Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ହାଥରସ୍ କେସ୍: ଅଭିଯୁକ୍ତଙ୍କ ସମର୍ଥନରେ ପଞ୍ଚାୟତ ବସାଇଲେ ସବର୍ଣ୍ଣ ସମାଜ, ସିବିଆଇ ତଦନ୍ତକୁ କଲେ ସ୍ଵାଗତ

4/10/2020 at 4:19 PM

ହାଥରସ୍ ୦୪।୧୦: ହାଥରସ୍‌ ଗଣଦୁଷ୍କର୍ମ ମାମଲାର ତଦନ୍ତ ସିବିଆଇ ପର୍ଯ୍ୟନ୍ତ ପହଞ୍ଚି ଗଲାଣି କିନ୍ତୁ ନ୍ୟାୟ ପାଇଁ ଲଢେଇ ଜାରି ରହିଛି। ରବିବାର ହାଥରସ୍‌ର ବସନ୍ତ ବାଗ ସ୍ଥିତ ପୂର୍ବତନ ବିଧାୟକ ରାଜବୀର ପହଲଓ୍ଵାନଙ୍କ ବାସଭବନରେ ପଞ୍ଚାୟତ ବସିଛି। ପଞ୍ଚାୟତରେ ଲୋକଙ୍କ ଭିଡ ଜମିଛି। ପୂର୍ବତନ ବିଧାୟକଙ୍କ ଘରେ ଆୟୋଜିତ ପଞ୍ଚାୟତରେ ସବର୍ଣ୍ଣ ସମାଜର ଲୋକେ ମଧ୍ୟ ଜୁଟିଥିଲେ। ଏହି ସମୟରେ ହାଥରସ୍‌ ମାମଲାକୁ ନେଇ ଆଲୋଚନା ହୋଇଛି। ପଞ୍ଚାୟତ ସମୟରେ ପୋଲିସ ଦ୍ଵାରା ଗିରଫ ଲୋକ ନିର୍ଦ୍ଦୋଷ ବୋଲି ସବର୍ଣ୍ଣ ସମାଜର ଲୋକ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସିବିଆଇ ତଦନ୍ତ ସୁପାରିସ୍‌କୁ ସବର୍ଣ୍ଣ ସମାଜର ଲୋକ ସ୍ଵାଗତ କରିଛନ୍ତି। ମୋଟାମୋଟି ସବର୍ଣ୍ଣ ସମାଜର ଲୋକ ଅଭିଯୁକ୍ତଙକ ସପକ୍ଷରେ ରହିଛନ୍ତି।

ଘଟଣା ପରେ ପୀଡିତ ପରିବାକୁ ଭେଟିଥିବା ସମାଜବାଦୀ ପାର୍ଟିର ରାଜ୍ୟ ଉପସଭାପତି ନିଜାମ ମଲିକଙ୍କ ଦ୍ଵାରା ଅଭିଯୁକ୍ତଙ୍କ ମୁଣ୍ଡ କାଟି ଆଣିଲେ ଏକ କୋଟି ଟଙ୍କା ପୁରସ୍କାର ରାଶି ଦିଆଯିବା ଘୋଷଣାକୁ ସବର୍ଣ୍ଣ ସମାଜ ତୀବ୍ର ବିରୋଧ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ସବର୍ଣ୍ଣ ସମାଜର ଲୋକଙ୍କ ଧାରଣା ପ୍ରଦର୍ଶନ ଜାରି ରହିଛି। ଗାଁରେ ପୋଲିସର କଡା ପ୍ରହରା ଜାରି ରହିଛି। ଏବେ  ହାଥରସ କାଣ୍ଡର ତଦନ୍ତ ଦାୟିତ୍ଵ ସିବିଆଇକୁ ଦେବାକୁ ପ୍ରସ୍ତୁତି ଚାଲିଛି। ଯୋଗୀ ସରକାର ସିବିଆଇ ତଦନ୍ତ ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ହେଲେ ପୀଡିତ ପରିବାର ସିବିଆଇ ତଦନ୍ତ ସୁପାରିସରେ ସନ୍ତୁଷ୍ଟ ନାହାନ୍ତି।

ପୀଡିତ ପରିବାରଙ୍କ କହିବା କଥା ସେମାନେ ସିବିଆଇ ତଦନ୍ତ ଦାବି କରିନଥିଲେ। ତାଙ୍କର ଦାବି ପୂରା ଘଟଣାର ଯାଞ୍ଚ ସୁପ୍ରିମକୋର୍ଟର ଜଜଙ୍କ ଦ୍ଵାରା କରାଯାଉ। କିନ୍ତୁ ପରିବାର ଲୋକ ଯୋଗୀ ସରକାର ଉପରେ ପୁରା ଭରସା ବ୍ୟକ୍ତ କରିଛନ୍ତି। ହାଥରସ୍ କେସ୍‌ରେ ଗୋଟିଏ ପଟେ ରାଜନୀତି ଜୋର ଧରିଥିବା ବେଳେ ଯାଞ୍ଚ ଏଜେନ୍ସି ମଧ୍ୟ ତତ୍ପରତାର ସହ ତଦନ୍ତ ଚଳାଇଛନ୍ତି। ଆଜି ପୁଣି ଥରେ ଏସଆଇଟି ଟିମ୍ ହାଥରସ୍ ପହଞ୍ଚିଛନ୍ତି। ଟିମ୍ ହାଥରସ୍‌ ପୀଡିତାଙ୍କ ଘରେ ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛି।

   Related Posts