ସରକାରଙ୍କୁ ମିଳିଲା ସ୍ୱିସ୍ ବ୍ୟାଙ୍କ ଖାତାଧାରୀଙ୍କ ସୂଚୀ, ଏବେ ଖୋଲିବ ଧନକୁବେରଙ୍କ ମୁଖା

Published By : Prameya-News7 Bureau | October 07, 2019 IST

ନୂଆଦିଲ୍ଲୀ: ବିଦେଶରେ କଳାଧନର ସୂଚନା ହାସଲ କରିବାରେ ମୋଦି ସରକାରଙ୍କୁ ବଡ ସଫଳତା ମିଳିଛି। ସ୍ୱିଜରଲ୍ୟାଣ୍ଡ ସରକାର ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ପ୍ରଥମ ସୂଚୀ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସ୍ୱିସ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ସମସ୍ତ ଭାରତୀୟଙ୍କ ସୂଚନା ରହିଛି। ବିଶ୍ୱର କିଛି ହାତଗଣତି ରାଷ୍ଟ୍ରଙ୍କ ମଧ୍ୟରେ ଭାରତକୁ  ସ୍ୱିଜରଲ୍ୟାଣ୍ଡ ସରକାର ପ୍ରଥମ ଥର ସୂଚନାର ଏହି ଆଦାନ ପ୍ରଦାନ କରିଛନ୍ତି।

{"id":167338,"width":573,"height":310}

ସ୍ୱିଜରଲ୍ୟାଣ୍ଡ ଟ୍ୟାକ୍ସ ବିଭାଗ ସୂଚନା ମୂତାବକ ଦେଶରେ ଭାରତୀୟଙ୍କ ଆକାଉଣ୍ଟ ସମ୍ପର୍କରେ ପରବର୍ତ୍ତି ସୂଚନା ସରକାରଙ୍କୁ ୨୦୨୦ ମସିହାରେ ପ୍ରଦାନ କରାଯିବ। ପ୍ରାପ୍ତ ସୂଚନା ଅନୁସାରେ ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କରେ ବିଶ୍ୱର ୭୫ଟି ଦେଶର ନାଗରିକଙ୍କ ପାଖାପାଖି ୩୧ଲକ୍ଷ ଆକାଉଣ୍ଟ ରହିଛି। ଯେଉଁଥିରେ ଭାରତୀଙ୍କର ମଧ୍ୟ ଅନେକ ଆକାଉଣ୍ଟ ଅଛି। ତେବେ ସ୍ୱିଜରଲ୍ୟାଣ୍ଡ ସରକାରଙ୍କଠାରୁ ଆକାଉଣ୍ଟ ସମ୍ପର୍କିତ ସୂଚନା ମିଳିବା ପରେ ସବୁ ଆକାଉଣ୍ଟ ବେଆଇନ ନୁହେଁ ବୋଲି ଭାରତ ସରକାର କହିଛନ୍ତି। ତେବେ ତଦନ୍ତକାରୀ ସଂସ୍ଥା ସବୁ ଆକାଉଣ୍ଟର ଯାଞ୍ଚ କରିବେ ବୋଲି କୁହାଯାଇଛି। ସୂଚନାରେ ଆକାଉଣ୍ଟଧାରୀଙ୍କ ନାମ ଓ ତାଙ୍କ ଆକାଉଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟ ରହିଛି।

{"id":167339}

ବିଦେଶରେ ଜମା କରାଯାଇଥିବା କଳାଧନ ମୋଦି ସରକାରଙ୍କ ଲାଗି ଏକ ବଡ ଆହ୍ୱାନ ଥିଲା। ଏଣୁ ଏଭଳି ଆକାଉଣ୍ଟ ସମ୍ପର୍କରେ ସୂଚନା ହାସଲ କରିବା ଲାଗି ସରକାର ବରାବର ସ୍ୱିଜରଲ୍ୟାଣ୍ଡ ସହ ଯୋଗାଯୋଗରେ ଥିଲେ। ଦୀର୍ଘ ଦିନର ସଂଘର୍ଷ ପରେ ମୋଦି ସରକାରଙ୍କୁ ଭାରତୀୟଙ୍କ ଆକାଉଣ୍ଟ ସମ୍ପର୍କରେ ସ୍ୱିଜରଲ୍ୟାଣ୍ଡ ସରକାର ସୂଚନା ଦେଇଛନ୍ତି। ତେବେ ସରକାର ଆକାଉଣ୍ଟ ଖୋଳତାଡ କରୁଥିବା ଜଣାପଡିବା ପରେ ସ୍ୱିସ୍ ବ୍ୟାଙ୍କରେ ଲୋକଙ୍କ ଜମାର ପରିମାଣ ହ୍ରାସ ହେବାରେ ଲାଗିଛି। ଗତ ୨୦୧୮ ମସିହା ହିସାବରେ ବ୍ୟାଙ୍କରେ ଭାରତୀୟଙ୍କ ମୋଟ ଜମାର ପରିମାଣ ମାତ୍ର ୬ହଜାର ୭୫୭ କୋଟିଟଙ୍କା ଜମା ଅଛି। ତେବେ ଏଥିରୁ କଳାଧନର ପରିମାଣ କେତେ ତାହା ସ୍ପଷ୍ଟ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.