ବଢିଲା ସ୍ୱିସ୍ ବ୍ୟାଙ୍କ ଜମାକାରୀଙ୍କ ସମସ୍ୟା, ୫୦ ଭାରତୀୟ ଜମାକାରୀଙ୍କୁ ନୋଟିସ୍

Published By : Prameya-News7 Bureau | June 16, 2019 IST

ବର୍ଣ୍ଣ: ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କମାନଙ୍କରେ ଅଘୋଷିତ ଆକାଉଣ୍ଟ ରଖିଥିବା ଭାରତୀୟ ଜମାକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସ୍ୱିଜରଲ୍ୟାଣ୍ଡର ବ୍ୟାଙ୍କମାନେ ଅନୁନ୍ୟ ୫୦ ଜଣ ଭାରତୀୟ ଜମାକାରୀଙ୍କୁ ନୋଟିସ ଜାରି କରିଛନ୍ତି। ଏଥିରେ ରିଏଲ ଇଷ୍ଟେଟ୍, ଆର୍ଥିକ ସେବା, ପ୍ରାଦ୍ୟୋଗିକି, ଆଇଟି,ପେଣ୍ଟ, ଇଣ୍ଟେରିୟର ଡେକୋରେଟର, ବସ୍ତ୍ର, ଇଞ୍ଜିନିୟରିଂ ସାମଗ୍ରୀ ଓ ରତ୍ନଆଭୂଷଣ କାରବାର କରୁଥିବା ବ୍ୟବସାୟୀ ଓ ବୃତ୍ତିଧାରୀ ଅଥବା ବେନାମୀ ଜମାକାରୀ ଥାଇପାରନ୍ତି। ସାରା ବିଶ୍ୱରେ ବେନାମୀ ଆୟ ଜମା କରିବା ପାଇଁ କେବଳ ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କ ହିଁ ସୁଯୋଗ ଦେଉଥିଲା। ତେବେ ନିଜର ଛବି ସୁଧାରିବା ପାଇଁ ପ୍ରଥମ ଥର ଦେଶ ପଦକ୍ଷେପ ନେଇଥିବା ବେଳେ ବ୍ୟାଙ୍କମାନେ ଜମାକାରୀଙ୍କ ସୂଚନା ସଂଗ୍ରହରେ ଲାଗିପଡିଛନ୍ତି।

{"id":123818}

ଏହି ପ୍ରକ୍ରିୟାରେ ସ୍ୱିଜରଲ୍ୟାଣ୍ଡ ସରକାର କିଛି ଦେଶଙ୍କ ସହ ବେନାମୀ ଜମାକାରୀଙ୍କ ସୂଚନା ଆଦାନ ପ୍ରଦାନ ମଧ୍ୟ କରିଛନ୍ତି। ଏଥିରେ ସରକାର ତାଙ୍କ ଗେଜେଟ୍ ନୋଟିଫିକେସନରେ ଏଭଳି ବେନାମୀ ଜମାକାରୀଙ୍କ ନାମର ପ୍ରଥମ ଅକ୍ଷର ଓ ସେମାନଙ୍କ ଜନ୍ମ ତାରିଖ ଓ ସ୍ଥାନର ନାମ ପ୍ରକାଶ କରିଛନ୍ତି।  ଏହି କ୍ରମରେ ଭାରତୀୟ ଜମାକାରୀଙ୍କୁ ନୋଟିସ୍ ଜାରି ହୋଇଥିବା ଜଣାପଡିଛି। କଳାଧନ ପ୍ରସଙ୍ଗରେ ଭାରତ ଅଧିକ ସମ୍ବେଦନଶୀଳ। ଏ ନେଇ ଦେଶରେ ରାନୈତିକ ଛକାପଞ୍ଝା ଲାଗି ରହିଥିବା ବେଳେ ଏଭଳି ଜମାକାରୀଙ୍କ ସୂଚନା ହାସଲ ପାଇଁ  ସରକାରୀ ସ୍ତରରେ ଏବେ ଆଗ୍ରହ ପ୍ରଦର୍ଶନ କରାଯାଉଛି। ଏଥିରେ ସ୍ୱିଜରଲ୍ୟାଣ୍ଡ ସରକାର  ସୂଚନା ହସ୍ତାନ୍ତରଣ କରିବା ପୂର୍ବରୁ ଜମାକାରୀଙ୍କୁ ସେମାନଙ୍କର ଦାବି ଉପସ୍ଥାପନା ନିମନ୍ତେ ଅନୁନ୍ୟ ଗୋଟିଏ ମଉକା ଦେବା ପାଇଁ ନୋଟିସ୍ ଜାରି କରିଛନ୍ତି ।

{"id":123819}

ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କରେ ଜମାଖାତା ଖୋଲିଲେ ଜମାକାରୀଙ୍କ ସମସ୍ତ ସୂଚନା ଗୋପନୀୟ ରଖିବା ନେଇ ପ୍ରତିଶ୍ରୁତି ମିଳିଥାଏ। ସେହି ଅନୁସାରେ ସାରା ବିଶ୍ୱର କଳାବଜାରୀ, ମୁନାଫାଖୋର, ଭ୍ରଷ୍ଟରାଜନେତା ଦେଶର ରାଜସ୍ୱ ଲୁଟ କରି ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କରେ ଜମା କରିଛନ୍ତି। ଏ ନେଇ ସମଗ୍ର ବିଶ୍ୱ ଅଭିଯୋଗ କରିଆସୁଥିଲେ ହେଁ ସର୍ତ୍ତ ଅନୁସାରେ ଏପର୍ଯ୍ୟନ୍ତ ସରକାର ତାଙ୍କ ପ୍ରତିଶ୍ରୁତିରେ ଅଟଳ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.