ନୂଆଦିଲ୍ଲୀ ୦୮/୧୨ : ସ୍ୱିଜରଲ୍ୟାଣ୍ଡରେ ସାର୍କୋ ନାମକ ଏକ ଅଦ୍ଭୁଦ ମେସିନକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁଯାୟୀ ମୃତ୍ୟୁ ବରଣ କରିପାରିବ। ଏଥିରେ ଶୋଇ ଜଣେ ଲୋକ ଏକ ମିନିଟ୍ ମଧ୍ୟରେ ମୃତ୍ୟୁକୁ ଆଲିଙ୍ଗନ କରିପାରିବ, ତାହା ପୁଣି ବିନା ଯନ୍ତ୍ରଣାରେ। ଏହି ଡିଭାଇସଟି ଦେଖିବାକୁ ଏକ କଫିନ୍ ପରି। ଏହି ମେସିନକୁ ନେଇ ସାରା ବିଶ୍ୱରେ ବର୍ତ୍ତମାନ ଚର୍ଚ୍ଚା ହେଉଛି। ଏହା ସେହି ଲୋକମାନଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି, ଯେଉଁମାନେ ନିଜ ଇଚ୍ଛା ଅନୁଯାୟୀ ମୃତ୍ୟୁକୁ ଗ୍ରହଣ କରିବାକୁ ଚାହୁଁଛନ୍ତି ।
{"width":695,"height":695}ଏହି ମେସିନ୍ ମାଧ୍ୟମରେ ଯେକୌଣସି ବ୍ୟକ୍ତି ଏକ ମିନିଟ୍ ମଧ୍ୟରେ ମରିପାରିବ। ମେସିନ୍ ତିଆରି କରିଥିବା କମ୍ପାନୀ ଅନୁଯାୟୀ, ଏହା ମାଧ୍ୟମରେ ମୃତ୍ୟୁ ଯନ୍ତ୍ରଣାଦାୟକ ହେବ ନାହିଁ। ସମୟ କେବଳ ଗୋଟିଏ ମିନିଟ୍ ନେବ। ଏହି ମେସିନ୍ ସ୍ୱତନ୍ତ୍ର ଟେକ୍ନୋଲୋଜି ସହିତ କାମ କରେ । ଏହି କାରଣରୁ, ଏହା ମାଧ୍ୟମରେ ଆତ୍ମହତ୍ୟା କରିବା ସମୟରେ କୌଣସି ଯନ୍ତ୍ରଣା ହେବ ନାହିଁ। ଏଥିରେ ଶୋଇବା ପରେ ଅମ୍ଳଜାନ ସ୍ତର ଏତେ ଶୀଘ୍ର ହ୍ରାସ ପାଇବ ଯେ ଫଳରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯିବ।
{"width":696,"height":696}ଏହି ମେସିନକୁ ପ୍ରସିଦ୍ଧ ଡ଼ାକ୍ତର ଫିଲିପ୍ ନିତ୍ସକ ତିଆରି କରିଛନ୍ତି। ସେ ଏକ ଏନଜିଓର ନିର୍ଦ୍ଦେଶକ ଅଟନ୍ତି। ଏହି ମେସିନ୍ ଭିତରେ ଶୋଇବା ଦ୍ୱାରା ବ୍ୟକ୍ତି ନିଜେ ତାର ମୃତ୍ୟୁକୁ କଣ୍ଟ୍ରୋଲ୍ କରିବ। ଯେତେବେଳେ ସେ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ, ସେତେବେଳେ ସେ ମେସିନ୍ ଭିତରେ ଥିବା ବଟନକୁ ଦବାଇବ। ଏହା ମେସିନ୍ ଭିତରେ ଅମ୍ଳଜାନ ସ୍ତରକୁ ହ୍ରାସ କରିବ । ବ୍ୟକ୍ତି ଜଣକ ଚେତାଶୂନ୍ୟ ହେବାର ଏକ ମିନିଟ ମଧ୍ୟରେ ମରିଯିବ।