କଳାଧନ ବିରୋଧରେ ମୋଦି ସରକାରଙ୍କ ବଡ ପଦକ୍ଷେପ, ଟ୍ରଷ୍ଟଙ୍କ ସମେତ ୩,୫୦୦ ଖାତାଧାରୀଙ୍କୁ Swiss Bankଙ୍କ ନୋଟିସ୍

Published By : Prameya-News7 Bureau | January 06, 2020 IST

ନୂଆଦିଲ୍ଲୀ ୬।୧:  କଳାଧନ ବିରୋଧରେ ନରେନ୍ଦ୍ର ମୋଦି ସରକାରଙ୍କ ନୀତି ଅଧିକ କଡାକଡି ହୋଇଛି। ଏହି କ୍ରମରେ ଭାରତ ସରକାର ଓ ସ୍ୱିଜରଲ୍ୟାଣ୍ଡ ବ୍ୟାଙ୍କ ମିଳିତ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସ୍ୱିସ୍‌ ବ୍ୟାଙ୍କରେ ଖାତା ଥିବା ୩ହଜାର ୫୦୦ ଲୋକଙ୍କୁ ନୋଟିସ୍ ଜାରୀ କରାଯାଇଛି। ଏଥିରେ କେତେକ ଭାରତୀୟ ଟ୍ରଷ୍ଟଙ୍କ ନାମ ବି ଥିବା ଜଣାପଡିଛି।

{"id":207761,"sizeSlug":"large"}

ସ୍ୱିସ୍ ବ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନେକ ଭାରତୀୟ ଓ ନେତା ସେମାନଙ୍କ କଳା ଟଙ୍କାକୁ ବିଭିନ୍ନ ଅଳଙ୍କାର, ଆର୍ଥିକ ସେବା ଓ ରିୟଲ ଇଷ୍ଟେଟ୍ ଭଳି ସଂସ୍ଥାରେ ନିବେଶ କରି ରଖିଛନ୍ତି। ତେବେ ଏହି ସବୁ ଧନ ସଚ୍ଚୋଟ ଉପାୟରେ ଅର୍ଜିତ ତାହା ଦେଖାଇବା ଲାଗି ଟ୍ରଷ୍ଟ ଗଢିଥିବା ବେଳେଏହି ଟ୍ରଷ୍ଟର ସୁଧକୁ ଏ ସବୁଥିରେ ଉପଯୋଗ କରିଛନ୍ତି। ଏଣୁ ବ୍ୟାଙ୍କିଙ୍ଗ ଗତିବିଧିକୁ ନଜରରେ ରଖି ସ୍ୱିସ୍ ବ୍ୟାଙ୍କ ଏଭଳି ଟ୍ରଷ୍ଟମାନଙ୍କୁ ନୋଟିସ୍ ଜାରି କରିଛନ୍ତି।

{"id":207762,"sizeSlug":"large"}

ଭାରତର ଯେଉଁ ସବୁ ଟ୍ରଷ୍ଟଙ୍କୁ ଏହି ନୋଟିସ୍ ମିଳିଛି ଏଥିରେ ‘ଦି ପି.ଦେବୀ ଚିଲ୍ଡ୍ରେନ୍ସ ଟ୍ରଷ୍ଟ’,   ଏଥିରେ ‘ଦି ପି.ଦେବୀ ଟ୍ରଷ୍ଟ’, ‘ଦି ଦିନୋଦ ଟ୍ରଷ୍ଟ’ଓ ଅଗ୍ରୱାଲ ଫ୍ୟାମିଲି ଟ୍ରଷ୍ଟ ଆଦିଙ୍କ ନାମ ରହିଛି। ସ୍ୱିସ୍ ସରକାର କଳାଧନ ସନ୍ଦେହରେ ପ୍ରାୟ ୩,୫୦୦ ଆକାଉଣ୍ଟଧାରୀଙ୍କୁ ନୋଟିସ ପଠେଇଛନ୍ତି। ପ୍ରଥମରୁ ହିଁ ଭାରତ କଳାଧନକୁ ନେଇ କଡା ଆଭିମୁଖ୍ୟ ରଖି ଆସିଛି। ଏଥିରେ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ସହଯୋଗ ଏବେ ସ୍ୱିସ୍ ବ୍ୟାଙ୍କ ଖାତାଧାରୀଙ୍କ ଚିନ୍ତା ବଢାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.