ଇତିହାସ : ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ କବଜା କଲା ଭାରତ

Published By : Prameya-News7 Bureau | January 07, 2019 IST

ସିଡ୍‌ନୀ ୭|୧: ଭାରତୀୟ କ୍ରିକେଟ୍ ପାଇଁ  ଐତିହାସିକ ଦିନ । ଅଷ୍ଟ୍ରେଲିଆକୁ ତାରି ମାଟିରେ ମାତ୍‌ ଦେଇଛି । ହାତେଇଛି ଟେଷ୍ଟ ସିରିଜ୍‌ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ କବଜା କରିଛି ଭାରତ । କୌଣସି ଏସୀୟ ଦଳ ଭାବେ ଅଷ୍ଟ୍ରେଲିଆରେ ସିରିଜ୍‌ ହାତେଇ ବି ରେକର୍ଡ କରିଛି ଟିମ୍‌ ଇଣ୍ଡିଆ ।

ହିଷ୍ଟ୍ରି ବୁକ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌ । ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ଜିତିଛି ଟେଷ୍ଟ୍ ସିରିଜ୍ । ଘରୋଇ ଦଳକୁ ତାରି ମାଟିରେ ଧୂଳି ଚଟାଇ ନୂଆ ବର୍ଷରେ ଦେଶବାସୀଙ୍କୁ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଦେଇଛି ଜବରଦସ୍ତ ବିଜୟ ଉପହାର । ୪ ଟିକିଆ ଟେଷ୍ଟ ସିରିଜ୍‌ରେ ପୂର୍ବରୁ ୨-୧ ରେ ଆଗୁଆ ଥିଲା ଭାରତ । ସିଡନୀରେ ଖେଳାଯାଇଥିବା ଶେଷ ଟେଷ୍ଟର ଶେଷ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ।ଦ୍ବିତୀୟ ଇନିଂସରେ ୩୨୬ ରନ୍‌ ପଛରେ ରହି ପରାଜୟ ଦ୍ବାରଦେଶରେ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆ ଅଳ୍ପକେ ବର୍ତ୍ତି ଯାଇଥିଲା ।ପୂର୍ବରୁ ଅଷ୍ଟ୍ରେଲିଆରେ କୌଣସି ବି ଟେଷ୍ଟ ସିରିଜ୍ ଜିତିନଥିବା ଭାରତ, ଏସୀୟ ଦଳ ଭାବେ ବି ଏହି ଐତିହାସିକ ସିରିଜ ଜିତିବାରେ ସକ୍ଷମ ହୋଇଛି । ପୂର୍ବରୁ ଗାଭାସ୍କର, କପିଲ ଦେବ ଓ ଗାଙ୍ଗୁଲି ଅଷ୍ଟ୍ରେଲିଆରେ ସିରିଜ୍ ଡ୍ର’ ରଖିବାରେ ସମର୍ଥ ହୋଇଥିଲେ, କିନ୍ତୁ ଜିତି ପାରି ନଥିଲେ।

{"id":71330}

ବିଜୟ ପରେ ଟିମ୍‌ ଇଣ୍ଡିଆର ସେଲିବ୍ରେସନ୍ । ପଡିଆରେ ହାତ ଧରାଧରି ହୋଇ ଚେ, ଚେ, ଚେ ଡାନ୍ସ କରିଛି ଭାରତୀୟ ଟିମ୍‌ । ବିରାଟ ଓ  ଟିମ୍‌ର ଖେଳାଳି ଦର୍ଶକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ ସିଡ୍‌ନୀ ଗ୍ରାଉଣ୍ଡରେ ବିରାଟଙ୍କ ସହିତ ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବି ଦେଖିବାକୁ ମିଳିଥିଲା। ଖୁସିରେ ବିଭୋର ବିରାଟ ପଡ଼ିଆରେ ଅନୁଷ୍କାଙ୍କୁ ଆଲିଙ୍ଗନ କରିଥିଲେ। ଦୁହେଁ ସିଡ୍‌ନୀ ଗ୍ରାଉଣ୍ଡରେ ଅନେକ ଫଟୋ ମଧ୍ୟ ଉଠାଇଥିଲେ। ପୁରସ୍କାର ପ୍ରଦାନ ଉତ୍ସବ ବେଳେ ବି ଅନୁଷ୍କା ପଡ଼ିଆରେ ଉପସ୍ଥିତ ଥିଲେ । ବିରାଟ ବାହିନୀ ଏହି ଟେଷ୍ଟ ବିଜୟ ସହ ବର୍ଡର-ଗାଭାସ୍କର ଟ୍ରେଫି ହାସଲ କରିଛି।

{"id":71331}

୧୯୮୮ ଇଂଲଣ୍ଡ ପରେ ଘରୋଇ ମାଟିରେ ୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଭାରତ ପ୍ରଥମ ଥର ପାଇଁ ଫଲୋଅନ ଦେଇଥିଲା । ସିଡନୀ ଟେଷ୍ଟରେ ସେଞ୍ଚୁରୀ ସହ ସମଗ୍ର ଟେଷ୍ଟରେ ଚମତ୍କାର ଫର୍ମରେ ଥିବା ଚେତେଶ୍ବର ପୂଜାରା ମ୍ୟାନ୍‌ ଅଫ ଦି ମ୍ୟାଚ୍ ସହ ମ୍ୟାନ୍‌ ଅଫ ଦି ସିରିଜ୍‌ ଟ୍ରଫି ହାତେଇଛନ୍ତି।

{"id":71334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.