ଭାଲୁଙ୍କ ଭୂସ୍ବର୍ଗ ପାଲିଟିଛି ସ୍ବର୍ଣ୍ଣଚୂଡ଼ ପାହାଡ଼: କାହିଁକି ଏହି ସ୍ଥାନରେ ଭାଲୁମାନେ ରହିବାକୁ ଭଲ ପାଆନ୍ତି?

Published By : Prameya-News7 Bureau | January 15, 2020 IST

ନୀଳଗିରି୧୫/୧: ବାଲେଶ୍ବର ଜିଲ୍ଲା ନୀଳଗିରିର ସ୍ବର୍ଣ୍ଣଚୂଡ଼ ପାହାଡ଼ । ଯାହାକୁ ଭାଲୁଙ୍କ ଭୂସ୍ବର୍ଗ କହିଲେ କିଛି ଭୁଲ୍‌ ହେବନି। ଏହି ପାହାଡ଼ିଆ ଅଞ୍ଚଳ ଭାଲୁଙ୍କ ରହଣ ଓ ଖାଦ୍ୟପେୟ ପାଇଁ ଉପଯୁକ୍ତ ସ୍ଥାନ। ତେଣୁ ଭାଲୁ ବଂଶ ବିସ୍ତାରରେ ସହାୟକ ହୋଇପାରୁଛି । ତେବେ କାହିଁକି ଏଠାରେ ଭାଲୁ ରହିବାକୁ ଭଲ ପାଉଛନ୍ତି? କାହିଁକି ଏସିଆ ମହାଦେଶରେ କେବଳ ନୀଳଗିରି ଅଂଚଳରେ ଅଧିକ ଭାଲୁ ଦେଖିବାକୁ ମିଳେ?

{"id":211704,"sizeSlug":"large"}

ତେବେ ବୁଦ୍‌ବୁଦ୍‌କିଆ ବଣ ଜଙ୍ଗଲ । ବଡ଼ ବଡ଼ ପଥର ଖଣ୍ଡ ଭିତରେ ଭରି ରହିଛି ସବୁଜିମା ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବାଲେଶ୍ବର ଜିଲ୍ଲାର ନୀଳଗିରି ପାହାଡ଼ । ଦିନ ବେଳା ତ ପାହାଡ଼ ପୂରା ଶୂନ୍‌ଶାନ୍‌ ଆଉ ନିଛାଟିଆ ଲାଗେ। ହେଲେ ପ୍ରତିଦିନ ସଞ୍ଜ ନଇଁଲେ ଏହି ପାହାଡ଼ ଉପରେ ସାଲୁବାଲୁ ହୁଅନ୍ତି ଭାଲୁ । ଖାଦ୍ୟ ଅନ୍ବେଷଣରେ ଶହ ଶହ ସଂଖ୍ୟାରେ ଭାଲୁ ଛୋଟ ଛୋଟ ପଥର ଖୋଲ ଭିତରୁ ବାହାରି ଆସନ୍ତି ପଦାକୁ ।

{"id":211705,"sizeSlug":"large"}

ଭାଲୁଙ୍କ ପାଇଁ ଏଠି ଖାଦ୍ୟ ଭରପୁର ହୋଇ ରହିଛି । ପାହାଡ଼ରେ ମିଳୁଥିବା ବିଭିନ୍ନ ପ୍ରକାରର ଫଳ ସେମାନଙ୍କ ମୁଖ୍ୟ ଆହାର ହୋଇଥାଏ । ଏ ନେଇ ଭାଲୁଙ୍କ ଉପରେ ରିସର୍ଚ୍ଚ କରୁଥିବା ପ୍ରାଣୀ ବିଜ୍ଞାନୀ ବିଭିନ୍ନ ମତ ପ୍ରକାଶ କରିଛନ୍ତି । ନିର୍ଦ୍ଧିଷ୍ଟ ଭାବେ ମାନ୍ୟତା ପାଇ ନଥିଲେ ମଧ୍ୟ ନୀଳଗିରି ସ୍ବର୍ଣ୍ଣଚୂଡ଼ ପାହାଡ଼ ପାଲଟିଛି ଭାଲଙ୍କ ଅଭୟାରଣ୍ୟ । ଏଠାକାର ଭୌଗଳିକ ସ୍ଥିତି ଓ ପରିବେଶ ଭାଲୁଙ୍କ ରହଣି, ଖାଦ୍ୟପେୟ ଓ ବଂଶ ବିସ୍ତାର ପାଇଁ ବେଶ୍‌ ଉପଯୋଗୀ ହେଉଥିବାରୁ ଏଠାରେ ଭାଲୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.