Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସାଧାରଣତନ୍ତ୍ର ଦିବସରେ ବି ହେଲାନି ଅଟାରୀ-ୱାଘା ବର୍ଡରରେ ମିଠେଇ ଆଦାନ ପ୍ରଦାନ

26/01/2020 at 6:12 PM

ୱାଘା ୨୬।୧:  କାଶ୍ମୀରରୁ ସମ୍ବିଧାନର ୩୭୦ ଅନୁଚ୍ଛେଦ ପ୍ରତ୍ୟାହାର ପରଠାରୁ ଭାରତ-ପାକ୍ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତାରେ ଏବେବି ସୁଧାର ହୋଇନି। ସୀମାରେ ପାକ୍ ସେନା ବାରମ୍ବାର ଯୁଦ୍ଧବିରତୀ ଉଲ୍ଲଂଘନ କରୁଥିବା ବେଳେ ଭାରତୀୟ ସେନାବି ତାର ମୁହଁତୋଡ ଜବାବ ଦେଉଛନ୍ତି। ଏଥିରେ ଗତ ବର୍ଷ ସ୍ୱାଧୀନତା ଦିବସରେ ୱାଘା-ଅଟାରୀ ବର୍ଡରରେ ଉଭୟ ଦେଶ ମଧ୍ୟରେ ପ୍ରତିବର୍ଷ ହେଉଥିବା ମିଠେଇ ଆଦାନ ପ୍ରଦାନ ବନ୍ଦ ଥିବା ବେଳେ ସାଧାରଣତନ୍ତ୍ର ଦିବସରେ ବି ହୋଇନଥିବା ଜଣାପଡିଛି।

୨୬ ଜାନୁୟାରୀ ସକାଳେ ଅର୍ଟାରୀ ବର୍ଡରରେ ଶହଶହ ଲୋକଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ଅପରାହ୍ଣ ୫ଟା ବେଳେ ‘ରିଟ୍ରେଟ୍’ ସେରିମନି ବି ଆଯୋଜିତ ହୋଇଥିଲା। ହେଲେ ଭାରତର ସାଧାରଣତନ୍ତ୍ର ଦିବସ ଲାଗି ଯେଉଁ ହର୍ଷ ଉଭୟ ସେନାଙ୍କ ମୁହଁରେ ଥାଏ ତାହା ରବିବାର ଦେଖିବାକୁ ମିଳିନଥିଲା। ଜମ୍ମୁ-କାଶ୍ମୀର ସୀମାରେ ପାକ୍ ସେନା ବାରମ୍ବାର ସିଜ୍ ଫାୟାର ଉଲ୍ଲଂଘନ କରୁଛନ୍ତି। ଭାରତୀୟ ସେନା ମଧ୍ୟ ପାକ୍ ସେନାର ଏଭଳି ହରକତକୁ ମୁକାବିଲା କରୁଛନ୍ତି। ଏଭଳି ଉଷ୍ମତା ଲାଗି ରହିଥିବା ବେଳେ ଦୁଇ ଦେଶଙ୍କ ମଧ୍ୟରେ ଜାତୀୟ ଦିବସ ପାଳନର ମିଠେଇ ଆଦାନ ପ୍ରଦାନ ବନ୍ଦ ହୋଇ ଯାଇଛି।

କାଶ୍ମୀରରୁ ୩୭୦ ପ୍ରତ୍ୟାହାର ପରେ ପାକିସ୍ତାନ ସାରା ଦୁନିଆରେ ଗୁହାରି କରିବୁଲୁଛି। ହେଲେ ତା ପ୍ରତି କେହି ଧ୍ୟାନ ଦେଉନଥିବା ବେଳେ ହତାସ ହୋଇ ସୀମାରେ ଗୁଳିଗୋଳା ବିନିମୟ କରୁଛି। ଗତବର୍ଷ ଫେବୃଆରୀ ମାସରେ ପାକ୍ ବାୟୁସେନା ବିମାନ ଭାରତୀ ସୀମା ଭିତରକୁ ଆକ୍ରମଣ ପ୍ରୟାଶ କରିଥିଲେ। ସେମାନଙ୍କୁ ଘଉଡାଇବାକୁ ଯାଇଥିବା ଭାରତୀୟ ମିଗ୍ ଦୁର୍ଘଟଣାରେ ନଷ୍ଟ ହେବା ଯୋଗୁ ପାଇଲଟ ପାକ୍ ଅଧିକୃତ କାଶ୍ମୀରରେ ଅବତରଣ କରିଥିଲେ। ତେବେ ତାଙ୍କୁ ଅଟାରୀ ବର୍ଡରରେ ପାକ୍ ଫେରସ୍ତ କରିଥିଲା। ସେବେଠାରୁ ଭାରତ ପାକ୍ ସମ୍ପର୍କରେ ତିକ୍ତତା ଲାଗି ରହିଥିବା ବେଳେ ଆଜିବି ସୁଧୁରିନି।  

   Related Posts