କରୋନା ଭାଇରସ୍ ଆଣ୍ଟିବଡି ଟେଷ୍ଟରେ ସାମିଲ ହେବ ସ୍ୱିଜରଲ୍ୟାଣ୍ଡର ‘ରୋଚେ’

Published By : Prameya-News7 Bureau | April 17, 2020 IST

ଜୁରିକ୍: ଲକଡାଉନରେ ଥିବା ଦେଶଙ୍କ ସହାୟତା ଲାଗି ସ୍ୱିସ୍ ଔଷଧ ନିର୍ମାତା ‘ରୋଚେ’ ଆସନ୍ତା ମାସରୁ କରୋନା ଭାଇରସ ସଂକ୍ରମିତଙ୍କ ଚିହ୍ନଟ ଲାଗି ରକ୍ତନମୁନା ପରୀକ୍ଷଣ କରିବେ। ଏପରି ଦେଶମାନଙ୍କରେ ଏବେବି ଅନେକ ଲୋକ ସଂକ୍ରମଣରୁ ମୁକ୍ତ ଅଛନ୍ତି ଓ ସେମାନେ ସର୍ବସାଧାରଣଙ୍କ ସଂସ୍ପର୍ସରେ ଆସିପାରିବେ। ହୁଏତ ସେମାନଙ୍କୁ ନେଇ ଦେଶମାନେ ପୁଣି କାର୍ଯ୍ୟ ଆରମ୍ଭ କରିପାରନ୍ତି ବୋଲି ରୋଚେ ଆଶାବ୍ୟକ୍ତ କରିଛନ୍ତି।

ବେସେଲସ୍ଥିତ କମ୍ପାନୀ ମେ ପ୍ରଥମ ସପ୍ତାହରୁ ୟୁରୋପୀୟ ସିଇ ନିୟାମକ ମାନୁଥିବା ଦେଶଙ୍କ ଲାଗି ଏହିଟେଷ୍ଟ ଉପଲବ୍ଧ କରିବେ ବୋଲି ଶୁକ୍ରବାର ଘୋଷଣା କରିଥିବା ବେଳେ ଯୁକ୍ତ ରାଷ୍ଟ୍ରରେ ପରୀକ୍ଷଣ ଲାଗି ୟୁଏସ୍ ଫୁଡ ଏଣ୍ଡ ଡ୍ରଗ୍ ଆଡମିନେଷ୍ଟ୍ରେସନ ଏମାର୍ଜେନ୍ସୀଙ୍କ ଅନୁମତି ମାଗିଛନ୍ତି। 

ଏଥିରେ ଜୁନ ସୁଦ୍ଧା ମାସକୁ ଟେଷ୍ଟ ହାର ସର୍ବାଧିକ କରିବାକୁ ଯୋଜନା ରଖାଯାଇଥିବା ରୋଚେଙ୍କ ନିଦାନ ମୁଖ୍ୟ ଥୋମାସ ସିନେକର କହିଛନ୍ତି। ଯୁକ୍ତରାଷ୍ଟ୍ରସ୍ଥିତ ଏବୋଟ୍ ଲାବୋରେଟରିଜ୍ ଓ ବେକ୍ଟନ ଡିକିନସନ ଏଣ୍ଡ କୋ, ଇଟାଲୀର ଡାୟାସୋରିନ ଓ ଅନ୍ୟମାନଙ୍କ ସହ ଏବେ ରୋଚେ ମଧ୍ୟ ଏହି ବୈଶ୍ୱିକ ଦୌଡରେ ନିଜକୁ ସାମିଲ କରିବେ ଯେଉଁଥିରେ ଏପରି ପରୀକ୍ଷଣର ଲକ୍ଷ ରଖିଛନ୍ତି ଯାହା ଲୋକଙ୍କୁ  ନୂଆ କରୋନା ଭାଇରସ ସଂକ୍ରମଣରେ ସେମାନଙ୍କ ଆଣ୍ଟିବଡି ବିକାଶ ପ୍ରଦିର୍ଶିତ କରିବ ବୋଲି କୁହାଯାଇଛି। 

ବିଭିନ୍ନ ରୋଗରେ ଆକ୍ରାନ୍ତ ଥାଇ ଭୂତାଣୁ ସଂକ୍ରମିତଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନା ତାହା ଯଦିଓ ସ୍ପଷ୍ଟ ହୋଇ ନାହିଁ। ତେବେ ଆଣ୍ଟିବଡି ଟେଷ୍ଟ ଦ୍ୱାରା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବା ଭଳି ବାଣିଜ୍ୟ ଓ ଭ୍ରମଣ ସଟ୍‌ଡାଉନ୍‌ ଘୋଷଣା କରିଥିବା ଦେଶଙ୍କୁ ନୂଆ ରଣନୀତି ପ୍ରସ୍ତୁତିରେ ନିଶ୍ଚିତ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। 

ଥୋମାସ ସିନକର କହିଛନ୍ତି ଯେ ଯଦି ପରୀକ୍ଷା ପରେ ଲୋକେ ଆଣ୍ଟିବଡି ବିକଶିତ ହୋଇଥିବାର ଜାଣିପାରିବେ ଅନ୍ତତଃ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସେମାନେ ନିଜକୁ ଆଶ୍ୱସ୍ତ କରିପାରିବେ। ଯେତେ ସମ୍ଭବ ରୋଗୀଙ୍କ ସହୟାତା ନିଶ୍ଚିତ କରିବାକୁ ଆମେ ଦୀର୍ଘ ସପ୍ତାହ ବ୍ୟାପି ଦିନରାତି କାମ କରୁଛୁ ବୋଲି ସେ କହିଛନ୍ତି।

ରୋଚେଙ୍କ ପରୀକ୍ଷଣ ପିସିଆର ଅନୁଧ୍ୟାନ ଠାରୁ ଭିନ୍ନ।  ସାମନ୍ୟ ନୋଜ୍ ସ୍ୱାବରୁ ମଧ୍ୟ ସକ୍ରିୟ ସଂକ୍ରମଣ ଚିହ୍ନଟ କରିପାରେ ତାଙ୍କର ଇ-ଟେଷ୍ଟିଂ ଲ୍ୟାବ। ଏଥିଲାଗି ସାରା ବିଶ୍ୱରେ ତାଙ୍କର ୪୦ ହଜାରରୁ ଅଧିକ ମେସିନ ମଧ୍ୟ ସ୍ଥାପନା କରିଛନ୍ତି। ତେବେ ରୋଚେଙ୍କ ନୂଆ ଟେଷ୍ଟରେ ଇମ୍ୟୁନୋଗ୍ଲୋବୁଲିନ ‘ଏମ’ (IgM) ଓ ଇମ୍ୟୁନୋଗ୍ଲୋବୁଲିନ ‘ଜି’ (IgG) ଆଣ୍ଟିବଡି ପରୀକ୍ଷା ହେବ। ସଂକ୍ରମଣ ବିରୋଧରେ ପ୍ରାରମ୍ଭିକ ସଂଗ୍ରାମ ପାଇଁ ଶରୀର ଶୀଘ୍ର IgM ଉତ୍ପାଦନ କରେ। ସେହିପରି IgG ଆଣ୍ଟିବଡି ଶରୀରରେ ଦୀର୍ଘକାଳୀନ ଥାଏ, ଯାହା ସାମ୍ଭବ୍ୟ ରୋଗ ପ୍ରରିଶେଧକ ଲାଗି ପରାମର୍ଶ ଦେଇଥାଏ।

ଏଣୁ କୋଭିଡ-୧୯ ସୃଷ୍ଟି କରୁଥିବା ଭୂତାଣୁକୁ ଭଲ ଭାବରେ ବୁଝିବା ଓ ସଂକ୍ରମିତଙ୍କ ଚିହ୍ନଟ ଲାଗି ବିଭିନ୍ନ ଦେଶ ଏବ ଏପରି ପରୀକ୍ଷଣ ଲାଗି ଯୋଜନା କରିଛନ୍ତି। ଯେଉଁଥିରେ ସଂକ୍ରମିତ, ସାମାନ୍ୟ ଲକ୍ଷଣ ଥିବା ଓ ଆଦୌ ସଂକ୍ରମିତ ହୋଇନଥିବା ଲୋକଙ୍କ ଚିହ୍ନଟ ସମ୍ଭବ ହୋଇପାରିବ। ଫିନଲ୍ୟାଣ୍ଡ, ଜର୍ମାନୀ, ବ୍ରିଟେନ ଓ ଅନ୍ୟ ଦେଶମାନେ ଏବେ ଆଣ୍ଟିବଡି ଟେଷ୍ଟିଂ ପାଇଁ ଯୋଜନା କରୁଛନ୍ତି। ତେବେ ୟୁଏସ୍ ସେଣ୍ଟରଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ସାମୂଦାୟୀକ ସଂକ୍ରମଣର ଯାଞ୍ଚ ଲାଗି ଏଭଳି ପରୀକ୍ଷଣର ଯୋଜନା କରିଥିବା ଜଣାପଡିଛି। ତେବେ ଏଥିଲାଗି ଆହୁରି ଅଧିକ ଗବେଷଣାର ଆବଶ୍ୟକତା ଥିବା ରୋଚେଙ୍କ ଦେଶ ସ୍ୱିଜରଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ କ୍ରାଇସିସ୍ ମ୍ୟାନେଜମେଣ୍ଟ ମୁଖ୍ୟ ପାଟ୍ରିକ୍ ମ୍ୟାଥିସ୍ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.