Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ମହିଳାଙ୍କୁ ଯୌନ ଶୋଷଣ ଅପରାଧରେ ଫଶିଥିବା ଯୋଗଗୁରୁ ଆନନ୍ଦଗିରିଙ୍କୁ ସିଡନୀ ଅଦାଲତ କଲା ନିର୍ଦ୍ଦୋଷରେ ଖଲାସ

11/09/2019 at 5:48 PM

ସିଡନୀ: ଯୋଗ ଗୁରୁ ଆନନ୍ଦ ଗିରି ମହାରାଜଙ୍କୁ ଅଷ୍ଟ୍ରେଲିଆର ସିଡନୀ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ କୋର୍ଟରେ ନିରାଧାର ଓ ମନଗଢା ସାବ୍ୟସ୍ତ ହୋଇଛି। କୋର୍ଟରେ ସିଡନୀ ପୋଲିସ ମଧ୍ୟ ନିଜର ଭୁଲ ସ୍ୱୀକାର କରିଛି। ଏଣୁ କୋର୍ଟ ଆନନ୍ଦ ଗିରିଙ୍କ ପାସପୋର୍ଟ ଫେରାଇ ଦେବା ସହ ଭାରତ ଯିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ରାୟ ଆସିବା ପରେ ଯୋଗ ଗୁରୁ କହିଛନ୍ତି ଯେ ‘ସତ୍ୟ ହଇରାଣ ହୋଇପାରେ ହେଲେ ତାର ପରାଜୟ ହୋଇ ନପାରେ’।  

ଅଷ୍ଟ୍ରେଲିଆରେ ୨ ଜଣ ମହିଳା ଆନନ୍ଦ ଗିରିଙ୍କ ବିରୋଧରେ ସେମାନଙ୍କୁ ଅମର୍ଯ୍ୟାଦା କରିଥିବା ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଅଷ୍ଟ୍ରେଲିଆ ପୋଲିସ ତାଙ୍କୁ ଗତ ମେ ୪ ତାରିଖ ଦିନ ସିଡନୀ ୱେଷ୍ଟର୍ଣ୍ଣ ସବ-ଅର୍ବରୁ ଗିରଫ କରିଥିଲା। ମହିଳା ୨ ଜଣ ତାଙ୍କ ବିରୋଧରେ ୨ଟି  ପୃଥକପୃଥକ ଅଭିଯୋଗ କରିଥିଲେ। ଜଣେ ୩ ବର୍ଷ ପୂର୍ବ ଘଟଣା ଲାଗି ତାଙ୍କ ବିରୋଧରେ ଏଭଳି ଅଭିଯୋଗ କରିଥିବା ବେଳେ ଅନ୍ୟଜଣକ ୨ ବର୍ଷ ପୂର୍ବର ଏକ ଘଟଣାରେ ଅଭିଯୋଗ କରିଥିଲେ।

ଉଭୟ ମହିଳା ଯୋଗଗୁରୁଙ୍କ ପରିଚିତ ଥିଲେ। ଦୁଇଟି ଜାକ ଘଟଣା ରୁଟିହିଲ ଅଞ୍ଚଳରେ ହୋଇଥିଲା। ଗୋଟିଏ ଘଟଣାରେ ମହିଳା ଯୋଗଗୁରୁଙ୍କ ପ୍ରାର୍ଥନା ସଭାରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଦ୍ୱାରା ଯୌନଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଦ୍ୱିତୀୟ ଘଟଣାରେ ଯୋଗଗୁରୁଙ୍କୁ ପ୍ରାର୍ଥନା ଲାଗି ଆମନ୍ତ୍ରିତ କରାଯାଇଥିବା ବେଳେ ଘର ବାରଣ୍ଡାରେ ମହିଳାଙ୍କ ପ୍ରତି ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା। ହେଲେ ଉଭୟ ଘଟଣାରେ ମହିଳାମାନେ ସେମାନଙ୍କ ସହ ହୋଇଥିବା ଘଟଣାକୁ  କୋର୍ଟରେ ପ୍ରମାଣିତ କରିପାରିନଥିଲେ। 

   Related Posts