ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଉଛନ୍ତି ସ୍ବିପର !

Published By : Prameya-News7 Bureau | December 04, 2019 IST

ଢେଙ୍କାନାଳ ୪।୧:  ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ଡିଣ୍ଡିମ ପିଟା ଯାଉଛି । ହେଲେ ଏହା ବାସ୍ତବିକ କ୍ଷେତ୍ରରେ କେମିତି କାମ କରୁଛି ତାହା ଢେଙ୍କାନାଳ ସଦର ମହକୁମା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ଥିତିକୁ ଦେଖିଲେ ଜଣାପଡୁଛି । ଏହି ଡାକ୍ତରଖାନାରେ ପ୍ରତିଦିନ ଅଭାବନୀୟ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି।

{"id":193648,"sizeSlug":"large"}

ଡାକ୍ତରଖାନାରେ ରୋଗୀମାନଙ୍କୁ ନର୍ସଙ୍କ ବଦଳରେ ୱାଡେନ୍ ଓ ସୁଇପର ଇଞ୍ଜେକସନ ଦେଉଥିବା ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ନ୍ୟୁଜ୍ ସେଭେନ୍ କ୍ୟାମେରାରେ କଏଦ ହୋଇଛି ।

{"id":193649,"sizeSlug":"large"}

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ମହିଳା ଭେଷଜ ୱାର୍ଡରେ ରୋଗୀମାନଙ୍କୁ ଇଞ୍ଜେକସନ ଦେଉଥିବା ମହିଳା ହେଉଛନ୍ତି ଜଣେ ଅସ୍ଥାୟୀ କର୍ମଚାରୀ । ସେ ଜଣେ ୱାଡେନ ଓ ସୁଇପର । ରୋଗୀମାନଙ୍କ ବେଡସିଟ ବଦଳେଇବା, ସଫା ସୁତରା କରିବା ଆଦି କାମ। ହେଲେ ତାଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ କେଉଁ କାମରେ ଲଗାଉଛନ୍ତି ଦେଖନ୍ତୁ । ଯାହାକି ରୋଗୀ ମାନଙ୍କ ସୁରକ୍ଷିତ ଚିକିତ୍ସା ନେଇ ନିଶ୍ଚିତ ପ୍ରଶ୍ନ ଉଠୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.