ହିନ୍ଦୁ ରୀତିନୀତିରେ ବିବାହ କଲେ ସ୍ୱିଜରଲ୍ୟାଣ୍ଡ ପ୍ରେମୀ ଯୁଗଳ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | October 04, 2019 IST

ବୃନ୍ଦାବନ : ସ୍ୱିଜରଲ୍ୟାଣ୍ଡର ଏକ ପ୍ରେମୀ ଯୁଗଳ ସନାତନ ସଂସ୍କୃତି ପ୍ରତି ଏତେମାତ୍ରାରେ ପ୍ରଭାବିତ ହୋଇପଡିଲେ ଯେ ସେମାନେ ଏଠାରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ଏହି ପ୍ରେମୀ ଯୁଗଳ ମଥୁରା ମାର୍ଗ ସ୍ଥିତ ମୁଙ୍ଗେର ମନ୍ଦିରରେ ବିବାହ କରିଛନ୍ତି। ଏଥିଲାଗି ସମସ୍ତ ଆୟୋଜନ ଠିକ ହିନ୍ଦୁନୀ ତିନିୟମରେ ହୋଇଥିଲା। ଏପରିକି ସେମାନଙ୍କ ବିଭାହ ଭୋଜ ମଧ୍ୟ ପତ୍ର ଓ ଦନାରେ ପରସା ଯାଇଛି। ବର ଘୋଡାଗାଡିରେ ଆସି କନ୍ୟାଘର ସମ୍ମୁଖରେ ପହଞ୍ଚିବା ପରେ କନ୍ୟାପକ୍ଷ ବର ଓ ବରଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ହିନ୍ଦୁ ନୀତିରେ ସ୍ୱାଗତ ମଧ୍ୟ କରିଥିଲେ।

{"id":166353}

ସ୍ୱିଜରଲ୍ୟାଣ୍ଡର ରେଫିଆଲ ଓରଫ ରାମାନନ୍ଦ ରାୟ ତାଙ୍କ ବାନ୍ଧବୀ କଲ୍ୟାଣୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।  ରାଫିଏଲ ପୂ୍ର୍ବରୁ  ଅନେକ ଥର ଭାରତ ଆସିଥିଲେ। ଏପରିକି ଏଠାରେ ଏକ ହିନ୍ଦୁ ବିବାହରେ ବି ଯୋଗ ଦେଇଥିଲେ। ହିନ୍ଦୁ ରୀତିନୀତି ଓ ବିବାହ ପରମ୍ପରା ତାଙ୍କୁ ଖୁବ୍ ଭଲ ଲାଗିଥିଲା। ଏଣୁ ଯେତେବେଳେ ରାଫିଏଲ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ବାନ୍ଧବୀଙ୍କୁ ଭାରତରେ ଯାଇ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହିନ୍ଦୁ ବିବାହ ପରମ୍ପରା ସମ୍ପର୍କରେ ତାଙ୍କ ବାନ୍ଧବୀ ମଧ୍ୟ ପୂର୍ବରୁ କିଛିକିଛି ଜାଣିଥିଲେ। ଏଣୁ ରେଫିଏଲଙ୍କ ପ୍ରସ୍ତାବରେ ସହମତ ହେବା ସହ ବୃନ୍ଦାବନ ଆସି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

{"id":166354,"width":580,"height":412}

ବିବାହ ପୂର୍ବ ଦିନ ସେମାନଙ୍କର ମଙ୍ଗନ ମଧ୍ୟ ହିନ୍ଦୁ ପରିବାର ଭଳି ହୋଇଥିଲା। ବିବାହ ଦିନ ରେଫିଆଲ ସୁସଜ୍ଜିତ ଘୋଡଗାଡିରେ ବରଯାତ୍ରୀଙ୍କୁ ଧରି ବ୍ୟାଣ୍ଡ ବାଜା ସହ ପହଞ୍ଚିବା ପରେ ମୁଙ୍ଗେର ମନ୍ଦିରରେ କନ୍ୟାପକ୍ଷ ସେମାନଙ୍କୁ ସୁସ୍ୱାଗତ କରିଥିଲେ।  ଏହା ପରେ ସେମାନଙ୍କର ବରଣମାଳା ହୋଇଥିବା ବେଳେ ବର ଓ ବଧୂ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କ ବିବାହ ଉତ୍ସବରେ ଯେଉଁ ଭୋଜି ହୋଇଥିଲା ତାହା ବି ଠିକ୍ ଭାରତୀୟ ସଂସ୍କୃତି ଅନୁରୂପ ହୋଇଥିବା ବେଳେ ବରଯାତ୍ରୀଙ୍କୁ ଦନା,ପତ୍ର ଓ ମାଟି ପାତ୍ରରେ ଖାଦ୍ୟ ପରସା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.