ମିଠା ଦୋକାନୀଙ୍କ ବଢିଲା ଚିନ୍ତା: ନୂଆ ନିୟମ ନ ମାନିଲେ ଦେବାକୁ ହେବ ୨ ଲକ୍ଷ ଟଙ୍କା ଜରିମାନା

Published By : Prameya-News7 Bureau | October 02, 2020 IST

ନୂଆଦିଲ୍ଲୀ ୦୨/୧୦ : ଅକ୍ଟୋବର ୧ ତାରିଖରୁ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (FSSAI-Food Safety and Standards Authority of India) ସାରା ଦେଶରେ ମିଠାକୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଗତ ଜୁନ ମାସରେ ଲାଗୁ ହେବାର ଥିଲା । କିନ୍ତୁ କରୋନା ଯୋଗୁଁ ଅକ୍ଟୋବରରୁ ଲାଗୁ କରାଯାଇଛି । ଅନେକ ଜାଗାରେ ମିଠା ଦୋକାନମାନଙ୍କରେ ମିଠା ଟ୍ରେରେ ଏକ୍ସପାଏରୀ ଡେଟ ଲେଖା ହୋଇନଥିବା ଦେଖିବାକୁ ମିଳିଛି । କିନ୍ତୁ FSSAI କୌଣସି ପଦକ୍ଷେପ ନେଇନଥିଲା । ନୂଆ ନିୟମ ଅନୁସାରେ ପୁରୁଣା ମିଠା ବିକ୍ରି କରୁଥିବା ଦୋକାନୀ ଉପରେ ୨ ଲକ୍ଷ ଟଙ୍କା ଜରିମାନା ପକାଇବାର ପ୍ରାବଧାନ ରହିଛି ।

{"id":337441,"sizeSlug":"large"}

FSSAI ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି । ଉପଭୋକ୍ତାଙ୍କୁ ବାସି କିମ୍ବା ଅବଧି ଶେଷ ହୋଇଯାଇଥିବା ମିଠା ବିକ୍ରି ହେଉଥିବା ସୂଚନା ମିଳିବା ପରେ ଏ ସମ୍ବନ୍ଧରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

{"id":337442,"sizeSlug":"large"}

ଗୁଜରାଟ ମହାନଗର ଅହମଦାବାଦର ଜଣେ ବ୍ୟବସାୟୀ କହିଛନ୍ତି ଯେ, ଛୋଟ ବ୍ୟବସାୟୀଙ୍କ ପାଇଁ ଏହି ନିୟମ ଚିନ୍ତାଜନକ । କାରଣ ମିଠା ଯେକୌଣସି ସମୟରେ ଖରାପ ହୋଇପାରେ । ବ୍ୟବସାୟୀ କେବେ ବି ଖରାପ ଜିନିଷ ବିକ୍ରି କରିବାକୁ ଚାହେଁ ନାହିଁ । ମିଠା ତିଆରି ହେବା ସହ ବର୍ତ୍ତମାନ ମିଠାର ଅବଧି ନିର୍ଣ୍ଣୟ କରାଯାଉଛି ଓ ଟ୍ରେରେ ତାରିଖ ଲେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.