ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ

Published By : Prameya-News7 Bureau | October 22, 2021 IST

ବ୍ରହ୍ମପୁର ୨୨।୧୦: ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ୍ । ଭାରତ-ପାକିସ୍ତାନ ଯୁଦ୍ଧ ବିଜୟୀର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ରହ୍ମପୁର ପୋଲିସ ଜିଲ୍ଲାର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ହୋଇଛି । ବିଜୟ ମଶାଲକୁ ଗ୍ରହଣ କରିଛନ୍ତି ବ୍ରହ୍ମପୁର ପୋଲିସ ।

{"id":531255,"sizeSlug":"full","linkDestination":"none"}

ବୀର ଜବାନଙ୍କ ବଳିଦାନକୁ ମନେ ପକାଇ ବୀରତ୍ବକୁ ସମ୍ମାନ ଜଣାଯାଇଛି । ସାଂସଦ ଚନ୍ଦ୍ର ଶେଖର ସାହୁ,  ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସେନା ବିଗ୍ରେଡ୍ ଅଧିକାରୀ, ଦକ୍ଷିଣାଞ୍ଚଳ ଡିଆଇଜି, ବ୍ରହ୍ମପୁର ଏସ୍‌ପି,  ବ୍ରହ୍ମପୁର ଉପଜିଲ୍ଲାପାଳ,  ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରମୁଖ ଏହି ବିଜୟ ଉତ୍ସବରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.