Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଋଣ କରାଇଦେବା ନାଁରେ ସ୍ବୟଂ ସହାୟକ ଗୋଷ୍ଠୀର ୨୫ଜଣ ମହିଳା ହେଲେ ଠକେଇର ଶିକାର

29/04/2019 at 6:58 PM

  କୋରାପୁଟ ୨୯/୪: ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ରୁଣ କରାଇଦେବାକୁ ନେଇ  ଠକେଇ ଅଭିଯୋଗ ହୋଇଛି।। ଜଣେ କି ଦୁଇ ଜଣ ନୁହଁ ପାଖାପାଖି ୨୫ରୁ ଅଧିକ  ମହିଳା ଏପରି ଠକେଇର ଶୀକାର ହୋଇଛନ୍ତି । ଆଉ ଏହି ଠକେଇ ଅଭିଯୋଗ ଆସିଛି ଜଣେ ମହିଳାଙ୍କ ବିରୋଧରେ।ଅଭିଯୋଗ ଅନୁସାରେ ଜୟପୁର କିଆବନ୍ଧ ସାହିର ବି.ଗୌରୀ ରୁଣ କରାଇ ଦେବା ନାଁରେ ଚଂଚକତା କରି ଏହି ମହିଳା ମାନଙ୍କଠାରୁ ଲକ୍ଷାଧିକ ଟଂକା ଠକି ନେବା ପରେ ଫେରାର । ଠକାମୀର ଶୀକାର ହେବା ପାରେ ମହିଳାମାନେ ଜୟପୁର ଟାଉନଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଇଏ ହେଉଛନ୍ତି ଜୟପୁର କିଆବନ୍ଧ ସାହିର ମଂଜୁ ରାଜୁ । ଟଙ୍କା ଜରୁରୀ ଥିବାରୁ ମଂଜୁ  ୩ଟି ଆର୍ଥିକ ସଂସ୍ଥାରୁ ମୋଟ ୫୯ ହଜାର ଟଂକା ରୁଣ କରିଥିଲେ ।ମଂଜୁ ରୁଣ ସିନା କରି ଦେଲେ କିନ୍ତୁ ତାଙ୍କ ପାଖରେ ଏହି ରୁଣରୁ ଟଂକାଟିଏ ବି ନାହିଁ।କାରଣ ରୁଣ ନାଁରେ ସେ ଏକ ବଡ ଠକାମୀରେ ଶୀକାର ହୋଇଛନ୍ତି।ସେହି ଏକା ଅବସ୍ଥା ଦିନା ନାଗଙ୍କର।ସେ ବି ସ୍ପନ୍ଦନା ନାମକ ଏକ ସଂସ୍ଥାରୁ ୧୬ ହଜାର ଟଂକା ରୁଣ ଆଣିଥିଲେ।ହେଲେ ତାଙ୍କ ହାତରେ ବି ରୁଣ ବାବଦର ଟଂକାଟିଏ ନାହିଁ। ଋଣ କରାଇ ଦେବା ନାଁରେ ସେହି ସାହିର ବି.ଗୌରୀ ନାମଙ୍କ ଜଣେ ମହିଳା ମଧ୍ୟସ୍ତି ସାଜି ଏମାନଙ୍କୁ ଠକିଥିବା ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଆକ୍ସିସ ଓ ଏଲ୍ ଆଣ୍ଡ ଟି  ପରି ସଂସ୍ଥାରେ ମଧ୍ୟସ୍ତି ସାଜି ମହିଳାଙ୍କ ପାଇଁ ଲୋନ ପ୍ରଥମେ କରାଇଦେଇଥିଲେ ବି.ଗୌରୀ ।ଆଉ ଲୋନ ମିଳିବାପରେ ଏମାନଙ୍କଠାରୁ ଚଂଚକତା କରି  ଟଂକା ନେଇ କୁଆଡେ ଲୁଚି ପଳାଇଛନ୍ତି ।ମୋଟ ୨୫ ଜଣ ମହିଳାଙ୍କଠାରୁ ୫ ଲକ୍ଷରୁ ଉର୍ଦ୍ଧ ଟଂକା ମହିଳା ଜଣଙ୍କ ଠକି ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତ ବି.ଗୋରୀ ସେହି ସାହିରେ ଦୀର୍ଘ ବର୍ଷ ହେବ ନିଜ ଭଉଣୀ ବି.ସରୋଜା ସହ ରହୁଥିଲେ । ମହିଳାମାନଙ୍କ ପାଇଁ ପୂର୍ବରୁ ଛୋଟ ମୋଟ ରୁଣ ବିଭିନ୍ନ ସଂସ୍ଥାରୁ କରାଇ ଧୀରେ ଧୀରେ ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇ ଥିଲା।ଆଉ ଏହାର ସୁଯୋଗ ନେଇ ପରେ ସେମାନଙ୍କୁ ଠକିଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବି.ଗୌରୀକୁ ଖୋଜୁଛି ।

ଠକାମୀର ଶୀକାର ହୋଇଥିବା ସମସ୍ତ ମହିଳା ଗରିବ ଶ୍ରେଣୀର । ଆର୍ଥିକ ସଂସ୍ଥା ଗୁଡିକ ରୁଣ ପରିଶୋଧ କରିବାକୁ ଚାପ ପକାଉଛନ୍ତି । ହେଲେ ଏମାନେ ଆଣିବେ କେଉଁଠୁ?

   Related Posts