ ହେବାର ୬୦ ଦିନ ପରେ ମାତ୍ର ୧୨,୬ ପ୍ରତିଶତ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଆଉ କିଛି ବ୍ୟକ୍ତିଙ୍କ ଜୀବନପ୍ରଣାଳୀ ପରିବର୍ତ୍ତନ ହୋଇଛି । ଯାହା ଅତି ଚିନ୍ତାଜନକ ।

ଏହାପୂର୍ବରୁ ଏକ ରିସର୍ଚ୍ଚରେ ଜଣାପଡିଥିଲା ଯେ, କରୋନା ପାଇଁ ଯେଉଁମାନଙ୍କ ଆଘ୍ରାଣ ଶକ୍ତି ଚାଲିଯାଉଛି ସେମାନଙ୍କଠାରେ ଅନେକ ଲକ୍ଷଣ ଲାଗି ରହୁଛି । ଏପରିକି କଣ କଣ ଶରୀରରେ ପ୍ରଭାବ ପଡୁଛି ଡାକ୍ତରମାନେ ମଧ୍ୟ ଠିକସେ କହିପାରୁ ନାହାଁନ୍ତି । ଇଟାଲୀରେ ୫୫ ପ୍ରତିଶତ ଲୋକ ମାସମାସ ପରେ ମଧ୍ୟ କରୋନା ଲକ୍ଷଣର ସାମ୍ନା କରୁଛନ୍ତି । ୨୧ ପ୍ରତିଶତଙ୍କ ଛାତିରେ କଷ୍ଟ ଅନୁଭବ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.