ମହାନ ଖେଳାଳି ରୋଜର ଫେଡେରରଙ୍କ ଜନ୍ମଦିନ ହେବ ଏହି ଦେଶର ଜାତୀୟ ଦିବସ, ଚାଲିଛି ଜୋରଦାର ପ୍ରସ୍ତୁତି

Published By : Prameya-News7 Bureau | April 02, 2021 IST

ଲ୍ୟୁସାନେ ୦୨।୦୪: ମହାନ ଟେନିସ୍ ତାରକା ରୋଜର ଫେଡେରର ଦୁନିଆ ପାଇଁ ଏକ କିମ୍ବଦନ୍ତୀ, ମାତ୍ର ନିଜ ଦେଶ ସ୍ଵିଜରଲାଣ୍ଡରବାସୀଙ୍କ ପାଇଁ ଫେଡେରର ଏଥିରୁ ବଢି ଆଉ କିଛି। ଟେନିସ୍‌ରେ ଦମଦାର ଉପଲବ୍ଧିର ଉତ୍ସବ ପାଳନ ପାଇଁ ସ୍ଵିଜରଲାଣ୍ଡ ୨୦୨୧ ଅଗଷ୍ଟ ୮ରେ ନିଜର ଜାତୀୟ ଦିବସ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଦିନ ଫେଡେରର ୪୦ ବର୍ଷ ବୟସରେ ପଦାର୍ପଣ କରିବେ।

ସ୍ଵିସ୍ ସରକାର ଦେଶର କିମ୍ବଦନ୍ତୀ ଓ ବିଶ୍ଵର ପୂର୍ବତନ ଏକ ନମ୍ବର ଖେଳାଳିଙ୍କୁ ଏମିତି ଏକ ଉପହାର ଦେଇ ସମ୍ମାନିତ କରିବାକୁ ଯାଉଛି। କୌଣସି ଖେଳାଳିଙ୍କୁ ଏମିତି ସମ୍ମାନ ବୋଧହୁଏ କେବେ ମିଳିନଥିବ। ଏହି ସବୁ ସ୍ଵିସ୍ ସଂସଦରୁ ଆରମ୍ଭ ହୋଇଛି, ଏଠାରେ ଅନେକ ସାଂସଦ ଅଭିନବ ଭାବେ ଫେଡେରରଙ୍କୁ ସମ୍ମାନିତ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି।

ପ୍ରଥମ ଥର ୟୁରୋପୀୟ ଦେଶ ଟେନିସ୍‌ରେ ନିଜର ମହାନ ଖେଳାଳିଙ୍କ ଉପରେ ସ୍ନେହ ଓ କୃତଜ୍ଞତା ବର୍ଷା କରି ନାହିଁ। ସ୍ଵିଜରଲାଣ୍ଡ ଫେଡେରରଙ୍କ ସମ୍ମାନରେ ଗତ ବର୍ଷ ସ୍ଵିସମିଣ୍ଟରୁ ୨୦ ଫ୍ରେଙ୍କର ରୂପା ମୁଦ୍ରା ବାହାର କରିଥିଲା। ନିକଟରେ ଫେଡେରର ସ୍ଵିସ୍‌ ପର୍ଯ୍ୟଟନ ସହ ରାଜିନାମା କରିଛନ୍ତି। ବର୍ଷ ବର୍ଷ ଧରି ସ୍ଵିଜରଲାଣ୍ଡର ପ୍ରତିନିଧିତ୍ଵ କରୁଥିବା ଫେଡେରର ସ୍ଵିସ୍ ନ୍ୟାସନାଲ ଟୁରିଜିମ୍ ବୋର୍ଡ ସହ ରାଜିନାମା କରିଥିଲେ।

ଫେଡେରର ଓ ସ୍ଵିଜରଲାଣ୍ଡ ସରକାର ବିଶ୍ଵରେ ନିଜ ଦେଶର ପର୍ଯ୍ୟଟନକୁ ନୂତନ ରୂପ ଦେବା ଦିଗରେ କାମ କରିବେ। କରୋନା କାରଣରୁ ପୂରା ବିଶ୍ଵରେ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.