ସ୍ୱସ୍ତି ଝଙ୍କାର ପକ୍ଷରୁ ରାଉରକେଲାରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ

Published By : Prameya-News7 Bureau | May 19, 2022 IST

ରାଉରକେଲା ୧୯/୦୫ : ସମାଜର ନିଚ୍ଛକ କାହାଣୀକୁ ନେଇ ନାଟକ ମଞ୍ଚସ୍ତ ହେଉଛି, ଯାହା ଆଜିର ସମାଜ ପାଇଁ ଏକ ନିଦର୍ଶନ। ରାଉରକେଲା ସିଭିକ ସେଣ୍ଟରରେ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସଵ ୨୦୨୨ ଅନୁଷ୍ଠିତ ହୋଇଛି। ଯାହା ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଛି। ଆମ ସମାଜର ଅତୀତ ବର୍ତ୍ତମାନର ନିଛକ କଥାକୁ ନେଇ କରାଯାଉଛି ମଞ୍ଚରେ ନାଟକ ପରିବେଷଣ କରାଯାଉଛି। ସାମାଜ ପାଇଁ ନାଟକ ସକାରାତ୍ମକ ବାତାବରଣ ଦେଖାଇଥାଏ।

ଆମ ଐତିହ୍ୟ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ରାଉରକେଲା ସ୍ୱସ୍ତି ଝଙ୍କାର ପକ୍ଷରୁ ରାଉରକେଲା ସିଭିକ ସେଣ୍ଟରରେ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସଵ ଅନୁଷ୍ଠିତ ହୋଇଛି । ଏହି ନାଟକ ମହୋତ୍ସବରେ ନାଟକ- ସନ୍ତାନ, ଦିଦି ନିଷିଦ୍ଧ ନୀଳାଚଳ, ଏହି ବୋଧେ ପ୍ରେମ, ମାଙ୍କଡ଼ ସହ ପବିତ୍ର ପାପ ଇତ୍ୟାଦି ନାଟକ ପରିବେଷଣ କରାଯାଇଛି। ନାଟକ ମାଙ୍କଡ଼ ସହ ପବିତ୍ର ପାପ ଥିଲା ବେଶ ମନମୁଗ୍ଧ କର ନାଟକ। ଏଥିରେ ଏକ ଦୁଷ୍ଟ ପିଲାର କାହାଣୀ ବାପାଙ୍କ ପକେଟରୁ ପଇସା ଚୋରି କରି ମାଙ୍କଡ଼ ନାଚ ଦେଖେ। ଆଉ ବାପାଙ୍କ ଠାରୁ ନୀତି ଖାଏ ମାଡ଼ ହେଲେ ମାଁ ପୁଅର ଦୁଷ୍ଟାମୀକୁ ଲୁଚାଇ ରଖେ ପଣତକାନି ତଳେ, ଶେଷର ଘର ଛାଡ଼ି ଚାଲିଯାଏ ମନୁଆ, ଆଉ ତାକୁ ଖୋଜି ଖୋଜି ଦୁର୍ଘଟଣାରେ ମୃତ୍ୟୁ ବରଣ କରେ ମା। ଏଭଳି କାହାଣୀ ଥିଲା ସେହି ନାଟକରେ

ମଞ୍ଚସ୍ତ ନାଟକ ପବିତ୍ର ପାପ, ଆଜି ସମାଜର ପୁଅ ଝିଅମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଉଚ୍ଚ ଶିକ୍ଷିତ ସନ୍ତାନ ତାର ଭିନ୍ନକ୍ଷମ ବାପା ମାଙ୍କ ପାଇଁ ନିରନ୍ତର ସେବା  କରିଛନ୍ତି। ପୁଅ ବିବାହ ପରେ ପୁଅ ବୋହୂ ନିରନ୍ତର ଭାବରେ ୪୦ ବର୍ଷ ଧରି  ବାପା ମାଙ୍କ ସେବା କରନ୍ତି। ବାପା ମାଆଙ୍କ ସେବା କରୁ କରି ପୁଅ ବୋହୁ ଭୁଲି ଯାଇଛନ୍ତି ନିଜ ଭବିଷ୍ୟତ କଥା। ଆଉ ବଞ୍ଚ।ଇ ରଖିଛନ୍ତି  ପବିତ୍ରତା ଯାହା ଆଜିର ସମାଜ ପାଇଁ ପାପ। ହେଲେ ସେହି ପାପରେ ଅଛି ପବିତ୍ରତା। ନିଷ୍କକଳଙ୍କତା ହୋଇ ପାରେ କାହା ପାଇଁ ପବିତ୍ର ପାପ।  ଏଭଳି କିଛି ଥିଲା ନାଟକ ପବିତ୍ର ପାପର କାହାଣୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.