Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

Swiggy ବନ୍ଦ କରିବାକୁ ଯାଉଛି ଏହି ଖାସ୍ ସର୍ଭିସ୍, ଗ୍ରାହକଙ୍କ ଉପରେ ପଡିବ ଏଭଳି ପ୍ରଭାବ

9/06/2020 at 10:27 AM

ବେଙ୍ଗାଲୁରୁ ୯।୬: ସ୍ବିଗି ତାର ପ୍ରିମିୟମ୍ ଫୁଡ୍ ଡେଲିଭରୀ ସେବା ‘Scootsy’କୁ ବନ୍ଦ କରିବାକୁ ଯାଉଛି । ସ୍ବିଗି ୨୦୧୮ରେ ‘Scootsy’କୁ ପ୍ରାୟ ୫୦କୋଟି ଟଙ୍କାରେ ଅଧିଗ୍ରହଣ କରିଥିଲା । ଫୁଡ୍ ଡେଲିଭରୀ ବର୍ଗକୁ ଆହୁରି ମଜବୁତ କରିବାକୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି । କମ୍ପାନୀ ‘Scootsy’କୁ ଅଧିଗ୍ରହଣ କରିବା ପରେ ମଧ୍ୟ ଅଲଗା ଫୁଡ୍ ଡେଲିଭରୀ ଆପ୍ ଭାବରେ ଚଲାଇବାକୁ ଅନୁମତି ଦେଇଥିଲା । ଏହି ଆପ୍ ଜରିଆରେ ସ୍ବିଗି ବ୍ୟବହାରକାରୀମାନେ ଅନ୍-ଡିମାଣ୍ଡ ତାଲିକାରେ ଥିବା ରୟାଲ୍ ଚାଇନା, ମସ୍କ କିମ୍ବା ନାରା ଥାଇ ଭଳି ମୁମ୍ବାଇର ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ଡେଲିଭରୀ କରୁଥିଲେ ।

ସ୍ବିଗି ଗତ ମାସରେ ବ୍ୟବହାରକାରୀଙ୍କୁ ଆଇଟିସି ହୋଟେଲ, ମେରିଏଟ୍, ହୟାତ, କେ ଏ ହସ୍ପିଟାଲିଟି ପରି ବଡ ହୋଟେଲରୁ ଖାଦ୍ୟ ଯୋଗାଇବା ପାଇଁ ‘Scootsy’କୁ ସହ ବୁଝାମଣା କରିଥିଲା । ଏହାଦ୍ବାରା ସ୍ବିଗିର ଲାଭ ବୃଦ୍ଧି ହୋଇଥିଲା । ସ୍ବିଗି ବର୍ତ୍ତମାନ ଏହାର ପ୍ଲାଟଫର୍ମରେ ଏକ ପ୍ରିମିୟମ୍ କ୍ୟୁରେଟେଡ୍ ମେନୁ ସେଗମେଣ୍ଟ୍ ଲଞ୍ଚ କରିବାକୁ ଯୋଜନା କରୁଛି । ‘Scootsy’ ଗ୍ରାହକଙ୍କୁ ସ୍ବିଗି ଆପକୁ ଆଣିବାକୁ କମ୍ପାନୀ ଯୋଜନା କରିଛି । ଏଭଳି ପରିସ୍ଥିତିରେ ସ୍ବିଗି ବର୍ତ୍ତମାନ ‘Scootsy’ର ଅଂଶୀଦାର ଏବଂ ଡେଲିଭରି ଫ୍ଲିଟ୍ ର ମଧ୍ୟ ଅଧିଗ୍ରହଣ କରିବ ।

ସ୍ବିଗି ମୁଖପାତ୍ର କହିଛନ୍ତି ଯେ, ଗତ କିଛି ମାସ ହେବ ପ୍ରିମିୟମ ବ୍ରାଣ୍ଡରୁ କ୍ୟୁରେଟେଡ୍ ଖାଦ୍ୟ ପାଇଁ ଆମେ ଅଧିକ ଚାହିଦା ପାଇଛୁ । ଏଭଳି ପରିସ୍ଥିତିରେ ମୁମ୍ବାଇର ପ୍ରତ୍ୟେକ ବର୍ଗର ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ‘Scootsy’ ପ୍ଲାଟଫର୍ମରେ ପ୍ରଦାନ କରାଯାଇଥିବା ସମସ୍ତ ସେବାକୁ ସ୍ବିଗି ପ୍ଲାଟଫର୍ମରେ ଉପଲବ୍ଧ କରିବାକୁ ଯୋଜନା କରୁଛୁ । ଆମେ ଶୀଘ୍ର ସ୍ବିଗି ଆପ୍ ର ପ୍ରିମିୟମ୍ ବର୍ଗ ମାଧ୍ୟମରେ ପ୍ରତ୍ୟେକ ବର୍ଗର ଲୋକଙ୍କ ଚାହିଦା ପୂରଣ କରିବା ଆରମ୍ଭ କରିବୁ ।

ମୁଖପାତ୍ର କହିଛନ୍ତି ଯେ, ସ୍ବିଗିରେ ଅନ୍ତର୍ଭୁକ୍ତ ହେବାକୁ ‘Scootsy’କୁ ଡେଲିଭରି ଫ୍ଲିଟ୍ କୁ ସ୍ବିଗିରେ ସାମିଲ କରିବାକୁ ନେଇ ବର୍ତ୍ତମାନ ଅନିଶ୍ଚିତତା ରହିଛି । ସ୍ବିଗି ଏହାର ସମସ୍ତ କର୍ମଚାରୀଙ୍କୁ ରଖିବ କି ନାହିଁ ତାହା ବର୍ତ୍ତମାନ କୁହାଯାଇପାରିବ ନାହିଁ । ସୂଚନାଯୋଗ୍ୟ ଯେ, କରୋନା ସଙ୍କଟ ସମୟରେ ରେଷ୍ଟୁରାଣ୍ଟ ଏବଂ ହସ୍ପିଟାଲିଟି ଶିଳ୍ପ ଖରାପ ପ୍ରଭାବିତ ହୋଇଛି । ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ କହିଛି ଯେ, ଦେଶରେ ବହୁ ସଂଖ୍ୟକ ରେଷ୍ଟୁରାଣ୍ଟ ବନ୍ଦ ରହିବ ଏବଂ ଲୋକମାନେ ଚାକିରୀ ହରାଇବେ । ଏଭଳି ପରିସ୍ଥିତିରେ ଅଧିକାଂଶ ରେଷ୍ଟୁରାଣ୍ଟ ଅନଲାଇନ୍ ଫୁଡ୍ ଡେଲିଭରୀ ପ୍ଲାଟଫର୍ମରେ ସାମିଲ ହେବାକୁ ଚାହାଁନ୍ତି ।

   Related Posts