କୋରାନ୍ ପୋଡ଼ିପରେ ଜଳୁଛି ସ୍ୱୀଡେନ, ମାଲମୋ ସହର ଛାରଖାର

Published By : Prameya-News7 Bureau | August 29, 2020 IST

ମାଲମୋ ୨୯।୮: ଦକ୍ଷିଣ ସ୍ୱିଡେନର ମାଲମୋ ସହରରେ  ଇସ୍ଲାମ ଧର୍ମଗ୍ରନ୍ଥ କୋରାନ ପୋଡିକୁ ନେଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦଙ୍ଗା ଉପୁଜିଛି। ଶହ ଶହ ସଂଖ୍ୟାରେ ମାଇଗ୍ରାଣ୍ଟ ମୁସଲମାନମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ପୋଡାଜଳା କରିବା ସହ ହିଂସା ଭିଆଇଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ ବେଳକୁ ବେଳ ଅଣାୟତ୍ତ ହେବାରେ ଲାଗିଛି।

{"id":322036,"width":577,"height":319,"sizeSlug":"large"}

ମିଳୁଥିବା ସୂଚନା  ଅନୁସାରେ ଡେନମାର୍କର ଦକ୍ଷିଣ ପନ୍ଥୀ ନେତା ରାସମୁସ୍ ପାଲୁଦାନଙ୍କର ମାଲମୋରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର ଥିଲା। ତେବେ ସେ ମାଲମୋ ପହଞ୍ଚିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ କରିବାରୁ ସମର୍ଥକ ଷ୍ଟ୍ରାମ କୁରୁସ ଗୋଷ୍ଟୀ ଏକ ଶୋଭାଯାତ୍ରାରେ କୋରାନ ପୋଡି କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବ୍ୟାପକ ଦଙ୍ଗା ଉପୁଜିଥିବା ବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି।

{"id":322037,"width":578,"height":318,"sizeSlug":"large"}

ମାଲମ ସହରର ବିଭିନ୍ନ ସ୍ଥାନରେ ପ୍ରବାସୀ ମୁସଲମାନମାନେ ଏକତ୍ରୀତ ହୋଇ ବ୍ୟାପକ ପୋଡାଜଳା ସାଙ୍ଗକୁ ପୋଲିସ ଉପରକୁ ଟେକାପଥର ମାଡ କରୁଛନ୍ତି। ସ୍ୱିଡେନ ଦଙ୍ଗା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରିବାରେ ଲାଗିଛି। ଅଣ ମୁସଲମାନ ଗୋଷ୍ଠୀ ଘଟଣାକୁ ତୀବ୍ର ନିନ୍ଦା କରୁଥିବା ବେଳେ ନିଜ ମାତୃଭୂମିକୁ ବିପଦରେ ପକାଇ ଏବେ ଏଣେତେଣେ ବୁଲୁଥିବା ଲୋକେ ଅଶାନ୍ତିର କାରଣ ପାଲଟିଛନ୍ତି ବୋଲି ଲୋକେ ଉଲ୍ଲେଖ କରୁଛନ୍ତି। ଏପରିକି ପୋଡାଜଳା ଓ ଦଙ୍ଗାକୁ ଶାନ୍ତି ପ୍ରିୟ ଲୋକଙ୍କ ନମାଜ ବୋଲି ଲୋକେ ସୋସିଆଲ ମିଡିଆରେ ଲେଖିବାକୁ ପଛାଇ ନାହାନ୍ତି।

{"id":322038,"width":578,"height":316,"sizeSlug":"large"}

ସ୍ୱୀଡେନ ଏକ ଇସାୟୀ ଦେଶ। ତେବେ ମାଇଗ୍ରେସନ ସମସ୍ୟାର ସମାଧାନ ଲାଗି ଅବୈଧ ଶରଣାର୍ଥୀ ସମସ୍ୟାର ସମାଧାନ ନିମନ୍ତେ ସରକାର ସେମାନଙ୍କୁ ଦେଶରେ ରହିବାର ସୁଯୋଗ ଦେଇଥିଲେ। ଏବେ ସେମାନେ ଦେଶ ହଁ ଉଜାଡି ଦେଲେଣି। ଯାହା ପ୍ରଶାସନ ଓ ସରକାରଙ୍କ ଲାଗି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ପରିସ୍ଥିତି ଆୟତ୍ତ ଲାଗି ପୋଲିସ ପାରୁ ପର୍ଯ୍ୟନ୍ତେ ଉଦ୍ୟମ ଜାରି ରଖିଥିବା କହିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.