ପ୍ରେମର ନିଦର୍ଶନ -ଜୀଇଁ ଥାଉ ଥାଉ ଶ୍ମଶାନରେ ମୃତ ପତ୍ନୀ ସହ ନିଜ ମୂର୍ତ୍ତି କରି ପୂଜା କରୁଛନ୍ତି

Published By : Prameya-News7 Bureau | January 17, 2020 IST

ବ୍ରହ୍ମପୁର/ସାନଖେମୁଣ୍ଡି ୧୭।୦୧-  ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ ସାହାଜାହାନ । ଯାହା ପ୍ରେମର ନିଦର୍ଶନ ଭାବେ ପରିଚିତ । କିନ୍ତୁ ବ୍ରହ୍ମପୁରରେ ଏମିତି ଜଣେ ମଣିଷ ଅଛନ୍ତି ଯିଏ ଜୀଇଁ ଥାଉ ଥାଉ ଶ୍ମଶାନ ରେ ମୃତ ପତ୍ନୀ ସହ ନିଜର ପ୍ରତିମୂର୍ତ୍ତି କରି ପୂଜା କରୁଛନ୍ତି । ଦେଖନ୍ତୁ ଏ ପ୍ରମର ପୂଜାରୀଙ୍କୁ । …

{"id":212595,"sizeSlug":"large"}

ପତ୍ନୀ ମମତାଜଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ ସାହାଜାହାନ । ଯାହା ପ୍ରେମର ନିଦର୍ଶନ । କିନ୍ତୁ ବ୍ରହ୍ମପୁରରେ ଏମିତି ଜଣେ ସାହାଜାହାନ ଅଛନ୍ତି ଯିଏ ପତ୍ନୀର ସ୍ମୃତିରେ ଶ୍ମଶାନ ଘାଟରେ ତିଆରି କରିଛନ୍ତି ପ୍ରତିମୂର୍ତ୍ତି । ଜୀଇଁ ଥାଉ ଥାଉ ନିଜ ପ୍ରତିମୂର୍ତ୍ତି ବି ନିର୍ମାଣ କରିଛନ୍ତି ପତ୍ନୀଙ୍କ ପ୍ରତିମୂର୍ତ୍ତି ନିକଟରେ ।

{"id":212594,"sizeSlug":"large"}

ଯେମିତି ପତ୍ନୀଙ୍କୁ ମୁହୂର୍ତେ ବି ଛାଡି ରହିବାକୁ ଚାହାନ୍ତିନି । ଯେମିତି ଅଲଗା ନହେବାର ପଣ କରିଛନ୍ତି । ଯେମିତି ଜନ୍ମଜନ୍ମାନ୍ତର ପାଇଁ ଏକାଠି ରହିବାର ବଜ୍ର ଶପଥ ନେଇଛନ୍ତି । କେହି କେହି କବିସୂର୍ଯ୍ୟନଗର ବ୍ଳକ ନନ୍ଦିଆଗଡା ଗାଁର ନୃସିଂହ ଦଳାଇଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିନ୍ତି ।  କିନ୍ତୁ ସ୍ବାମୀ-ସ୍ତ୍ରୀ ସଂପର୍କ କେତେ ବଳିଷ୍ଟ, ଭଲ ପାଇବା କେତେ ନିବିଡ, ତାହା ପ୍ରମାଣ କରିଛି ଏ ପ୍ରତିମୂର୍ତ୍ତି ।

{"id":212593,"sizeSlug":"large"}

ଅନେକ ସମୟରେ ଶ୍ମଶାସନକୁ ଯାଇ ପ୍ରତିମୂର୍ତ୍ତିକୁ ସଫା କରନ୍ତି ନୃସିଂହ ।  ପିଠି, ମୁଣ୍ଡକୁ ଆଉଁଶି ପତ୍ନୀଙ୍କୁ ଗେଲ କରନ୍ତି । ଘଡିଏ ବସି ରହି ପତ୍ନୀଙ୍କ କାନରେ ଗୁଣୁଗୁଣ ହୋଇ କ’ଣ କହିଯାଆନ୍ତି । ଇଏ ତ ପ୍ରେମ, ଇଏ ତ ଭଲପାଇବା । 

୨୦୧୦ରୁ ଆର ପାରିକୁ ଚାଲିଗଲେଣି ନୃସିଂହଙ୍କ ପତ୍ନୀ । କିନ୍ତୁ ସ୍ତ୍ରୀକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଭୁଲି ନାହାନ୍ତି ନୃସିଂହ । ଜୀଇଁ ଥାଉ ଥାଉ ଶ୍ମାଶାନ ଘାଟରେ ନିଜ ସହ ପତ୍ନୀଙ୍କ ପ୍ରତିମୂର୍ତ୍ତି ତିଆରି କରି ନିଆରା ଉଦାହାରଣ ସୃଷ୍ଟି କରିଛନ୍ତି। ବୟସ ବଢିଗଲାଣି, ତଥାପି ହାତରେ ପାଣି ବାଲଟି ଧରି ବାହାରି ଯାଆନ୍ତି ଗାଁ ମୁଣ୍ଡ ଶ୍ମଶାନକୁ । ପ୍ରତିମୂର୍ତ୍ତିକୁ ଭଲ କରି ଧୋଇ ଦିଅନ୍ତି । ଯେମିତି ପତ୍ନୀଙ୍କୁ ନଦେଖିଲେ ତାଙ୍କ ଦିନ କଟେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.