ବିଷାକ୍ତ ଇନ୍‌ଫେକ୍ସନ ସହ ସ୍ବାମୀଙ୍କୁ ତୁଳନା କଲେ ଶ୍ବେତା ତିୱାରୀ , କାରଣ ଜାଣନ୍ତୁ

Published By : Prameya-News7 Bureau | November 13, 2019 IST

ମୁମ୍ବାଇ୧୨|୧୧: ପ୍ରତିଷ୍ଠିତ ଟିଭି ଅଭିନେତ୍ରୀ ଶ୍ବେତା ତିୱାରୀ ଓ ତାଙ୍କ ସ୍ବାମୀ ଅଭିନବ କୋହଲୀଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ଏବେ ବେଶ ଚର୍ଚ୍ଚାରେ ଅଛି।କିଛି ଦିନ ତଳେ ଶ୍ବେତା ନିଜ ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରି ମାମଲା ରୁଜୁ କରିଥିଲେ। ଏବେ ନିକଟରେ ଏକ ସାକ୍ଷାତକାରରେ ଶ୍ବେତା ନିଜ ସ୍ବାମୀଙ୍କ ତୁଳନା ବିଷାକ୍ତ ଇନ୍‌ଫେକ୍ସନ ସହ କରିଛନ୍ତି।

{"id":183274}

ଏହି ସମ୍ପର୍କରୁ ବାହାରିବା ପରେ ସେ ବେଶ ଖୁସିରେ ଅଛନ୍ତି। ତାଙ୍କ କହିବା ଅନୁସାରେ,ଦର୍ଶକମାନେ ଭାବୁଥିଲେ ଯେ, ଶ୍ବେତା ପୁଣି କୋହଲୀଙ୍କୁ ଗ୍ରହଣ କରିବେ। ହେଲେ ତାହା ଭୁଲ। କାରଣ ଶ୍ବେତାଙ୍କ ଜୀବନରୁ ଏବେ ବିଷାକ୍ତ ଅଂଶ ବାହାରିଯାଇଛି ଓ ସେ ଏବେ ପୂରା ସୁସ୍ଥ ଅଛନ୍ତି।

{"id":183275}

ଶ୍ବେତା କହିଛନ୍ତି ଯେ, ଦ୍ବିତୀୟ ବିବାହ ଭାବି ସେ ଚୁପ ରହିବା ମହିଳାଙ୍କ ମଧ୍ୟରୁ ନୁହନ୍ତି। ତାଙ୍କର ସେତିକି ସାହାସ ଅଛି ଯେ, ସେ ନିଜ ସହ ଭୁଲ ହେଉଥିବା ସହିବେ ନାହିଁ। କାରଣ ଏହି ନିଷ୍ପତ୍ତି ସେ ନିଜ ଛୁଆ ପିଲାଙ୍କ ଭଲ ଭବିଷ୍ୟତ ପାଇଁ ମଧ୍ୟ ନେଇଛନ୍ତି। ବାହାର ଦୁନିଆ କଣ କହିବ ସେ ତାହା ଭାବନ୍ତି ନାହିଁ। ଏହା ତାଙ୍କ ଜୀବନର ସବୁଠୁ କଠିନ ନିଷ୍ପତ୍ତି ଥିଲା ସତ ହେଲେ ଏହି ନିଷ୍ପତ୍ତିରୁ ସେ ବେଶ ଖୁସି ଅଛନ୍ତି।

{"id":183276}

ଶ୍ବେତା ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏକ ବାର୍ତ୍ତା ଦେଇଛନ୍ତି ଯେ, ବିବାହରେ ଅସୁବିଧାର ସାମ୍ନା କଲେ ଏଭଳି ପରିସ୍ଥିତିର ସାମ୍ନା କରିବା ଉଚିତ୍‌। ଶ୍ବେତାଙ୍କ ଅଭିଯୋଗ ନେଇ ଅଭିନବଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ପରେ ସେ କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ହାଜର ହେବାର କିଛି ଦିନ ପରେ ତାଙ୍କର ବେଲ ହୋଇଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.