Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା, ଜିଲ୍ଲା ବାହାରୁ ଆସୁଥିବା ଶବ ସତ୍କାର ଉପରେ ରୋକ୍

26/04/2021 at 10:53 AM

ପୁରୀ ୨୬।୦୪: ଆଜିଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ବର୍ଗଦ୍ବାର ବନ୍ଦ । ଦିନକୁ ଦିନ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି। 

ପୁରୀକୁ ଅଧିକ ରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଆସୁଛନ୍ତି ତେଣୁ ଏହି ସ୍ଥାନରେ କୋଭିଡ ବ୍ୟାପିବାର ଆଶଙ୍କା ରହିଛି |  ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସେହିଭଳି ଜିଲ୍ଲା ଭିତରୁ କେହି ଶବ ସତ୍କାର ପାଇଁ ଆସିଲେ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । କୋଭିଡ ରୋଗୀ ଶବ ସଂସ୍କାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଅସ୍ତି ବିର୍ସଜନ ଉପରେ ମଧ୍ୟ କଟକଣା ଲଗାଯାଇଛି। ବିଶେଷ କରି ମହୋଦଧିରେ ଅସ୍ଥି ବିର୍ସଜନ ଏବଂ ଶ୍ରାଦ୍ଧ କରିବାପାଇଁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସିଥାନ୍ତି । ତେଣୁ କୋଭିଡ ସମୟରେ ଏତେ ସଂଖ୍ୟାରେ ଲୋକଙ୍କୁ ଦୂରରେ ରଖିବାପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି |

   Related Posts