ଭାରସାମ୍ୟ ହରାଇ ମାଂସ ଦୋକାନ ଉପରେ ଚଢ଼ିଗଲା ସ୍ୱିଫ୍ଟ କାର, ଦୋକାନରେ ଥିଲେ ଗ୍ରାହାକଙ୍କ ସହ ମାଲିକ...

Published By : Prameya-News7 Bureau | October 03, 2021 IST

ଢେଙ୍କାନାଳ, ୦୩/୧୦: ଢେଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସେତୁ ନିଳକଣ୍ଠପୁର ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ମାଂସ ଦୋକାନ ଉପରେ ଏକ ମାରୁତି ସ୍ବିଫ୍ଟ କାର ଚଢ଼ି ଯାଇଥିବା ଜଣାପଡ଼ିଛି । ଆଜି ସଂନ୍ଧ୍ୟାରେ ଏକ ମାରୁତି ସ୍ବିଫ୍ଟ ଯୋଗେ ଡ୍ରାଇଭର ସ୍ବାଧିନ ବର୍ମା (୪୨) ଢେଙ୍କାନାଳରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ନେଇ ଯିଜପୁର ଜିଲ୍ଲାକୁ ଫେରୁଥିଲେ । ତେବେ ନିଳକଣ୍ଠପୁର ଛକ ନିକଟରେ ଥିବା ଏକ ମାଂସ ଦୋକାନରେ ଭାରସାମ୍ୟ ହରାଇ ଚଢିଯାଇଛି । ମାଂସ ଦୋକାନରେ ମାଲିକ, କଟାଳି ଓ ଗ୍ରାହକ ଥିଲେ । ଏଥିରେ ସେମାନେ ଗୁରତର ହୋଇଥିବା ଜଣାପଡ଼ିଛି ।

ଗୁରୁତରମାନଙ୍କ ମଧ୍ୟରୁ ଆରତ ବନ୍ଧୁ ବେହେରା (୫୧) ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆରତ ବନ୍ଧୁ ଗନ୍ଦିଆ ବ୍ଲକର ମନ୍ଦାର ଦେଉଳ ସାହିର । ମୋଟ ପାଞ୍ଚ ଜଣ ଗୁରୁତର ଥିବା ବେଳେ ତିନି ଜଣ ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନେ ହେଲେ ମାଂସ କଟାଳି କାବୁଲା ମଳିକ, ବିଭୁ ପାତ୍ର, କାହ୍ନୁ ମଳିକ, ଆରତ ବନ୍ଧୁ ବେହେରା, ସ୍ବାଧିନ ବର୍ମା । ତେବେ ଆହତ ତିନି ଜଣଙ୍କ ନାମ, ଠିକଣା ଜଣା ପଡିନାହିଁ। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.