ହାତରେ ଖଣ୍ଡା ଓ ରାଜଧାନୀରେ ଅରାଜକତା…ରେସଲର ଯୋଗେଶ୍ଵର ଦତ୍ତଙ୍କ ପ୍ରଶ୍ନ- କ’ଣ ବାସ୍ତବରେ ଏମାନେ କୃଷକ ?
26/01/2021 at 6:17 PM

ନୂଆଦିଲ୍ଲୀ ୨୬।୦୧: ସାଧାରଣତନ୍ତ୍ର ଦିବସରେ କୃଷକ ଆନ୍ଦୋଳନ ସମୟରେ ହିଂସାକାଣ୍ଡର ଦୃଶ୍ୟ ପୂରା ଦେଶକୁ ବ୍ୟଥିତ କରିଛି। ଯେଉଁ ଲାଲକିଲ୍ଲା ପ୍ରାଚୀରରୁ ଦେଶର ଜାତୀୟ ପତାକା ଫର ଫର ହୋଇ ଉଡେ, ସେଠାରେ ସାଧାରଣତନ୍ତ୍ର ଦିବସ ପରି ଦିନରେ କୃଷକ ନିଜର ପତାକା ଉଡାଇ ନାହାନ୍ତି ବରଂ ରାଜଧାନୀର ବିଭିନ୍ନ ଜାଗାରେ ଉତ୍ପାଦ ମଧ୍ୟ କରିଛନ୍ତି। ଏହି ଭୟାନକ ଦୃଶ୍ୟର କିଛି ଫଟୋ ମଲ୍ଲଯୋଦ୍ଧା ଯୋଗେଶ୍ଵର ଦତ୍ତ ନିଜର ଟ୍ଵିଟ୍ର ଆକାଉଣ୍ଟରେ ସେୟାର କରିଛନ୍ତି।
ଅଲିମ୍ପିକ ପଦକ ଜିତି ଦେଶର ମାନ ସମ୍ମାନ ବଢାଇଥିବା ରେସଲର ଯୋଗେଶ୍ଵର ଦତ୍ତ ଉପଦ୍ରବୀଙ୍କ କୃଷକ ହେବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ହାତରେ ଖଣ୍ଡା ଓ ରାଜଧାନୀରେ ଅରାଜକତା କରିବା କଣ ଏହାକୁ କୃଷକ ଆନ୍ଦୋଳନ କୁହାଯିବ ? କଣ କୃଷକ ପୁଲିସ ଉପରେ ଟ୍ରାକ୍ଟର ଚଢାଇ ପାରିବ ? କଣ କୃଷକ ହିଂସା କରି ପାରେ ? କଣ କୃଷକ ତ୍ରିରଙ୍ଗାର ଅପମାନ କରିପାରେ ? ଏବେ ଆପଣଙ୍କୁ ସ୍ଥିର କରିବାକୁ ପଡିବ ଯେ, ଏମାନେ କୃଷକ ନା ଦେଶ ବିରୋଧୀ ଶକ୍ତି।
हाथों में तलवार और राजधानी में अराजकता फैलाना क्या ये किसानों का आंदोलन है?
— Yogeshwar Dutt (@DuttYogi) January 26, 2021
क्या किसान पुलिस के ऊपर ट्रैक्टर चढ़ा सकता है?
क्या किसान हिंसा कर सकता है?
क्या किसान तिरंगे का अपमान कर सकता है?
अब आप को तय करना है ये किसान हैं या देश विरोधी ताकतों का मोहरा | pic.twitter.com/nh2yPHsSCG
ଉଲ୍ଲେଖନୀୟ ରାଜଧାନୀରେ ପୁଲିସ ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ। ଭିଡକୁ ନିୟନ୍ତ୍ରଣ କରିବା ସମୟରେ ପାଞ୍ଚ ଛଅ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପଟେ ବିକ୍ଷୋଭକାରୀଙ୍କ ପକ୍ଷରୁ ପୁଲିସ ଉପରେ ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ହୋଇଛି। ସଂଘର୍ଷ ସମୟରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନେକ ପ୍ରଦର୍ଶନାକାରୀଙ୍କୁ ମଧ୍ୟ ଆଘାତ ଲାଗିଛି।