ଗୋଟିଏ ଫଟୋ ବଦଳାଇଦେଲା ଯୁବତୀଙ୍କ ଜୀବନ : ଆଗରୁ ରାସ୍ତାରେ ଝାଡୁ କରୁଥିଲେ, ଆଉ ଆଜି ସେ ଜଣେ ପ୍ରସିଦ୍ଧ ମଡେଲ

Published By : Prameya-News7 Bureau | January 15, 2019 IST

ଭାଗ୍ୟର କିଛି ଭରସା ନାହିଁ, କେତେବେଳେ କଣ ବଦଳିଯିବ | ଆଜି ଭଲ ଅଛି ତ କାଲି ଖରାପ ମଧ୍ୟ ହୋଇପାରେ | ଆଉ ଆଜି ଯଦି ଭଲ ସମୟ ଚାଲିନି ତାହେଲେ କାଲି ଭଲ ସମୟ ଆସିବ | ଭାଗ୍ୟ ସହ ଜଡିତ ଏମିତି ଏକ ଘଟଣା ସାମ୍ନାକୁ ଆସିଛି | ରାସ୍ତାରେ ଝାଡୁ କରୁଥିବା ଜଣେ ଯୁବତୀ ଆଜି ଇଣ୍ଟରନେଟ ଦୁନିଆର ରାଣୀ | କଥାଟା ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ | ଘଟଣା ବ୍ରାଜିଲରେ ରହୁଥିବା ରିଟା ମାଟୋଜ ନାମକ ଜଣେ ଯୁବତୀଙ୍କର | କେବଳ ଏକ ଫଟୋ ତାଙ୍କର ଜୀବନ ବଦଳାଇ ଦେଇଛି | ଏକ ଫଟୋ ତାଙ୍କ ଜୀବନକୁ ନୂଆ ରଙ୍ଗ ଦେଇଛି |

{"id":74149,"width":576,"height":432}

ରିଟା ମାଟୋଜ ବୟସ ୨୫ ବର୍ଷ | ସେ ରାସ୍ତାରେ ଝାଡୁ କରିବା କାମ କରିଥିଲେ | ଝାଡୁ କଲାବେଳେ ଜଣେ କେହି ତାଙ୍କ ଫାଟି ଉଠାଇ ଫଟୋକୁ ଇଣ୍ଟରନେଟରେ ଅପଲୋଡ଼ କରିଦେଲେ | ଫଟୋ ଇଣ୍ଟରନେଟରେ ଏତେ ମାତ୍ରାରେ ଭାଇରାଲ ହେଲା ଯେ, ରିଟା ମାଟୋଜ ରାତାରାତି ଷ୍ଟାର ହୋଇଗଲେ | ଫଟୋରେ ଅନେକ ଲୋକ କମେଣ୍ଟ ମଧ୍ୟ ଦେଇଥିଲେ ଯେ,ଏତେ ସୁନ୍ଦର ହୋଇ ମଧ୍ୟ ଯୁବତୀ ରାସ୍ତାରେ ଝାଡୁ କଣ ପାଇଁ କରୁଛନ୍ତି |

{"id":74150}

ଘଟଣା ସମ୍ପର୍କରେ ରିଟା ମାଟୋଜ କହିଛନ୍ତି ଯେ, ପ୍ରଥମେ ସେ ଭାବୁଥିଲେ ଲୋକେ ଏଭଳି କମେଣ୍ଟ କରି ତାଙ୍କର ଥଟ୍ଟା କରୁଛନ୍ତି | କିନ୍ତୁ ଲୋକଙ୍କ କମେଣ୍ଟ ପାଇବା ପରେ ରିଟା ମାଟୋଜ ମଧ୍ୟ ଟିକେ ସାହସ ପାଇଥିଲେ | ସେ କହିଛନ୍ତି ଯେ, ପ୍ରଥମେ ପ୍ରଥମେ ତାଙ୍କୁ ଏସବୁ ଏକ ସ୍ବପ୍ନ ଭଳି ଲାଗୁଥିଲା | କିନ୍ତୁ ବନ୍ଧୁ ଏବଂ ପରିବାରଲୋକ ତାଙ୍କୁ ବୁଝାଇବା ପରେ ସେ ନିଜକୁ ବହୁତ ସୁନ୍ଦର ବୋଲି ଅନୁଭବ କରଥିଲେ |

{"id":74152,"width":585,"height":543}

 ସେ କହିଛନ୍ତି ଯେ, ଏକ ଫଟୋ ପାଇଁ ସେ ରାତାରାତି ବ୍ରାଜିଲରେ ପ୍ରସିଦ୍ଧ ହୋଇଗଲେ | ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବାପରେ ରିଟା ମାଟୋଜଙ୍କୁ ମଡେଲିଂ କରିବା ପାଇଁ ବହୁତ ଅଫର ଆସିଥିଲା | ପରିବାରଲୋକ ଏବଂ ବନ୍ଧୁବାନ୍ଧବ ବୁଝାଇବା ପରେ ରିଟା ମାଟୋଜ ମଡେଲିଂ କରିବା ପାଇଁ ରାଜି ହୋଇଯାଇଥିଲେ | ରିଟା ମାଟୋଜ ଆଜି ଜଣେ ପ୍ରସିଦ୍ଧ ମଡେଲ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.