Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||

କଟକ-ଭୁବନେଶ୍ୱରରେ ମଦର ହୋମ୍ ଡେଲିଭରୀ କରିବେ ଜୋମାଟୋ ଓ ସ୍ୱିଗି, ଅନୁମତି ଦେଲା ଅବକାରୀ ବିଭାଗ

23/05/2020 at 9:48 PM

ଭୁବନେଶ୍ୱର, ୨୩|୦୫:    କାଲିଠୁ ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ । କଟକ ଭୁବନେଶ୍ୱରରେ ଜୋମାଟୋ ଓ ସ୍ୱିଗି ଏବଂ ପୁରୀ-ବ୍ରହ୍ମପୁରରେ ଜୋମାଟୋ କରିବେ ମଦର ହୋମ୍ ଡେଲିଭରୀ । ଏନେଇ ଅବକାରୀ ବିଭାଗ ଉଭୟ ସଂସ୍ଥାକୁ ଅନୁମତି ଦେଇଛି ।

ଅବକାରୀ କମିଶନର ଅନୁସାରେ, ଅନଲାଇନ୍ ଖାଦ୍ୟ ଯୋଗାଣ ସଂସ୍ଥା ଜୋମାଟୋ କଟକ, ପୁରୀ, ବ୍ରହ୍ନମୁର ଓ ଭୁବନେଶ୍ୱନରରେ ମଦର ହୋମ ଡେଲିଭରୀ କରିବ । ସ୍ୱିଗି ମଧ୍ୟ କଟକ ଓ ଭୁବନେଶ୍ୱରରେ ମଦର ହୋମ ଡେଲିଭରୀ କରିବ । ସେହିପରି ସ୍ୱିଗି ରାଉରକେଲାରେ  ଓ ବ୍ରହ୍ମପୁରରେ ମଦର ହୋମ ଡେଲିଭରୀ କରିବ । ମଦର ହୋମ ଡେଲିଭରୀ ନେଇ ଏବି ୨ ସଂସ୍ଥା ଆବେଦନ କରିଥିଲେ ।

ଲକ୍‌ଡାଉନ୍‌ ବେଳେ ମଦ ଦୋକାନ ବନ୍ଦ ରହିଛି । ଏମିତିରେ ନାଲିପାଣି ସଉକିଆଙ୍କ ମନ ଜମାରୁ ଭଲ ନଥିଲା । ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିବା ଦେଖି ଡହଳବିକଳ ହେଉଥିଲେ ।  ହେଲେ ଏବେ ସେମାନଙ୍କ ପାଇଁ ଆସିଯାଇଛି ଖୁସି ଖବର । କାଲିଠୁ ଅର୍ଡ଼ର ଦେଲେ ଘରେ ପହଞ୍ଚିଯିବ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ । ଏଣିକି ରାଜ୍ୟରେ ଅନ୍‌ଲାଇନ୍‌ରେ ମିଳିବ ମଦ । ଲକ୍‌ଡାଉନ୍‌ ୪.୦ରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁଠି ହୋମ୍‌ ଡେଲିଭରିରେ ମଦ ମିଳିପାରିବ । ହେଲେ ଏଥି ପାଇଁ ଗ୍ରାହକଙ୍କୁ ଏମଆରପି ଉପରେ ଅଧିକ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । କାରଣ ମଦ ଉପରେ ୫୦ ପ୍ରତିଶତ କୋଭିଡ୍‌ ଟ୍ୟାକ୍ସ ଲଗାଇଛନ୍ତି ରାଜ୍ୟ ସରକାର । ଯାହା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ବୋର୍ଡ଼ରେ ଫୋନ୍‌ ନମ୍ବର, ହ୍ବାଟସ୍‌ଆପ୍‌ ନମ୍ବର, ଇ-ମେଲ ଆଇଡି ରହିବ । ଏଥି ସହ OSBC ଓ୍ବେବସାଇଟ୍‌ osbc.co.inରେ ଜିଲ୍ଲାଓ୍ବାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ ।

ତେବେ ହଜାରେ ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡ଼ର କଲେ ଡେଲିଭରି ଚାର୍ଜ ୧୦୦ଟଙ୍କା ଦେବାକୁ ପଡ଼ିବ । ତା’ପରେ ପ୍ରତି ୫୦୦ଟଙ୍କାର ଅତିରିକ୍ତ ଅର୍ଡ଼ର ପାଇଁ ୨୫ଟଙ୍କା ଦେବାକୁ ହେବ । ହୋମ୍‌ ଡେଲିଭରି ଚାର୍ଜ ୩୦୦ଟଙ୍କାରୁ ଅଧିକ ହୋଇପାରିବ ନାହିଁ । ଅର୍ଡ଼ର କରିବାର ୬ଘଣ୍ଟା ଭିତରେ ଘରେ ପହଞ୍ଚିଯିବ ମଦ । ସକାଳ ୭ଟାରୁ ସଂଧ୍ୟା ୬ଟା ଭିତରେ ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।ଡେଲିଭରି ବୟ ଆଇକାର୍ଡ଼ ଦେଖାଇବା ସହ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ ବୋଲି କୁହାଯାଇଛି । ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଅନୁମତିକୁ କିଛି ଜିଲ୍ଲାରେ ବିଦେଶୀ ମଦ ବ୍ୟବସାୟୀ ସଂଘ ସ୍ବାଗତ କରିଥିବା ବେଳେ ଅଫ୍‌ଲାଇନ୍‌ ମଦବିକ୍ରି ଅନୁମତି ପାଇଁ ଦାବି କରିଛି ।

   Related Posts