Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ସ୍ୱିସ୍ ବ୍ୟାଙ୍କର ଗୋପନୀୟତା ଯୁଗ ଶେଷ, ଭାରତକୁ ମିଳିବ ୨୦୧୮ ମସିହାର ଜମାକାରୀଙ୍କ ସମସ୍ତ ସୂଚନା

1/09/2019 at 6:52 PM

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଗୋପନୀୟ ବ୍ୟାଙ୍କ ଭାବେ ଜଣାଶୁଣା ସ୍ୱିସ୍ ବ୍ୟାଙ୍କରେ ଆଉ ଭାରତୀୟ ଜମାକାରୀଙ୍କ ଜମା ସମ୍ବଦ୍ଧୀୟ ସୂଚନା ଗୋପନୀୟ ହୋଇ ରହିବନି। ଏ ନେଇ ପୂର୍ବରୁ କରାଯାଇଥିବା ନିବେଦନ ଅନୁସାରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେପ୍ଟେମ୍ବର ମାସରୁ ଭାରତ ସରକାରଙ୍କୁ ଜମାକାରୀଙ୍କ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବେ। ଏ ନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) କହିଛନ୍ତି ଯେ କଳାଧନ ବିରୋଧରେ ଭାରତ ସରକାରଙ୍କ ଉଦ୍ୟମକୁ ଏହା ଏକ ବଡ ସଫଳତା।

ଏଥିଲାଗି ଗତ ଅଗଷ୍ଟ ୨୯ ଓ ୩୦ ତାରିଖରେ ସ୍ୱିଜରଲ୍ୟାଣ୍ଡର ଏକ ପ୍ରତିନିଧି ମଣ୍ଡଳ ନୂଆଦିଲ୍ଲୀରେ ରାଜସ୍ୱ ସଚିବ ଏ.ବି.ପାଣ୍ଡେ, ସିବିଡିଟି ଚେୟାରମ୍ୟାନ ପି.ସି.ମୌର୍ଯ୍ୟ ଓ ସଦସ୍ୟ ଅଖିଳେଶ ରଞ୍ଜନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ବେଳେ ଶୁଳ୍କ ଅଧିକାରୀମାନଙ୍କୁ ସ୍ୱିସ୍ ବ୍ୟାଙ୍କ ଭାରତୀୟ ଜମାକାରୀଙ୍କ ଆକାଉଣ୍ଟ ସମ୍ବଦ୍ଧିତ ସମସ୍ତ ତଥ୍ୟ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଦୁଇ ଦେଶଙ୍କ ମଧ୍ୟରେ ଏବେ ସୂଚନା ଆଦାନ ପ୍ରଦାନ ଅଧିକ ତ୍ୱରାନ୍ୱୀତ ହେବ ବୋଲି ସିବିଡିଟି ଅଧିକାରୀ କହିଛନ୍ତି।

ସଚିବାଳୟର ଅନ୍ତର୍ଜାତୀୟ ଅର୍ଥ ଲାଗି ଶୁଳ୍କ ବିଭାଗର ଉପ ମୁଖ୍ୟ ନିକୋଲାସ ମାରିଓ ଲୁସ୍କରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଜଏଣ୍ଟ ରିପୋର୍ଟିଂ ମାନକରେ ଥିବା ବ୍ୟବସ୍ଥା ଅନୁସାରେ ସ୍ୱିଜରଲ୍ୟାଣ୍ଡ ଭାରତୀୟ ଜମାକାରୀଙ୍କ ଜମା ଖାତା ସମ୍ପର୍କରେ ସେପ୍ଟେମ୍ବର ମାସରୁ ସୂଚନା ଆଦାନ ପ୍ରଦାନ କରିବେ ବୋଲି ଜଣାପଡିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୮ ମସିହାର ସମସ୍ତ  ବ୍ୟାଙ୍କିଙ୍ଗ ସୂଚନା ଏଥିରେ ମିଳିବ ବୋଲି କୁହାଯାଇଛି। ଏଥିରେ ଏହି ସମୟରେ ବନ୍ଦ ହୋଇଥିବା ଆକାଉଣ୍ଟର ମଧ୍ୟ ସୂଚନା ମିଳିପାରିବ ବୋଲି ଜଣାପଡିଛି।

   Related Posts