Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନବଜାତ ଶିଶୁକୁ ଟ୍ରେନ୍ ଟୟେଲେଟରେ ଫ୍ଲସ୍ କରି ଚାଲିଗଲା ମାଆ : ସଫେଇ କର୍ମଚାରୀ ବଞ୍ଚେଇଲେ ଜୀବନ

23/12/2018 at 11:53 AM

ଅମୃତସର ୨୩/୧୨: ହାଓଡ଼ା ଅମୃତସର ମେଲରେ ଶୁକ୍ରବାର ରାତିରେ ଶିଶୁକୁ ଜନ୍ମ ଦେବା ପରେ ଶିଶୁର ମାଆ ତା ବେକରେ ଓଢ଼ଣୀ ଲଗାଇ ଫ୍ଲସ୍ କରି ଚାଲି ଯାଇଛି। ଶିଶୁଟି ଭଲ ଭାବେ ବିକଶିତ ହେବା ପରେ ଜନ୍ମ ହୋଇଥିଲା। ଶିଶୁଟି ସୁସ୍ଥ ହେବା କାରଣରୁ ଫ୍ଲସ୍ କରିବା ପରେ ମଧ୍ୟ ଟ୍ରେନରୁ ତଳେ ପଡ଼ିନଥିଲା ଏବଂ ଫ୍ଲସ୍ ପାଇପରେ ପାଖାପାଖି ୧୨ଘଣ୍ଟା ପର୍ଯ୍ୟନ୍ତ ଫସିଥିଲା।

ଏହା ପରେ ଶନିବାର ଦ୍ବିପ୍ରହରେ ସଫେଇ କର୍ମଚାରୀ ଦେଖିବାରୁ ନବଜାତ ଶିଶୁକୁ ବାହାର କରି ହସ୍ପିଟାଲକୁ ନେଇ ଯାଇଥିଲେ ଏବଂ ତା ପାଇଁ ଉଶ୍ମ କପଡ଼ାର ବ୍ୟବସ୍ଥା କରିଥିଲେ। ପୋଲିସକୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଥିଲା। ଶିଶୁଟିର ମାଆ ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ। ନବଜାତ ଶିଶୁଟିକୁ ବଞ୍ଚାଇଥିବା ଲୋକମାନେ କହିଛନ୍ତି ଯେ ଯଦି ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବରେ କେହି ଗ୍ରହଣ ନ କରନ୍ତି ତେବେ ପ୍ରଶାସନ ଶିଶୁଟିକୁ ସେମାନଙ୍କୁ ହସ୍ତାନ୍ତର କଲେ ସେମାନେ ଶିଶୁଟିକୁ ଗ୍ରହଣ କରି ନିଜ ପିଲା ପରି ପାଳନ ପୋଷଣ କରିବେ।

ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ ଶିଶୁଟିକୁ ହସ୍ପିଟାଲ ଅଣାଯାଇଥିଲା ସେତେବେଳେ ଶିଶୁଟି ଶୀତରେ ଥରୁଥିଲା। ଏହା ପରେ ଶିଶୁକୁ ତୁରନ୍ତ ହିଟରରେ ରଖାଯାଇ ଉଷ୍ମ କରିଥିଲେ। କିନ୍ତୁ ବର୍ତ୍ତମାନ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଅଛି।

 

   Related Posts