Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମାନିଲେନି ସାମାଜିକ ଦୂରତା, ସିଲ୍ ହେଲା ୬ ମିଠା ଦୋକାନ

3/08/2020 at 1:01 PM

ଝାରସୁଗୁଡା ୦୩।୦୮:  ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କଠୋର ପଦକ୍ଷେପ ନେଉଛନ୍ତି । କରୋନା ସ୍ଥିତିକୁ ଦେଖି ସରକାର ଲକ୍‌ଡାଉନ୍‌ , ସଟ୍‌ଡାଉନ୍‌ ଲାଗୁ କରୁଛନ୍ତି । କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ସରକାର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏହିପ୍ରରିପେକ୍ଷୀରେ ଆଜି ଝାରସୁଗୁଡ଼ା ସହରର ୬ଟି ଦୋକାନକୁ ସିଲ୍‌ କରିଛି ପ୍ରଶାସନ ।  

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ସହରର ୬ମିଠା ଦୋକାନକୁ ସିଲ କରିଛି ଜିଲ୍ଲା ପ୍ରଶାସନ। ଆଜି ସକାଳୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଭିଡ଼ ବେଳେ ସାମାଜିକ ଦୂରତାକୁ ପାଳନ କରାଯାଇନଥିଲା । ସାମାଜିକ ଦୂରତା ଅବଲମ୍ବନ କରାଯାଇ ନଥିବା ଅଭିଯୋଗରେ ମିଠା ଦୋକାନକୁ ସିଲ୍‌ କରାଯାଇଛି ।  ତେବେ ଦୋକାନକୁ ସିଲ୍‌ କରିବା ନେଇ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

   Related Posts