Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଘୁଷୁରିକୁ ସାବଧାନ! ଯଦି ଅସମୟ ମୃତ୍ୟୁ ଚାହୁଁ ନଥାନ୍ତି ତେବେ ରଖନ୍ତୁ ନିରାପଦ ଦୂରତ୍ୱ

9/09/2019 at 6:05 PM

ନୂଆଦିଲ୍ଲୀ: ଫିଲପାଇନ୍ସରୁ ସ୍ୱାଇନ୍ ଫିଭର ଓ ଘୁଷୁରିଙ୍କ ମରିବା ଖବର ମିଳୁଛି। ଫିଲପାଇନ୍ ଅଧିକାରୀମାନେ ରାଜଧାନୀ ମାନିଲା ନିକଟବର୍ତ୍ତି ୭ଟି ଗାଁରେ ଘୁଷୁରିଙ୍କ ଅସ୍ୱାଭାବିକ ମୃତ୍ୟୁ ହେଉଥିବା ନେଇ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ରୋଗ ସଂକ୍ରମିତ ହୋଇନଥିବା ସେମାନେ କହିଥିବା ବେଳେ ମାମଲାର ତଦନ୍ତ ନିମନ୍ତେ ବହୁ ଏଜେନ୍ସୀଙ୍କୁ ନେଇ ଏକ ୟୁନିଟ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି। ତେବେ ଘୁଷୁରିମାନେ ସ୍ୱାଇନ ଫିଭର ଯୋଗୁ ମରୁଥିବା ଫିଲପାଇନ୍ କୃଷିମନ୍ତ୍ରୀ ୱିଲିୟମ ଡାର କହିଛନ୍ତି।

ମୃତ ଘୁଷୁରିଙ୍କ ଠାରୁ ସଂଗୃହୀତ ରକ୍ତନମୁନା ବ୍ରିଟିଶ ପରୀକ୍ଷାଗାରକୁ ପଠାଯାଇଥିଲା। ୨୦ରୁ ୧୬ ସାମ୍ପୁଲ ସ୍ୱାଇନଫିଭର ପୁଷ୍ଟି ହୋଇଥିବା ମନ୍ତ୍ରୀ କହିଛନ୍ତି। ଏଣୁ ଦେଶରେ ଘୁଷୁରିଙ୍କ ଲାଗି ଉଚ୍ଚ ସତର୍କତା ଅବଲମ୍ବନ କରିବା ଲାଗି ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ତେବେ ନୂଆ କରି ସଂକ୍ରମଣ ହେଉଥିବା ଏହି ରୋଗର ଭୂତାଣୁ କେତେ ଶକ୍ତିଶାଳୀ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏଥିଲାଗି କିଛି ପରୀକ୍ଷା ନିରୀକ୍ଷା କରାଯାଉଥିବା ମନ୍ତ୍ରୀ ୱିଲିୟମ କହିଛନ୍ତି।

ତେବେ ଘୁଷୁରି ମରିବା ଆରମ୍ଭ ହେବା ପରଠାରୁ ସରକାର ସେମାନଙ୍କ ସାମୂହିକ ହତ୍ୟା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଲୋକେ ଓ ପ୍ରଶାସନ ମିସି ଏପର୍ଯ୍ୟନ୍ତ ୭ ହଜାର ଘୁଷୁରିଙ୍କୁ ମାରିଲେଣି। ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଏ ନେଇ ସତର୍କ କରାଯାଇଥିବା ବେଳେ ଘୁଷୁରିଙ୍କୁ ଜନବସତୀ ଅଞ୍ଚଳରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ବି ଘୁଷୁରି ମୃତ୍ୟୁ ଅଭିଯୋଗ ଆସୁଛି ସେଠାରେ ସୁସ୍ଥ ଘୁଷୁରିଙ୍କୁ ବି ମାରିଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

   Related Posts