Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ସିସିଟିଭିରୁ ହତ୍ୟାକାରୀକୁ ଚିହ୍ନିଲା ପୋଲିସ, କିନ୍ତୁ ପାଉନି ଟେର୍‌…

6/10/2020 at 3:16 PM

ଭୁବନେଶ୍ୱର ୦୬।୧୦: ଭୁବନେଶ୍ୱର ମିଠା ଦୋକାନୀଙ୍କ ହତ୍ୟା ଘଟଣା । ହତ୍ୟା ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି ପୋଲିସ। ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲସି । କିନ୍ତୁ ଅଭିଯୁକ୍ତମାନେ ସହର ପାର ହୋଇଯାଇଥିବା ସୂଚନା ମଧ୍ୟ ରହିଛି । ଯାହାଙ୍କୁ ଧରିବା ପାଇଁ ପୋଲିସ୍‌ର ଗୋଟିଏ  ଟିମ୍‌ ସହର ବାହାରକୁ ଯାଇଥିବା ସୂଚନା ମିଳିଛି ।

ସେପଟେ ଶ୍ରୀଲିଙ୍ଗରାଜ ଥାନା ପୁଲିସ କେସ୍‌ ନମ୍ବର ୧୮୯ରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ୩୦୨, ୧୨୦(ବି) ଓ ୩୪ ଆଇପିସି ଦଫା ଲଗାଇ ମାମଲାର ତଦନ୍ତ ଚଲାଇଛି । ଜିମ୍ବୁନାଥଙ୍କ ସ୍ତ୍ରୀ ମିନତି ଗତକାଲି ଥାନାରେ ଏତଲା ଦେଇଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ, ସାମନ୍ତରାପୁର ଛକରେ ଥିବା ମିଠା ଦୋକାନୀ ବଳରାମ ବେହେରାଙ୍କ ପରିବାର ସହ ତାଙ୍କର ପୂର୍ବରୁ ବିବାଦ ଥିଲା। ତାଙ୍କ ପୁଅ ଦିଲ୍ଲୀପ ଓ ପରିବାରର ଅନ୍ୟ ସଦସ୍ୟ ମିଶି ପୂର୍ବରୁ ଏକାଧିକ ଥର ଆକ୍ରମଣ କରିଥିବା ନେଇ ମିନତି ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ପୁଲିସ୍‌ ଦିଲ୍ଲୀପ ବେହେରାଙ୍କୁ ଉଠାଇ ଆଣିଥିଲା । ଶିଶୁପାଳଗଡ଼ରେ ଥିବା ତାଙ୍କ ଘରେ ଚଢ଼ାଉ ବେଳେ ହତ୍ୟାରେ ବ୍ୟବହୃତ ବାଇକ୍‌ଟି ପୁଲିସକୁ ମିଳିଛି । ସିସି କ୍ୟାମେରା ଫୁଟେଜରେ ୨ ହତ୍ୟାକାରୀ ଏହି ବାଇକ୍‌ ବ୍ୟବହାର କରିଥିବା ଦେଖାଯାଉଛି । କିନ୍ତୁ ହତ୍ୟାରେ ବ୍ୟବହୃତ କାତି ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।

ହତ୍ୟାକାରୀମାନେ ଏହାକୁ କେଉଁଠି ଲୁଚାଇ ଦେଇଥିବା ପୁଲିସ ସନ୍ଦେହ କରୁଛି । ଅଧିକ ତଥ୍ୟ ପାଇଁ ଦିଲ୍ଲୀପଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି, ମିଠା ବେପାରରୁ ଆରମ୍ଭ ହୋଇଥିବା ବିବାଦକୁ ନେଇ ଜମ୍ବୁଙ୍କ ଉପରେ ଦିଲ୍ଲୀପଙ୍କ ପୁଅ ରାଜା ଅଧିକ ପ୍ରତିଶୋଧ ପରାୟଣ ହୋଇଯାଇଥିଲା । ରାଜା ଗତ ସପ୍ତାହରେ ଜମ୍ବୁଙ୍କ ଦୋକାନକୁ ଯାଇ ମିଠା ଫିଙ୍ଗାଫୋପଡା କରିଥିଲା । ସେ ହିଁ ଅନ୍ୟ ଜଣେ ସହଯୋଗୀଙ୍କ ସହ ଏହି ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ସନ୍ଦେହ କରୁଛି । ରାଜା ଶିଶୁପାଳଗଡସ୍ଥିତ ଘରେ ନଥିବାରୁ ପୋଲିସ ଖାଲି ହାତରେ ଫେରିଛି । ତାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।

   Related Posts