ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତତ୍କାଳ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟ୍ କରି ଅନୁରୋଧ କଲେ ଭଉଣୀ ଶ୍ଵେତା ସିଂହ

Published By : Prameya-News7 Bureau | August 01, 2020 IST

ମୁମ୍ବାଇ ୦୧/୦୮ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଛିଡା ହୋଇଛି | ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି | ସୁଶାନ୍ତଙ୍କ ପିତା କେକେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ପରେ ମାମଲା ଗମ୍ଭୀର ରୂପ ନେଇଛି | ସୁଶାନ୍ତ ସିଂହଙ୍କ ପିତା ରିୟାଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି | ବିହାର ପୋଲିସ ମାମଲାର ତଦନ୍ତ କରୁଛି | ବର୍ତ୍ତମାନ ସୁଶାନ୍ତ ସିଂହଙ୍କ ଭଉଣୀ ଶ୍ଵେତା ସିଂହ କୀର୍ତ୍ତି ମୁହଁ ଖୋଲିଛନ୍ତି | ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ପାଇଁ ଅପିଲ କରିଛନ୍ତି |

wp:core-embed/twitter {"url":"https://twitter.com/shwetasinghkirt/status/1289384306079444993","type":"rich","providerNameSlug":"twitter","className":""}
https://twitter.com/shwetasinghkirt/status/1289384306079444993
/wp:core-embed/twitter

ସୁଶାନ୍ତ ସିଂହଙ୍କ ଭଉଣୀ ଶ୍ଵେତା ସିଂହ ଇନ୍ସଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି | ପୋଷ୍ଟରେ ଶ୍ଵେତା ମୋଦିଙ୍କୁ ଏହି ମାମଲାରେ ନ୍ୟାୟ ପାଇଁ ଅପିଲ କରିଛନ୍ତି | ସେ ଲେଖିଛନ୍ତି, 'ଇଣ୍ଡଷ୍ଟ୍ରିରେ ସୁଶାନ୍ତଙ୍କ କିଏ ଗଡଫାଦର ନଥିଲେ | ଆମେ ଅତ୍ୟନ୍ତ ସାଧରଣ ପରିବାରରୁ ଆସିଛୁ | ତାଙ୍କ ପରିବାରରେ କେବଳ ତାଙ୍କ ଭାଇ ଜଣେ ହିଁ ଥିଲେ ଯିଏ ବାଲିଯଦ ଇଣ୍ଡଷ୍ଟ୍ରିରେ ଷ୍ଟାର ଥିଲେ | ମାମଲାର ତଦନ୍ତ ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି | ଆମେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ କରୁ | ଏହି ମାମଲାରେ ମଧ୍ୟ ନ୍ୟାୟ ଆଶା କରୁଛି | ଆପଣ ତତ୍କାଳ ମାମଲାର ତଦନ୍ତ ଆରମ୍ଭ କରନ୍ତୁ ଏବଂ ସବୁ ତଦନ୍ତ ସୁଚାରୁ ରୂପରେ ହେବ ଏବଂ କୌଣସି ପ୍ରମାଣ ଏପଟସେପଟ ନ କରାଯିବ ସେନେଇ ଆଶ୍ୱାସନା ଦିଅନ୍ତୁ | ଆମେ ଆପଣଙ୍କ ଠାରୁ ନ୍ୟାୟ ଆଶା କରୁଛି |'

{"id":308455,"sizeSlug":"large"}

ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଭଉଣୀ ଶ୍ଵେତା ସିଂହ ଲଗାତାର ସୋସିଆଲ ମିଡ଼ିଆରେ ଆକ୍ଟିଭ ଅଛନ୍ତି | ନିକଟରେ ଶ୍ଵେତା ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ, 'ସୁଶାନ୍ତ ଶିବ ଭକ୍ତ ଥିଲେ | ସେଥିପାଇଁ ମୁଁ ଚାହୁଁଛି ସମସ୍ତେ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ ଯେପରିକି ଭଗବାନ ଆମକୁ ସତ୍ୟ ଆଡକୁ ନେଇଯିବେ ଏବଂ ଆମକୁ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିବେ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.