Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ଘରେ ଖାଦ୍ୟ ପହଁଚାଉଥିବା ଲୋକର ଚାକିରୀ ଅନିଶ୍ଚିତ: ୧୧୦୦ କର୍ମଚାରୀଙ୍କୁ ଛଟେଇ କରିବ ସ୍ୱିଗି

18/05/2020 at 7:14 PM

ବାଙ୍ଗାଲୋର, ୧୮|୦୫:   ଭାରତୀୟ ଅନଲାଇନ୍ ଫୁଡ୍ ଡେଲିଭରୀ ସଂସ୍ଥା ସ୍ୱିଗି କରୋନା ସଙ୍କଟ ମଧ୍ୟରେ ନିଜର ପ୍ରାୟ ୧୧୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଛି । ଯାହା ମୋଟ କର୍ମଚାରୀ ସଂଖ୍ୟାର ୧୪ ପ୍ରତିଶତ ଅଟେ ।

କମ୍ପାନୀର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀହରସ୍ ମାଜଟି କହିଛନ୍ତି ଯେ, ଲକଡାଉନ୍ ପାଇଁ ଦେଶରେ ମେ ୩୧ ଯାଏଁ ପ୍ରାୟ ସବୁକିଛି ବନ୍ଦ ରହିଛି । ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିଛି । ଫଳରେ କାରବାର ପ୍ରଭାବିତ ହୋଇଛି । ତେବେ ସ୍ୱିଗି ନିଜର ସମସ୍ତ ୮ ହଜାର କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେବ ବୋଲି କହିଛି ।  

ସରକାରୀ ଗାଇଡଲାଇନ୍ ଅନୁସାରେ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିପାରିବ । କିନ୍ତୁ କେବଳ ହୋମ ଡେଲିଭରୀ ହିଁ ହେବ । ଏହା ସତ୍ତ୍ୱେ ମଧ୍ୟ ସ୍ୱିଗି କର୍ମଚାରୀଙ୍କୁ ଛଟେଇ କରିଛି । ତେବେ ଲକଡାଉନ୍ ସମୟରେ ସ୍ୱିଗି କର୍ମଚାରୀମାନେ ନିଜ ଜୀବନକୁ ବାଜିରେ ଲଗାଇ ଘରେ ଘରେ ଖାଦ୍ୟ ପହଁଚାଉଥିଲେ । ଏପିରିକି ଅନେକ ଡେଲିଭରୀ ବୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନଜିର ରହିଛି ।

ଲକଡାଉନ୍ ପାଇଁ କେବଳ ସ୍ୱିଗି ନୁହେଁ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଜୋମାଟୋ ମଧ୍ୟ କ୍ଷତିରେ ଚାଲିଛି । ନିକଟରେ ଜୋମାଟୋ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏପରିକି ହୋଟେଲ୍ ସର୍ଭିସ୍ ପ୍ରୋଭାଇଡର୍ ଓୟୋ ମଧ୍ୟ ଅନେକ କର୍ମଚାରୀଙ୍କୁ ଛଟେଇ କରିଛି ।

   Related Posts