Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ୱିସ ବ୍ୟାଙ୍କରେ ଆକାଉଣ୍ଟ ଥିବା ୧୧ ଜଣ ଭାରତୀୟଙ୍କୁ ନୋଟିସ

ନୂଆଦିଲ୍ଲୀ ୨୭/୫ : ସ୍ୱିଜରଲ୍ୟାଣ୍ଡ ନିଜ ବ୍ୟାଙ୍କରେ ଆକାଉଣ୍ଟ ଥିବା ଭାରତୀୟଙ୍କ ସମ୍ପର୍କରେ ସୂଚନା ଜାରି କରିବା ପ୍ରକ୍ରିୟା ଆରମ୍ଭ କରିଛି । ଗତ ସପ୍ତାହରେ ପାଖାପାଖି ୧୨ ଜଣ ଭାରତୀୟଙ୍କୁ ଏ ସମ୍ପର୍କରେ ନୋଟିସ ଜାରି କରାଯାଇଥିଲା । ସ୍ୱିଜରଲ୍ୟାଣ୍ଡ ପ୍ରାଧିକରଣ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ଭାରତୀୟ ସ୍ୱିସ ବ୍ୟାଙ୍କ ଗ୍ରାହକଙ୍କୁ ପାଖାପାଖି ୨୫ ନୋଟିସ ଜାରି କରିଥିଲା । ସ୍ୱିସ ବ୍ୟାଙ୍କ ନିଜ ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ଗୋପନୀୟତା ବଜାୟ ରଖିବା ହିସାବରେ ଏକ ବଡ ବିଶ୍ୱ ଆର୍ଥିକ କେନ୍ଦ୍ର ବୋଲି ବିଚାର କରାଯାଏ । କିନ୍ତୁ ବାରମ୍ବାର ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ସେହି ଗୋପନୀୟତା ଭଙ୍ଗ ହୋଇଛି ।


ଖାତାଧାରୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ବ୍ୟାଙ୍କ ଭାରତ ସରକାରଙ୍କ ସହ ଚୁକ୍ତି କରିଥିଲା । ଅନ୍ୟ ଦେଶ ସହ ମଧ୍ୟ ଏହିଭଳି ଚୁକ୍ତି ହୋଇଛି । ସ୍ୱିଜରଲ୍ୟାଣ୍ଡ ସରକାର ଗେଜେଟ ଦ୍ୱାରା ଜାରି କରିଥିବା ସାର୍ବଜନିକ କରାଯାଇଥିବା ସୂଚନାରେ ଉପଭୋକ୍ତାଙ୍କ ପୁରା ନା ନ କହି କେବଳ ନାଁର ପ୍ରଥମ ଅକ୍ଷର କହିଛନ୍ତି । ସମ୍ପୂର୍ଣ ନାଁ ଗୋପନୀୟ ରଖିଛନ୍ତି । ଏହାଛଡା ଉପଭୋକ୍ତାଙ୍କ ଜାତୀୟତା ଏବଂ ଜନ୍ମ ତିଥି କୁହାଯାଇଛି । ଗେଜେଟ ଅନୁସାରେ, ମେ ୨୧ ତାରିଖରେ ୧୧ ଜଣ ଭାରତୀୟଙ୍କୁ ନୋଟିସ ଜାରି କରାଯାଇଛି । ଏଥିରେ ୨ ଜଣ ଭାରତୀୟଙ୍କ ପୁରା ନାଁ ଦର୍ଶାଇ ଦିଆଯାଇଛି । ସେମାନେ ହେଲେ ୧୯୪୯ ମସିହାରେ ଜନ୍ମ ହୋଇଥିବା କୃଷ୍ଣ ଭଗବାନ ରାମଚନ୍ଦ୍ର ଏବଂ ୧୯୭୨ ମସିହାରେ ଜନ୍ମ ହୋଇଥିବା କଳ୍ପେସ ହର୍ଷଦ କିନାରିବାଲା । ଏମାନଙ୍କ ସମ୍ବନ୍ଧରେ ଆଉ କିଛି ତଥ୍ୟ ପ୍ରଘଟ କରାଯାଇନାହିଁ ।


ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ, ଗ୍ରାହକ କିମ୍ବା ତାଙ୍କର କୌଣସି ପ୍ରତିନିଧି ଆବଶ୍ୟକ ଦସ୍ତାବେଜ ତଥା ପ୍ରମାଣପତ୍ର ସହିତ ୩୦ ଦିନ ଭିତରେ ଅପିଲ କରିବା ପାଇଁ ଉପସ୍ଥିତ ହେବେ ।

169 Views

   ସମ୍ବନ୍ଧିତ ଖବର