୯ ମାସର ଶିଶୁ ମୃତ୍ୟୁ ଘଟଣା : ଚତୁର୍ଥ ଦିନରେ ଆନ୍ଦୋଳନ

Published By : Prameya-News7 Bureau | July 30, 2019 IST

ଝାରସୁଗୁଡ଼ା ୩୦|୭: ଝାରସୁଗୁଡା ସହାରାଞ୍ଚଳରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଂଚିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ମଇଳା ଗଦା ହୋଇଛି। ପୌର ପ୍ରଶାସନ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଝାରସୁଗୁଡା ସହରର ମଙ୍ଗଳ ବଜାର ଠାରେ ଥିବା ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୪ ଘଣ୍ଟା ଖୋଲା ରଖିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବି ସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଶଶୀ ଭୁଷଣ ପଟେଲଙ୍କ ଗିରଫ ଦାବିରେ ନିଜ ଜିଦରେ ଅଡ଼ି ବସିଥିବାରୁ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

wp:gallery {"ids":[139062]} /wp:gallery

ଗତ ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୯ ମାସର ଶିଶୁ ମୃତ୍ୟୁକୁ ନେଇ ୪ ଦିନ ହେଲା ଡାକ୍ତରଖାନାରେ ଧାରଣା ଦେଇଛନ୍ତି ମୃତକଙ୍କ ପରିବାର ଓ ସମ୍ପର୍କୀୟ । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଜାରି ରହିଛି ଆନ୍ଦୋଳନ।

wp:gallery {"ids":[139063]} /wp:gallery

ଗତ ୨୦ ତାରିଖରେ ରେଳବାଇ କଲୋନୀ ବାସିନ୍ଦା ଶନି ଷଣ୍ଢଙ୍କ ୯ ମାସର ଶିଶୁ ଦେହରେ ଗରମ ଡାଲି ପଡି ପୋଡି ଯାଇଥିଲା। ତାକୁ ମଙ୍ଗଳବଜାର ସ୍ଥିତ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଇବା ପରେ ସେଠାରୁ ନୂତନ ଭାବେ ଚାଲୁ ହୋଇଥିବା ମାଲିମୁଣ୍ଡା ସ୍ଥିତ ୭ ମହଲା ବିଶିଷ୍ଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଶିଶୁଟିର ସେଠାରେ ମୃତ୍ୟୁ ହୋଇଥିଲା।ଶିଶୁଟିକୁ ଚିକିତ୍ସା ଅବହେଳା ଅଭିଯୋଗ କରି ମୃତ ଶିଶୁର ପରିବାର ଓ ସମ୍ପର୍କୀୟ ସେହିଦିନଠାରୁ ଡାକ୍ତରଖାନାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.