ଭାରତୀୟ ନାରୀ ଭାବରେ ନିଜକୁ ପ୍ରମାଣୀତ କଲେ ସ୍ୱାତୀ , ନାସା ବୈଜ୍ଞାନିକ ହୋଇ ମଧ୍ୟ ଭୂଲି ନାହାଁନ୍ତି ଭାରତୀୟ ସଂସ୍କୃତି

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ ୨୫/୦୨: ଆମେରିକୀୟ ସ୍ପେସ୍ ଏଜେନ୍ସି ନାସାର ମହାକାଶଯାନ ଭାରତୀୟ ସମୟ ଅନୁଯାୟୀ ଗୁରୁବାର ରାତି ୨.୨୫ ରେ ମଙ୍ଗଳବାର ଜେଜେରୋ କ୍ରାଟରରେ ସଫଳତାର ସହ ଅବତରଣ କରିଛି । ପୃଥିବୀରୁ ୭ ମାସ ଉଡ଼ିବା ପରେ ଏହି ଯାନ ମଙ୍ଗଳ ଗ୍ରହରେ ପହଞ୍ଚିଛି । ଏହି ମିଶନ ପଛରେ ରହିଛି ଜଣେ ଭାରତୀୟ ବଂଶୋଭବ ମହିଳା ସ୍ୱାତୀ ମୋହନଙ୍କ ସଫଳତା । ସୂଚନା ଅନୁଯାୟୀ, ସ୍ୱାତୀ ମୁଖ୍ୟ ସିଷ୍ଟମ ଇଞ୍ଜିନିୟର ହେବା ସହିତ ପର୍ସିଭରେନ୍ସ ମାର୍ସରେ ଅବତରଣ କରିବା ସମୟରେ ଜିଏନ୍ ଆଣ୍ଡ ସି ସବ୍ ସିଷ୍ଟମ୍ ଏବଂ ସମଗ୍ର ପ୍ରୋଜେକ୍ଟ ଟିମ୍ ସହିତ ସମନ୍ୱୟ ରକ୍ଷା କରିଥିଲେ ।

ସ୍ୱାତୀ ମୋହନ ଜଣେ ଭାରତୀୟ ନାରୀ । ସ୍ୱାତୀଙ୍କୁ ୧ ବର୍ଷ ବୟସରେ ସେ ତାଙ୍କ ବାପା-ମାଙ୍କ ସହିତ ଆମେରିକା ଚାଲି ଯାଇଥିଲେ । ସ୍ୱାତୀ ସେଠାରେ ବଢିଥିଲେ । ସ୍ୱାତୀ ଆରମ୍ଭରୁ ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀରେ ମାର୍ସ ରୋଭର ମିଶନର ସଦସ୍ୟ ରହିଆସିଛନ୍ତି । ସେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବିଏସସି ଏବଂ ଏରୋନେଟିକ୍ସ, ଏଷ୍ଟ୍ରୋନାଟିକ୍ସରେ ଏମଆଇଟି ଏବଂ ପିଏଚଡି କରିଛନ୍ତି ।

ସ୍ୱାତୀ ମୋହନ କହିଛନ୍ତି, ଯେତେବେଳେ ସେ୧୬ ବର୍ଷର ହୋଇଥିଲେ, ହଲିଉଡ୍ ଫିଲ୍ମ 'ଷ୍ଟାର୍ ଟ୍ରେକ୍: ଦ ନେକ୍ସଟ୍ ଜେନେରେସନ୍’ ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥିଲେ । ଏହା ଦେଖିବା ପରେ ସ୍ୱାତୀ ସ୍ଥିର କରିଥିଲେ ସେ ମହାକାଶକୁ ଯାଇ ତାହାର ଯାତ୍ରା କରିବେ । ଏହା ପରେ ସ୍ୱାତୀ ତାଙ୍କ ସ୍ୱପ୍ନକୁ ପୁରଣ କରିବାରେ ଲାଗିପଡିଥିଲେ ।

PunjabKesari

ଏହା ପ୍ରଥମ ନୁହେଁ ଯେ ସ୍ୱାତୀ ଭାରତର ନାମ ଆଲୋକିତ କରିଛନ୍ତି, ଏହାପୂର୍ବରୁ ସେ ଶନିଙ୍କୁ ପଠାଯାଇଥିବା କ୍ୟାସିନି ଯାନ ଏବଂ ନାସାର ଚନ୍ଦ୍ରକୁ ପଠାଯାଇଥିବା ମାଧ୍ୟାକର୍ଷଣ ପୁନରୁଦ୍ଧାର ଏବଂ ଆଭ୍ୟନ୍ତରୀଣ ଲାବୋରେଟୋରୀ (ଗ୍ରେଲ୍) ଯାନ ସହିତ ମଧ୍ୟ ଜଡିତ ହୋଇସାରିଛନ୍ତି ।

ଏହି ମିଶନ ପାଇଁ ସ୍ୱାତୀ ଏବଂ ତାଙ୍କ ଟିମ୍ ଅନେକ ଦିନ ହେବ ପରିଶ୍ରମ କରି ଆସୁଥିଲେ । ବହୁ ବର୍ଷର ପରିଶ୍ରମ କିଛି ମିନିଟ୍ ଉପରେ ନିର୍ଭର କରୁଥିଲା । ଏହି ମିଶନ ମଧ୍ୟ ବହୁ କଷ୍ଟସାଧ୍ୟ ଥିଲା କାରଣ ରୋଭରକୁ ଏପରି ଏକ ସ୍ଥାନରେ ଅବତରଣ କରିବାକୁ ପଡିଥିଲା ଯେଉଁଠାରେ ବହୁତ ବଡ ବଡ ପଥର ରହିଥିଲା । ଏହି ଜାଗାରେ ସେ ସମସ୍ତ ଜିନିଷ ଥିଲା ଯାହା ବିମାନକୁ କ୍ଷତି ପହଞ୍ଚାଇ ପାରିଥାନ୍ତା ।  

ଏହି ମିଶନକୁ ସଫଳ କରିବାରେ ସ୍ୱାତୀଙ୍କର ପ୍ରମୁଖ ଭୂମିକା ରହିଥିଲା । ସ୍ୱାତୀଙ୍କ ବିନା ହୁଏତ ଏହି ମିଶନ ସମ୍ଭବ ହୋଇ ପାରିନଥାନ୍ତା । କାରଣ ମଙ୍ଗଳ ଗ୍ରହରେ ପହଞ୍ଚିଥିବା ରୋଭର କିଭଳି, କେଉଁ ସମୟରେ ଓ କେତେ ବେଗରେ ଅବତରଣ କରିବ ତାହାର ପୁରା ରିମୋଟ୍ କଣ୍ଟ୍ରୋଲ୍ ସ୍ୱାତୀଙ୍କ ହାତରେ ରହିଥିଲା ।  ବେଶ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ ସ୍ୱାତୀ।

ସ୍ୱାତୀଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ସେ କଣ୍ଟ୍ରୋଲ୍ ରୁମ୍ ରେ ବସିଥିବା ନଜର ଆସିଛନ୍ତି । ସେ ତାଙ୍କ ମୁଣ୍ଡରେ ଏକ ବିନ୍ଦୀ ପିନ୍ଧିଥିବା ଦେଖାଯାଇଛି । ବୈଜ୍ଞାନିକ ହୋଇ ମଧ୍ୟ ଭାରତୀୟ ସଂସ୍କୃତିର ନାରୀ ଭାବରେ ସେ ନିଜକୁ ପ୍ରମାଣୀତ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.