ଟ୍ରେନ୍‌ରୁ ମିଳିଥିବା ସୁନା ବ୍ୟାଗ୍‌ର ମାଲିକକୁ ଖୋଜୁଛନ୍ତି ସ୍ୱିସ୍ କର୍ତ୍ତୃପକ୍ଷ, ମିଳିଥିଲା £151,000 ମୂଲ୍ୟର ସୁନା ଖଣ୍ଡ

Published By : Prameya-News7 Bureau | June 17, 2020 IST

ଲ୍ୟୁସର୍ଣ୍ଣ ୧୭।୬:  ଗତ ଅକ୍ଟୋବର ମାସରେ ଉତ୍ତର ସେଣ୍ଟ ଗାଲନରୁ ଆସିଥିବା ଟ୍ରେନରେ କେହି ଏକ ସୁନା ଖଣ୍ଡ ଭର୍ତ୍ତି ବ୍ୟାଗ୍ ଛାଡିଯାଇଥିଲେ। ଏହି ବ୍ୟାଗ୍‌କୁ ଲ୍ୟୁସର୍ଣ୍ଣ କର୍ତ୍ତୃପକ୍ଷ ଜବତ କରିଥିବା ବେଳେ ଏହାର ମାଲିକଙ୍କୁ ଖୋଜିବାରେ ବିଫଳ ହୋଇଛନ୍ତି। ଏହିବ୍ୟାଗରେ ଅନୁନ୍ୟ୧ଲକ୍ଷ ୫୧ ହଜାର ଷ୍ଟେର୍ଲିଂ ପାଉଣ୍ଟର ସୁନା ଖଣ୍ଡ ସବୁ ରହିଛି।  

{"id":287600,"sizeSlug":"large"}

ଲ୍ୟୁସର୍ଣ୍ଣ ପ୍ରୋସିକ୍ୟୁଟର ଏହି ସୁନାଖଣ୍ଡ ସବୁ ଜବତ କରିଥିବା ବେଳେ ମାଲିକ ଚାହିଁଲେ ୫ ବର୍ଷ ମଧ୍ୟରେ ନିଜର ଦାବି ଉପସ୍ଥାପନ କରି ସୁନାଖଣ୍ଡ ଭର୍ତ୍ତି ଥିବା ବ୍ୟାଗ୍ ନେଇ ଯାଇପାରିବେ ବୋଲି କହିଛନ୍ତି। ତେବେ ଗତ ଅକ୍ଟୋବର ମାସ ପରଠାରୁ ଏହି ସୁନା ଭର୍ତ୍ତି ବ୍ୟାଗର ମାଲିକଙ୍କୁ ଠାବ କରିବା ଲାଗି କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ହେଲେ ଏତେ ପରିମାଣର ସ୍ୱର୍ଣ୍ଣ ଖଣ୍ଡ ଭରା ବ୍ୟାଗ୍ ବିଶ୍ୱର ଆଭିଜାତ୍ୟପୂର୍ଣ୍ଣ ଆଲ୍ପାଇନ୍ ଦେଶରେ ମଧ୍ୟ ଲୋକଙ୍କୁ ଚକିତ କରିଛି।

{"id":287601,"width":583,"height":350,"sizeSlug":"large"}

କେବଳ ଟ୍ରେନ୍‌ ନୁହେଁ ଅତୀତରେ ଜେନେଭାର ୩ଟି ରେଷ୍ଟୁରାଣ୍ଟ ଓ ବ୍ୟାଙ୍କ ଟୟଲେଟରେ ଜାମ କରାଯାଇଥିବା ୫୦୦ ଇୟୁରୋ ପୋଲିସ ଜବତ କରିଥିଲା। ଏହି ସବୁ ନୋଟ୍ ନଷ୍ଟ ହେବା ପୂର୍ବରୁ ପୋଲିସକୁ ମିଳିଥିବା ବେଳେ ସେସବୁ କୁ ବଦଳାଯିବାର ଗୋଟିଏ ଗୋଟିଏ ନୋଟ ୧୦ ହଜାର ୟୁରୋରୋ ବି ଅଧିକ ହୋଇଥିଲା। ସେତେବେଳେ ମଧ୍ୟ ଏହି ସବୁ ନୋଟର ମାଲିକଙ୍କୁ ଖୋଜି ପାରିନଥିଲା ପୋଲିସ୍। ବିଶ୍ୱରେ ଅଭିଯୁକ୍ତଙ୍କୁ ଖୋଜିବା ପୋଲିସ ଲାଗି ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଆଲ୍ପିନ୍ ଦେଶରେ ରାସ୍ତାଘାଟରେ ଟଙ୍କା ସୁନା ଛାଡି ଯାଉଥିବା ଲୋକଙ୍କୁ ଖୋଜିବା ଏବେ ପୋଲିସ ଲାଗି ଚିନ୍ତାର  କାରଣ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.