Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତୁଟିଲା କଟକ ବାଲିଯାତ୍ରା ଦୋଳି ବିବାଦ : ପୁରୁଣା ଯାଗାରେ ହିଁ ଦୋଳି ପକାଇବାକୁ ଅନୁମତି

20/11/2018 at 4:06 PM

କଟକ ୨୦|୧୧: ତୁଟିଲା ବାଲିଯାତ୍ରା ଦୋଳି ବିବାଦ । ବହୁ ନାଟକ ପରେ ମୁଣ୍ଡ ନୁଆଁଇଲା ଜିଲ୍ଲା ପ୍ରଶାସନ । ପୁରୁଣା ଯାଗାରେ ହିଁ ଦୋଳି ପକାଇବାକୁ ଦେଲା ଅନୁମତି । କିନ୍ତୁ ଦୋଳି ବ୍ୟବସାୟୀ କହିଲେ ବାଲିଯାତ୍ରା ଆରମ୍ଭ ବେଳକୁ ଦୋଳି ଲଗାଇବା କାମ ସରିବା ଅସମ୍ଭବ । ସେପଟେ ବାଲିଯାତ୍ରା ଆଉ ମାତ୍ର ଦୁଇ ଦିନ ବାକିଥିବା ବେଳେ ମାତ୍ର ୨୫ ପ୍ରତିଶତ ଷ୍ଟଲ କାମ ଆରମ୍ଭ ହେଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଢୋକ୍ତି ୨୩ ତାରିଖକୁ ପୁରା ପ୍ରସ୍ତୁତି ସରିଯିବ।

ପୁଣି ମୁଣ୍ଡ ନୁଆଁଇଲା କଟକ ଜିଲ୍ଲା ପ୍ରଶାସନ । ନାନା ପ୍ରକାର ନାଟକବାଜି ପରେ ଦୋଳି ବ୍ୟବସାୟୀଙ୍କ ଦାବିକୁ ମାନି ନେଲା ପ୍ରଶାସନ । ଆଜି ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ବାଲିଯାତ୍ରା ପଡିଆରେ ଦୋଳି ବ୍ୟବସାୟୀ ମାନଙ୍କ ସହ ଆଲୋଚନା ପରେ ଦୋଳି ବିବାଦ ର ସମାଧାନ ହୋଇଛି । ପୂର୍ବ ବର୍ଷ ଗୁଡିକରେ ପଡିଆର ଯେଉଁ ଯାଗାରେ ଦୋଳି ପଡୁଥିଲା ସେହି ଯାଗାରେ ହିଁ ଦୋଳି ପକାଇବା ପାଇଁ ଶେଷରେ ପ୍ରଶାସନ ଅନୁମତି ଦେଇଛି । ତେବେ ଦୋଳି ବ୍ୟବସାୟୀଙ୍କ କହିବା ଅନୁସାରେ ଆଜିଠାରୁ ଦୋଳି କାମ ଆରମ୍ଭ ହେଲେ ବି ବାଲିଯାତ୍ରା ଆରମ୍ଭ ବେଳକୁ କାମ ସରିବ ନାହିଁ ।

ସେପଟେ କିନ୍ତୁ ବାଲିଯାତ୍ରା ଠିକ୍ ସମୟରେ ଠିକ୍ ଢଙ୍ଗରେ ଆରମ୍ଭ ହେବାକୁ ନେଇ ଆଶଙ୍କା ବଳବତ୍ତର ରହିଛି । କାରଣ ଏଯାଏ ମାତ୍ର ୨୫ ପ୍ରତିଶତ ଷ୍ଟଲ୍ କାମ ଆରମ୍ଭ ହୋଇଛି । ଆଉ ଦୁଇ ଦିନ ଭିତରେ ଯେ ସବୁ ଷ୍ଟଲ୍ କାମ ସରି ବାଲିଯାତ୍ରା ସ୍ବାଭାବିକ ଭାବେ ଆରମ୍ଭ ହେବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ଅଧିକାଂଶ ଜିଲ୍ଲା ପ୍ରଶାସନକୁ ଦାୟି କରିଛନ୍ତି । ସେପଟେ କିନ୍ତୁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ୨୩ ତାରିଖ ସୁଦ୍ଧା ସବୁ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ହେଇଯିବ ।

ପ୍ରଥମେ ଷ୍ଟଲ୍ ଆବଣ୍ଟନକୁ ନେଇ ଜିଲ୍ଲା ପ୍ରଶାସନ ଆଣ୍ଟ ଦେଖାଇଥିଲା । ଏହାକୁ ନେଇ ବାଲିଯାତ୍ରା ଆୟୋଜନ ଅନିଶ୍ଚିତତା ବିତରକୁ ଠେଲି ହୋଇଯାଇଥିଲା । ପରେ ବିଭିନ୍ନ ମହଲରୁ ସମାଲୋଚନା କରାଯିବାରୁ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇଥିଲା । ଏବେ ଦୋଳି କ୍ଷେତ୍ରରେ ମଧ୍ୟ ଠିକ୍ ସେଇଆ ହେଇଛି ।

   Related Posts