Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭାରତ ଗସ୍ତରେ ସ୍ବିଡେନ୍ ରାଜଦମ୍ପତି

3/12/2019 at 11:24 AM

ନୂଆଦିଲ୍ଲୀ ୦୩।୧୨: ୫ ଦିନିଆ ଭାରତ ଗସ୍ତରେ ସ୍ବିଡେନ୍ ରାଜଦମ୍ପତି । ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି  ରାଜା କାର୍ଲ ଷୋଡ଼ଶ ଗୁସ୍ତାଫ ଫକ୍  ହବରସସ୍  ଓ ରାଣୀ ସିଲ୍ ଭିଆ ରିନେଟ ସୋମେରଲାଥ । ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଓ ସ୍ବିଡେନ୍ ର କଣ୍ଟ୍ରି ମ୍ୟାନେଜର ସଙ୍ଗୀତା ସାନ୍ୟାଲ ସେମାନଙ୍କୁ ସ୍ବାଗତ କରିଥିଲେ ।

ରାଷ୍ଟ୍ରପତି ଭବନରେ ରାଜଦମ୍ପତିଙ୍କୁ ଗାର୍ଡଅଫ୍ ଅନର ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା କରିଥିଲେ ରାଜଦମ୍ପତି। ଏହାପରେ ରାଜଦମ୍ପତି ନୂଆଦିଲ୍ଲୀ ହାଇଦରାବାଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ ରାଜ ଦମ୍ପତିଙ୍କ ସରଳତାକୁ ନେଇ ଜୋର୍ ଦାର ଚର୍ଚ୍ଚା ହେଉଛି ।

ସେମାନେ ଷ୍ଟକ୍ ହୋମ୍ ରୁ ସାଧାରଣ ଯାତ୍ରୀଙ୍କ ଭଳି ଏୟାର ଇଣ୍ଡିଆ ବିମାନ ଯୋଗେ ଆସି ଏଠାରେ ପହଞ୍ଚିଥିଲେ। ରାଜା ନିଜ ବ୍ୟାଗ୍  ନିଜେ ଧରି ବାହାରକୁ ଆସିଥିଲେ। ଏମିତିକି ବାବୁଲ ସୁପ୍ରିୟ ସେମାନଙ୍କୁ ସ୍ବାଗତ କଲାବେଳେ ରାଜାଙ୍କ ହାତରେ ବ୍ୟାଗ୍  ଥିବା ଦେଖାଯାଇଥିଲା। ବିମାନରୁ ଓହ୍ଲାଇ କାର୍  ପର୍ଯ୍ୟନ୍ତ ଆସିବା ଯାଏ ତାଙ୍କ ହାତରେ ବ୍ୟାଗ୍  ରହିଥିଲା। ରାଜା-ରାଣୀ ଭାରତର ସ୍ବତନ୍ତ୍ର ଅତିଥି ଥିଲେ ମଧ୍ୟ ସେମାନଙ୍କଠାରେ କୌଣସି ଜାକଜମକତା ବା ରାଜକୀୟ ଆଦବକାଏଦା ଲକ୍ଷ୍ୟ କରାଯାଇ ନ ଥିଲା। ଏହାର ଫଟୋ ଏୟାର ଇଣ୍ଡିଆ ପକ୍ଷରୁ ସୋସିଆଲ ମିଡିଆରେ ପ୍ରସାର କରାଯିବା ପରେ ରାଜଦମ୍ପତିଙ୍କ ସାଧାରଣ ଜୀବନଯାପନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ରାଜଦମ୍ପତିଙ୍କର ଏହା ତୃତୀୟ ଭାରତ ଗସ୍ତ।

   Related Posts